କେନ୍ଦ୍ର ସରକାର ଦେବେ ୧ କୋଟି ଲୋକଙ୍କୁ ମାଗଣା ଗ୍ୟାସ କନେକସନ, ଜାଣନ୍ତୁ ଏଥିପାଇଁ କିପରି କରିପାରିବେ ଆବେଦନ ?

ପେଟ୍ରୋଲିୟମ ସେକ୍ରେଟେରୀ ତରୁଣ କପୁର ରବିବାର ଦିନ କହିଛନ୍ତି ଯେ କେନ୍ଦ୍ର ସରକାର ଆସନ୍ତା ୨ ବର୍ଷ ମଧ୍ୟରେ ୧ କୋଟିରୁ ଅଧିକ ଅଭାବୀ ଲୋକଙ୍କୁ ମାଗଣାରେ ଏଲପିଜି ଗ୍ୟାସ କନେକସନ ଯୋଗାଇ ଦେବେ | ରନ୍ଧନ ଗ୍ୟାସର ବ୍ୟବହାରକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ପ୍ରସ୍ତୁତ କରିଛନ୍ତି | ମାଗଣା ଗ୍ୟାସ କନେକସନ ଉଜ୍ଜ୍ଵଳା ଯୋଜନା ଅଧୀନରେ ଦିଆଯିବ | କୁହାଯାଉଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପନ କରି ଉଜ୍ଜ୍ଵଳା ଯୋଜନା ଅଧୀନରେ ୧ କୋଟି ଲୋକଙ୍କୁ ମାଗଣା ଏଲପିଜି ଗ୍ୟାସ କନେକସନ ଦେବାର ଘୋଷଣା କରିଥିଲେ |

ସରକାର ଦେଇଥାନ୍ତି ୧୬୦୦ ଟଙ୍କା :-

ଦାରିଦ୍ର୍ୟ ରେଖା ତଳେ (ବିପିଏଲ) ନିଜ ଜୀବନ ବିତାଉଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ଘରୋଇ ଏଲପିଜି ଗ୍ୟାସର କନେକସନ ଦିଆଯାଇଥାଏ | ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ସଂଖ୍ୟକ ମହିଳାମାନେ ଏହି ଯୋଜନାର ସୁଯୋଗ ନେଇଛନ୍ତି | ସରକାର ଉଜ୍ଜ୍ଵଳା ଯୋଜନା ଅଧୀନରେ ପ୍ରତ୍ୟେକ ବିପିଏଲ ପରିବାରକୁ ୧୬୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦେଇଥାନ୍ତି |

ଏଲପିଜି ଉପଭୋକ୍ତାଙ୍କର ସଂଖ୍ୟା ହେଲା ୨୯ କୋଟି :-

ପେଟ୍ରୋଲିୟମ ସେକ୍ରେଟେରୀ ତରୁଣ କପୁର କହିଛନ୍ତି ଯେ ମାତ୍ର ୪ ବର୍ଷ ମଧ୍ୟରେ ଗରିବ ମହିଳାଙ୍କ ଘରେ ରେକର୍ଡ ୮ କୋଟି ଫ୍ରି ଏଲପିଜି କନେକସନ ଦିଆଯାଇଛି | ଏହାଦ୍ୱାରା ଦେଶରେ ଏଲପିଜି ଉପଭୋକ୍ତାଙ୍କର ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ୨୯ କୋଟି ହୋଇଯାଇଛି | ସେ କହିଛନ୍ତି ଯେ ଗ୍ରାମାଞ୍ଚଳରେ ପ୍ରଦୂଷଣ ସମସ୍ୟାରୁ ମୁକ୍ତି ଏବଂ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ସରକାର ଲଗାତାର କାମ କରୁଛନ୍ତି | ଏହାକୁ ଧ୍ୟାନରେ ରଖି ଫ୍ରି ଏଲପିଜି କନେକସନର ସୁବିଧା ବଢାଯାଉଛି |

କିପରି ନିଆଯାଇପାରିବ ଫାଇଦା :-

ଉଜ୍ଜ୍ଵଳା ଯୋଜନା ଅନୁଯାୟୀ ଗ୍ୟାସ କନେକସନ ନେବାପାଇଁ ବିପିଏଲ ପରିବାରର ଯେକୌଣସି ମହିଳା ଆବେଦନ କରିପାରିବେ | ଏଥିପାଇଁ KYC ଫର୍ମ ପୂରଣ କରି ନିକଟତମ LPG ସେଣ୍ଟରରେ ଜମା କରିବାକୁ ପଡିବ | ଆବେଦନ କରିବା ସମୟରେ ହିଁ ଏହା କହିବାକୁ ପଡିବ ଯେ ୧୪.୨ କିଲୋଗ୍ରାମର ସିଲିଣ୍ଡର ଆବଶ୍ୟକ କିମ୍ବା ୫ କିଲୋଗ୍ରାମର ସିଲିଣ୍ଡର ଆବଶ୍ୟକ | ଉଜ୍ଜ୍ଵଳା ଯୋଜନାର ଫର୍ମ ମଧ୍ୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ୱେବସାଇଟରୁ ଡାଉନଲୋଡ କରାଯାଇପାରିବ | ଏହି ଯୋଜନାର ଫାଇଦା ନେବାପାଇଁ ବିପିଏଲ କାର୍ଡ, ରେସନ କାର୍ଡ, ଆଧାର କାର୍ଡ, ଭୋଟର ଆଇଡି କାର୍ଡ, ପାସପୋର୍ଟ ସାଇଜ ଫଟୋ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ଭଳି ଡକ୍ୟୁମେଣ୍ଟ ଆବଶ୍ୟକ ଅଟେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *