ଏମାନେ ହେଉଛନ୍ତି ଭାରତର ସବୁଠାରୁ ଧନୀ ଭିକାରୀ,କୋଟିକୋଟି ଟଙ୍କା ସମ୍ପତ୍ତିର ମାଲିକ,ଜାଣନ୍ତୁ ଏମାନଙ୍କ ବିଷୟରେ କିଛି

ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ନିଜର ଓ ନିଜ ପରିବାରର ପେଟ ପୋଷିବା ପାଇଁ କୌଣସି କାମ କରିଥାଏ । ସେ ଚାକିରୀ ହେଉ କିମ୍ବା ବ୍ୟବସାୟ ମଧ୍ୟ । ଯଦି ଆପଣଙ୍କୁ କେହି ପଚାରେ ଆପଣ କେତେ ଟଙ୍କା ବର୍ଷକୁ ଖର୍ଚ୍ଚ କରୁଛନ୍ତି ଓ ସଞ୍ଚୟ କରୁଛନ୍ତି ଏହା ସାଧାରଣତଃ ଆପଣ ରହୁଥିବା ସ୍ଥାନ ଓ ଆପଣଙ୍କ ଜୀବନଶୈଳୀ ଉପରେ ନିର୍ଭର କରିବ । ଯଦି ଆମେ ଆପଣଙ୍କୁ କହିବୁ ଜଣେ ଭିକାରୀ ଆପଣଙ୍କ ଠାରୁ ଅଧିକ କମାଇଥାଏ ତାହେଲେ ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଏହା ସତ ଅଟେ ।

ଆଜି ଆମେ ଆପଣଙ୍କୁ ଭାରତର ସେହି 5 ଜଣ ଧନୀ ଭିକାରୀ ମାନଙ୍କ ବିଷୟରେ କହିବୁ ଯାହାପାଖରେ ଟଙ୍କାର ଅଭାବ ନାହିଁ ଓ ତାଙ୍କ ପାଖରେ ବହୁତ ଫ୍ଲାଟ ମଧ୍ୟ ରହିଛି । କିନ୍ତୁ ପୁଣି ବି ସେ ରାସ୍ତାରେ ଭିକ୍ଷା ମାଗୁଥାନ୍ତି ।

ରିପୋର୍ଟ ଅନୁସାରେ, ସବୁଠାରୁ ଧନୀ ଭିକାରୀ ହେଉଛନ୍ତି ଭରତ ଜୈନ । ସେ ଅଧିକତର ମୁମ୍ବାଇର ପରେଲ କ୍ଷେତ୍ରରେ ଭିକ୍ଷା ମାଗିଥାନ୍ତି । ରିପୋର୍ଟ ମୁତାବିକ, ତାଙ୍କ ପାଖରେ ଦୁଇଟି ଫ୍ଲାଟ ରହିଛି ଯାହାର ମୂଲ୍ୟ ଗୋଟିଏ ଫ୍ଲାଟ ପିଛା 70 ଲକ୍ଷ ଅଟେ । ତାଙ୍କ ପାଖରେ 1 କୋଟି 40 ଲକ୍ଷ ଟଙ୍କାର ଏହି ସମ୍ପତ୍ତି ରହିଛି । ସେ ମାସକୁ ଭିକ୍ଷା ମାଗି 75,000 ଟଙ୍କା ରୋଜଗାର କରିଥାନ୍ତି ।

ସବୁଠାରୁ ଧନୀ ଭିକାରୀଙ୍କ ଲିଷ୍ଟରେ କୋଲକାତାର ଲକ୍ଷ୍ମୀଙ୍କ ନାମ ଦ୍ଵିତୀୟରେ ରହିଛି । ସେ ନିଜର 16 ବର୍ଷ ବୟସରୁ 1964 ମସିହାରୁ ଭିକ୍ଷା ମାଗିବା ଆରମ୍ଭ କରିଦେଇଥିଲେ ଓ ସେ ଭିକ୍ଷା ମାଗି ଲକ୍ଷ ଲକ୍ଷ ଟଙ୍କା ଠୁଳ କରିସାରିଛନ୍ତି । ମାସିକ ସେ 30,000 ଟଙ୍କା ଭିକ୍ଷା ମାଗି ରୋଜଗାର କରିଥାନ୍ତି ।

ମୁମ୍ବାଇରେ ରହୁଥିବା ଗୀତା ଏହି ଲିଷ୍ଟରେ ତୃତୀୟ ନମ୍ବର୍ ସ୍ଥାନରେ ରହିଛନ୍ତି । ସେ ଦିନକୁ ପ୍ରାୟ 1,500 ଟଙ୍କା ଭିକ୍ଷା ମାଗି ରୋଜଗାର କରନ୍ତି ଓ ମାସିକ ପାଖାପାଖି 45,000 ଟଙ୍କା କମାଇଥାନ୍ତି ।

ପତ୍ରିକା ମାଧ୍ୟମରେ କଥିତ ଭାବରେ ସ୍ୱୀକାର କରିଥିବା ଚନ୍ଦ୍ର ଆଜାଦ ଭିକ୍ଷା ମାଗନ୍ତି । ତାଙ୍କ ବ୍ୟାଙ୍କ ଖାତାରେ 8.77 ଲକ୍ଷ ଟଙ୍କା ଥିଲା । 2019 ର ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ପରେ ମୁମ୍ବାଇ ପୋଲିସ ତାଙ୍କ ସମ୍ପତ୍ତି ଜବତ କରିଥିଲା ।

ରିପୋର୍ଟ ମୁତାବିକ, ବିହାରର ପାଟନା ଅଞ୍ଚଳର ରେଳ ପ୍ଲାଟଫର୍ମରେ ଭିକ୍ଷା ମଗୁଥିବା ପପୁ ମଧ୍ୟ ଧନୀ ଲିଷ୍ଟରେ ସାମିଲ ଅଛନ୍ତି । କିଛି ରିପୋର୍ଟ ମୁତାବିକ, ପପୁ କୁମାରଙ୍କ ପାଖରେ 1.25 କୋଟି ଟଙ୍କାର ସମ୍ପତ୍ତି ରହିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *