ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜିଠାରୁ ଏଠାରେ ୧୦ ମାସ ଭିତରେ ସବୁଠାରୁ କମ ମୂଲ୍ୟରେ କିଣନ୍ତୁ ସୁନା

ଯଦି ଆପଣ ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି | ଆପଣଙ୍କ ପାଖରେ ଶସ୍ତା ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ ଅଛି | ଆଜିଠାରୁ ପରବର୍ତ୍ତୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଆପଣ ଗତ ୧୦ ମାସର ସବୁଠାରୁ ଶସ୍ତା ମୂଲ୍ୟରେ ସୁନା କିଣି ପାରିବେ | ସରକାର ଆଜିଠାରୁ ସାଭରେନ ଗୋଲ୍ଡ ବଣ୍ଡ ଯୋଜନା ଅଧୀନରେ ସୁନା ବିକ୍ରି କରିବାକୁ ଯାଉଛନ୍ତି | ସାଭରେନ ଗୋଲ୍ଡ ବଣ୍ଡର ୧୨ତମ ସିରିଜ ଆଜି ଅର୍ଥାତ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଓପନ ହେବାକୁ ଯାଉଛି, ଯାହା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ | ଏହା ଏହି ଚଳିତ ଆର୍ଥିକ ବର୍ଷର ଶେଷ ସିରିଜ ହେବ | ଏଥର ସାଭରେନ ଗୋଲ୍ଡ ବଣ୍ଡର ମୂଲ୍ୟ ୧୦ ମାସ ମଧ୍ୟରେ ସବୁଠାରୁ କମ ରହିଛି | ଅର୍ଥାତ ୧୦ ମାସର ନିମ୍ନସ୍ତରରେ ରହିଛି |

ଏହି ସ୍କିମ ଅନୁଯାୟୀ ଆପଣ ଏକ ଗ୍ରାମରୁ ନେଇ ୪ କିଲୋ ପର୍ଯ୍ୟନ୍ତ ସୁନା କିଣିପାରିବେ | ଆରବିଆଇ ଏଥର ଗୋଲ୍ଡ ସବସ୍କ୍ରିପସନର ମୂଲ୍ୟ ପ୍ରତି ଗ୍ରାମ ପିଛା ୪,୬୬୨ ଟଙ୍କା ସ୍ଥିର କରିଛି | କେବଳ ଏତିକି ନୁହେଁ, ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଅନଲାଇନ ଆବେଦନ କରୁଥିବା ନିବେଶକମାନଙ୍କୁ ବଣ୍ଡର ସ୍ଥିର ମୂଲ୍ୟ ଉପରେ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ରିହାତି ଦିଆଯିବ | ଅର୍ଥାତ ଡିଜିଟାଲ ପେମେଣ୍ଟ କରିବା ଦ୍ୱାରା ଆପଣଙ୍କୁ ଏକ ଗ୍ରାମ ସୁନା ପାଇଁ ୪୬୨୨ ଟଙ୍କା ଦେବାକୁ ପଡିବ | ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସିରିଜରେ ଅର୍ଥାତ ମେ ୨୦୨୦ ରେ ସାଭରେନ ଗୋଲ୍ଡ ବଣ୍ଡର ମୂଲ୍ୟ ପ୍ରତି ଗ୍ରାମ ପିଛା ୪,୫୯୦ ଟଙ୍କା ଥିଲା | ସେହିପରି ୧୧ତମ ସିରିଜରେ ବଣ୍ଡର ମୂଲ୍ୟ ପ୍ରତି ଗ୍ରାମ ପିଛା ୪,୯୧୨ ଟଙ୍କା ଥିଲା |

ତେବେ ଏହା ଉପରେ ଟ୍ୟାକ୍ସ ମଧ୍ୟ ରିହାତି ମିଳିଥାଏ ଏବଂ ଏହାସହିତ ଏହି ସ୍କିମ ମାଧ୍ୟମରେ ଆପଣ ବ୍ୟାଙ୍କରୁ ଲୋନ ମଧ୍ୟ ନେଇପାରିବେ | ଏଥିରେ କୌଣସି ପ୍ରକାରର ଠକେଇ ଏବଂ ଅଶୁଦ୍ଧତାର ମଧ୍ୟ ସମ୍ଭାବନା ରହିନଥାଏ | ଏହି ବଣ୍ଡଗୁଡିକ ୮ ବର୍ଷ ପରେ ପରିପକ୍ୱ ହୋଇଥାନ୍ତା | ଅର୍ଥାତ ୮ ବର୍ଷ ପରେ ଏଥିରୁ ଟଙ୍କା ବାହାର କରାଯାଇପାରିବ | ଏହାସହିତ ପାଞ୍ଚ ବର୍ଷ ପରେ ଲୋକଙ୍କ ପାଖରେ ଏଥିରୁ ବାହାରିବା ପାଇଁ ବିକଳ୍ପ ମଧ୍ୟ ଥାଏ |

ଆପଣଙ୍କୁ କହିରଖୁଛି ଯେ ସର୍ରଫା ବଜାରରେ ସୁନା ମୂଲ୍ୟରେ ଲଗାତାର ହ୍ରାସ ବୃଦ୍ଧି ଜାରି ରହିଥାଏ | ଶୁକ୍ରବାର ଦିନ ସୁନା ଶସ୍ତା ହୋଇ ୧୦ ଗ୍ରାମ ପିଛା ୪୫,୫୯୯ ଟଙ୍କା ହୋଇଥିଲା | ଏହିପରି ସୁନା ନିଜର ସର୍ବୋଚ୍ଚ ମୂଲ୍ୟଠାରୁ ୧୦ ହଜାର ଟଙ୍କାରୁ ଅଧିକ ଶସ୍ତା ବିକ୍ରି କରୁଛି | ଗତ ବର୍ଷ ଅଗଷ୍ଟ ମାସ ୭ ତାରିଖ ୨୦୨୦ ରେ ସୁନା ନିଜର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ​​| ସୁନାର ମୂଲ୍ୟ ଏହି ଦିନ ୫୬୨୦୦ ଅତିକ୍ରମ ହୋଇଥିଲା | ଏହି ମୂଲ୍ୟ ସହିତ ତୁଳନା କରି ଦେଖିବାକୁ ଗଲେ ସୁନାର ମୂଲ୍ୟ ଦଶ ହଜାରରୁ ଅଧିକ ହ୍ରାସ ପାଇଛି 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବ

Leave a Reply

Your email address will not be published. Required fields are marked *