ବଡ ଖବର : ମାର୍ଚ୍ଚରେ ଦେଶରେ ହେବ ଏହି ଚାରୋଟି ବଡ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କର କ୍ଷତି ଓ ଲାଭ ବିଷୟରେ

ମାର୍ଚ୍ଚ ୨୦୨୧ରୁ ଭାରତରେ ଚାରୋଟି ବଡ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ସିଧାସଳଖ ପ୍ରଭାବ ପକାଇବ। ଏହି ନୂଆ ନିୟମ ଦ୍ଵାରା ଆପଣଙ୍କୁ ସାମାନ୍ୟ ସୁବିଧା ମିଳିବ। କିନ୍ତୁ ଯଦି ଆପଣ କିଛି କଥାକୁ ଧ୍ୟାନ ଦେବେ ତେବେ ଆପଣଙ୍କର ଆର୍ଥିକ ସମସ୍ଯା ମଧ୍ୟ ହୋଇପାରେ। ଏଥିରେ ବୃଦ୍ଧ ମାନଙ୍କୁ ଲାଗୁଥିବା କରୋନା ଟୀକା, ସରକାରଙ୍କ ବିବାଦ ମଧ୍ୟରେ ବିଶ୍ବାସ ଯୋଜନାର ଶେଷ ତାରିଖ, ବ୍ଯାଙ୍କ ଗ୍ରାହକଙ୍କର ଆଇଏଫଏସସି କୋଡ ଆଦି ସାମିଲ ଅଛି। ତେବେ ଆସନ୍ତୁ ଜାଣିବା ଏହି ମହତ୍ବପୂର୍ଣ ପରିବର୍ତ୍ତନ ବିଷୟରେ।

ବୃଦ୍ଧ ଲୋକଙ୍କୁ ଲାଗିବ କରୋନା ଟୀକା:-

ଭାରତ ସମେତ ଦୁନିଆସାରା ଦେଶରେ କରୋନା ଟୀକା ବିରୁଦ୍ଧରେ ଟୀକାକରଣ ଅଭିଯାନ ବହୁତ ତୀବ୍ର ଭାବରେ ଚାଲୁଅଛି। ବଇଶିକ ମହାମାରୀ କରୋନା ହେତୁ ପ୍ରାୟ ଏକ ବର୍ଷ ଧରି କେବଳ ଦେଶ ନୁହେଁ ବିଶ୍ବରେ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ଦେଶରେ ୬୦ କିମ୍ବା ତା ଠାରୁ ଉର୍ଦ୍ଧ ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ମାର୍ଚ୍ଚରୁ ସରକାର ବୃଦ୍ଧମାନଙ୍କୁ କରୋନା ଟିକା ଦେବା ଆରମ୍ଭ କରିବାକୁ ଯାଉଛନ୍ତି। ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଗମ୍ଭୀର ରୋଗର ସମସ୍ଯାରେ ଜଡିତ ଥିବା ୪୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଗୁରୁତର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ଅଦ୍ୟାବଧି ଉଚ୍ଚ ବିପଦ ଗୋଷ୍ଠୀର ଲୋକଙ୍କୁ ଏହି ଟିକା ଦିଆଯାଉଛି। ଏହା ସହିତ ଯୋଗାଣ ଏବଂ ଚାହିଦା ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟ ପ୍ରସ୍ତୁତ କରାଯାଇଛି। ତେବେ ଆଗାମୀ ସମୟରେ ଆହୁରି ଅନେକ ଟିକା ଆସିବ। ଯଦି ଏଗୁଡିକ ସଫଳ ହୁଏ, ତେବେ ଟିକା ଯୋଗାଣ ସହଜ ହେବ।

ମାର୍ଚ୍ଚରେ ମଧ୍ୟ ଉଠାଇପାରିବେ ଏହି ସରକାରୀ ଯୋଜନାର ଲାଭ:-

ଭାରତ ସରକାର ବିବାଦରେ ବିଶ୍ବାସ ଯୋଜନାର ଶେଷ ତାରିଖକୁ ବୃଦ୍ଧି କରିଦେଇଛନ୍ତି। ପ୍ରତ୍ଯକ୍ଷ କର ବିବାଦ ସମାଧାନ ଯୋଜନା ଅନ୍ତର୍ଗତ କର ସମ୍ବନ୍ଧୀୟ ଘୋଷଣା ଦାଖିଲ କରିବାର ଶେଷ ତାରିଖ ୩୦ ଏପ୍ରିଲ ପର୍ଯ୍ଯନ୍ତ ବଢାଇଦିଆଯାଇଛି। ପ୍ରଥମେ ଏହି ଯୋଜନା ଅନ୍ତର୍ଗତ ଘୋଷଣା କରିବାର ସମୟସୀମା ଫେବୃୟାରୀ ୨୮ଥିଲା। ଅର୍ଥାତ ବର୍ତ୍ତମାନ କରଦାତା ମାର୍ଚ୍ଚରେ ମଧ୍ୟ ସରକାରଙ୍କର ଏହି ଯୋଜନାର ଲାଭ ଉଠାଇପାରିବେ।

ଏହି ବ୍ଯାଙ୍କ ଗୁଡିକର ବଦଳିଯିବ ଆଇଏଫଏସସି କୋଡ:-

ଯଦି ଆପଣଙ୍କ ଖାତା ବ୍ଯାଙ୍କ ଅଫ ବଡୋଦାରେ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ ଅଟେ। ୧ ଏପ୍ରିଲ ୨୦୧୯ରୁ ବିଜୟା ବ୍ଯାଙ୍କ ଓ ଦେନା ବ୍ଯାଙ୍କର ବ୍ଯାଙ୍କ ଅଫ ବଡୋଦା ସହିତ ବିଲୟ ପ୍ରଭାବ ହୋଇଯାଇଥିଲା। ଏହାପରେ ଦେନା ବ୍ଯାଙ୍କ ଓ ବିଜୟା ବ୍ଯାଙ୍କର ଗ୍ରାହକ ବ୍ଯାଙ୍କ ଅଫ ବଡୋଦାର ଗ୍ରାହକ ହୋଇଯିବେ। ବର୍ତ୍ତମାନ ବ୍ୟାଙ୍କ ଚେତାବନୀ ଦେଇଛିଯେ ୧ ମାର୍ଚ୍ଚ ୨୦୨୧ରୁ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କର ଆଇଏଫଏସସି କୋଡ କାମ କରିବ ନାହିଁ। ମାର୍ଚ୍ଚ ୧ରୁ ଗ୍ରାହକଙ୍କୁ ନୂତନ ଆଇଏଫଏସସି କୋଡ ବ୍ୟବହାର କରିବାକୁ ପଡିବ। ନୂତନ କୋଡ ସହିତ ଜଡିତ ଅନ୍ୟ ସୂଚନା ପାଇଁ ଗ୍ରାହକମାନେ ବ୍ୟାଙ୍କର ୱେବସାଇଟ ପରିଦର୍ଶନ କରିପାରିବେ।

ଖୋଲିବ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ:-

୧ ମାର୍ଚ୍ଚରୁ ଉତ୍ତର ପ୍ରଦେଶ ଓ ବିହାରରେ ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ ବିଦ୍ୟାଳୟ ଖୋଲିବ। ବିଦ୍ୟାର୍ଥୀମାନେ ବିଦ୍ୟାଳୟକୁ ପଢିବା ପାଇଁ ଆସିପାରିବେ। ଅଫଲାଇନ କ୍ଳାସ ଆରମ୍ଭ କରିବା ପ୍ରସ୍ତୁତିରେ ଶିକ୍ଷା ବିଭାଗ ସମ୍ପୂର୍ଣ ଭାବରେ ପ୍ରସ୍ତୁତି ହୋଇସାରିଲେଣି। ସ୍କୁଲରେ ପରିଷ୍କାର କରିବା ସହିତ ସାନିଟାଇଜ ମଧ୍ୟ କରାଯାଉଛି। ସତର୍କତା ଓ ସାବଧାନତା ସହିତ ପ୍ରାଥମିକ ସ୍କୁଲରେ ଅଫଲାଇନ କ୍ଳାସ ଆରମ୍ଭ କରାଯିବ। ସ୍କ୍ଲୁକୁ ଆସିବା ପାଇଁ ଅଭିଭାବକର ସହମତି ପତ୍ର ଶିକ୍ଷା ବିଭାଗ ତରଫରୁ ବାଧ୍ୟତାମୂଳକ କରାଯାଇଛି। ଏହା ବିନା ଛାତ୍ରଙ୍କୁ ବିଦ୍ୟାଳୟରେ ପ୍ରବେଶ ମିଳିବ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *