କରଜରେ ଡୁବି ରହିଥିଲା ବାପା, ସାହୁକାରଙ୍କୁ ବିକ୍ରି କରିଦେଲେ ନବଜାତ ଝିଅ, ପୁଣି ଭଗବାନ ଏମିତି ଭାବରେ ମାଆ କୋଳକୁ ଫେରାଇ ଦେଲେ ଶିଶୁକୁ,ଜାଣନ୍ତୁ ପୁରା ଖବର

ଉତ୍ତର ପ୍ରଦେଶର ବିଜନୋରରେ ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ନିଜର ଋଣ ସୁଝିବା ପାଇଁ ନିଜର ନବଜାତ ପିଲାକୁ ସାହୁକାରଙ୍କୁ ବିକ୍ରି କରିଦେଲେ। ପରେ ସାହୁକାର ସେହି ପିଲାକୁ ଦିଲ୍ଲୀର ଏକ ଦମ୍ପତିଙ୍କୁ ବିକ୍ରି କରିଦେଲେ। ପିଲାଟିର ଭାଗ୍ୟ ଭଲ ଥିଲା, କାରଣ “ମାତୃ ମଣ୍ଡଳ ସେବା ଭାରତୀ” ଦ୍ଵାରା ପିଲାଟିକୁ ତାର ମାକୁ ଫେରାଇଦିଆଗଲା।

ଗରିବ ଦମ୍ପତି କାଶୀରାମ କଲୋନୀରେ ରୁହନ୍ତି। ମାତୃ ମଣ୍ଡଳ ସେବା ଭାରତୀର ଜିଲ୍ଲା ସଭାପତି ଶୋଭା ଶର୍ମାଙ୍କ ଅନୁଯାୟୀ ଏହି କଲୋନୀରେ ରହୁଥିବା ଜଣେ ମହିଳା ସାହୁକାରଙ୍କର ଋଣ ଥିଲା। ଏହି ଋଣ ଦିନକୁ ଦଶ ପ୍ରତିଶତ ହାରରେ ବୃଦ୍ଧି ପାଉଥିଲା। ଏହି ସମୟରେ ଗରିବ ମହିଳା ବସନ୍ତ ପଞ୍ଚମିରେ ଏକ ନବଜାତ ଝିଅକୁ ଜନ୍ମ ଦେଇଥିଲେ। ଏଭଳି ପରିସ୍ଥିତିରେ ସାହୁକାରଙ୍କ ନଜର ଏହି ଝିଅ ଉପରେ ଆସିଥିଲା। ସେ ଝିଅର ପିତାଙ୍କୁ ଋଣ କ୍ଷମା କରିବାକୁ ଏବଂ ଏକ ଲକ୍ଷ ୩୭ହଜାର ଟଙ୍କା ଦେବାକୁ ପ୍ରଲୋଭିତ କରିଥିଲେ।

ପିଲାଟିର ବାପା ଲୋଭରେ ଆସିଗଲା। ସେ ମହିଳା ସାହୁକାରଙ୍କ ଠାରୁ ୩୭ହଜାର ଟଙ୍କା ନେଇନେଲେ ଓ ଏକ ଲକ୍ଷ ଟଙ୍କା ପରେ ନେବେ ବୋଲି କଥାବାର୍ତ୍ତା ହେଲେ। ଅନ୍ୟପକ୍ଷେ ମହିଳା ସାହୁକାର ଦିଲ୍ଲୀର ଏକ ଦମ୍ପତିଙ୍କୁ ଅବୈଧ ରୂପରେ ପିଲାଟିକୁ ବିକ୍ରି କରିଦେଲେ। ପରେ ଏହି ଘଟଣା ବିଷୟରେ ମାତୃ ମଣ୍ଡଳ ସେବା ଭାରତୀର ଜିଲ୍ଲା ଅଧ୍ୟକ୍ଷକୁ ଜଣାପଡିଗଲା। ସେମାନେ ପୁଣିଥରେ ପିଲାଟିକୁ ମା ସହ ମିଶାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ।

ସଂଗଠନ ପଦାଧିକାରୀ ଭାରତୀ ସିଂ, ହିମାନୀ ଗଉଡ, ପ୍ରେମା ଶ୍ରୀବାସ୍ତବ, ଲତା ଶେଖର ଓ ଗୀତା ଅଗ୍ରୱାଲା ଆଦି ଏହି ମାମଲାର ଯାଞ୍ଚ କରି କାଶୀରାମ କଲୋନୀରେ ପହଞ୍ଚିଲେ। ସେଠାରେ ସେମାନେ ପିଲାଟିର ବାପା ଓ ମାତାଙ୍କ ଠାରୁ ସାହୁକାର ବିଷୟରେ ଖବର ନେଲେ। ସାହୁକାର ଉପରେ ଚାପ ଦିଆଗଲା। ସେ ଦିଲ୍ଲୀଋ ପିଲାଟିକୁ ମଗାଇଲା।

ପରେ ସଂଗଠନ ଲୋକ ପିଲାଟିକୁ ମାକୁ ଫେରାଇ ଦେଲେ। କେବଳ ଏତିକି ନୁହେଁ ସଂସ୍ଥା କାଶୀରାମ କଲୋନୀରେ ପିଲାଟିର ନାମକରଣ ମଧ୍ୟ କରିଲେ। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ ବିଧିବିଧାନରେ କରାଗଲା ଓ ପିଲାଟିର ନାମ କଲ୍ଯାଣୀ ରଖାଗଲା। ଏହା ସହିତ ସଂଗଠନ ପିଲାଟିର କ୍ଷୀର ଠାରୁ ଆରମ୍ଭ କରି କପଡା ପର୍ଯ୍ୟନ୍ତ, ଲାଳନ ପୋଷଣ, ଶିକ୍ଷା ଦିକ୍ଷା ଓ ବିବାହ ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଲେ।

ଏହି ସମ୍ପୂର୍ଣ ମାମଲାକୁ ନେଇ ପୋଲିସମାନେ ଜାଣିନାହାନ୍ତି ବୋଲି କହିଲେ। ଏସପି ଡ. ଧର୍ମବୀର ସିଂ କହିଲେକି ସାହୁକାର ଦ୍ଵାରା କୌଣସି ଗରିବ ଦମ୍ପତ୍ତିର ନବଜାତ ପିଲକୁ ବିକ୍ରି କରିବା ମାମଲା ବିଷୟରେ ଜାଣି ନାହାନ୍ତି ଓ ଏହାର ଯାଞ୍ଚ ହେବ। ଡିଏମ ରାମାକାନ୍ତ ପାଣ୍ଡ୍ଯେ କହିଲେକି ଏହା ଏକ ଅପରାଧ ଅଟେ, ଏଫଆଇଆର ଦେବା ଉଚିତ। ଯଦି କେହି ନଲେଖିଲେ ତେବେ ଆମେ ଲେଖିବୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *