ରାସ୍ତା କଡ଼ରେ ଜୁସ ବିକ୍ରି କରୁଛନ୍ତି ପ୍ରସିଦ୍ଧ କମେଡିଆନ ସୁନିଲ ଗ୍ରୋଭର,ଜାଣନ୍ତୁ ପୁରା ଖବର

ରାସ୍ତା କଡ଼ରେ ଜୁସ ବିକ୍ରି କରୁଥିବାର ନଜରରେ ଆସିଲେ କମେଡି ଦୁନିଆର ପ୍ରସିଦ୍ଧ କମେଡିଆନ। “କପିଲ ଶର୍ମା ଶୋ”ରୁ ଲୋକପ୍ରିୟତା ପାଇଥିବା ହାସ୍ୟ କମେଡିଆନ ଗୁଥି ଓରଫ ସୁନିଲ ଗ୍ରୋଭରଙ୍କ ଅବସ୍ଥା ଶ୍ଵଚ୍ଚନୀୟ ଅଛି। ଯାହାଦ୍ବାରା ତାଙ୍କୁ ରାସ୍ତା କଡ଼ରେ ଏକ ଠେଲା ସାହାର୍ଯ୍ୟରେ ଜୁସ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ପ୍ରକୃତରେ ଲୋକଙ୍କୁ ହସାଇବା ପାଇଁ ସେ ନିଜ ଢଙ୍ଗରେ ସୋସିଆଲ ମିଡିଆରେ ଏହିଭଳି ଏକ ଭିଡିଓ ସେୟାର କରିଛନ୍ତି। ଯାହା କି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ କୁ ଯିଏ ଦେଖିବ ସେ ଭାବିବ କି ଯେମିତି ସୁନିଲ ଗୋଭର ଜୁସ ତିଆରି କରିବାରେ ବେଶ୍ ପ୍ରାରଙ୍ଗମ ଅଛନ୍ତି। ଜୁସ ଠେଲା ଦୋକାନୀଙ୍କୁ ପାଖରେ ରଖି ସେ ଜୁସ ପ୍ରସ୍ତୁତ କରୁଛନ୍ତି। ସୁନିଲ ଗୋଭର ଜୁସ ପ୍ରସ୍ତୁତ କରିବା ସହିତ ଜୁସ ଦୋକାନୀଙ୍କୁ କିପରି ଜୁସ ତିଆରି କରାଯାଏ ତାହା ମଧ୍ୟ ଶିଖାଉଛନ୍ତି। ସୁନିଲ ନିଜେ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି,”ନିଜ ପ୍ରେମିକାଙ୍କୁ ଏଭଳି ଜୁସ ତିଆରି କରି ପିଇବାକୁ ଦିଅନ୍ତୁ”। ସୁନିଲଙ୍କର ଏଭଳି ଫନି ଭିଡିଓ ୩ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି।

କିଛି ଦିନ ତଳେ ସୁନିଲ ରାସ୍ତା କଡରେ “ଛୋଲେ କୁଲଚେ” ବିକ୍ରି କରୁଥିବାର ଭିଡିଓ ପୋଷ୍ଟ କରିଥିଲେ। ଆଉ ଏହି ଭିଡିଓର କ୍ୟାପସନରେ ଲେଖିଥିଲେ ଯେ,”ଭାଲେଣ୍ଟାଇନ ଡେ”ରେ ନିଜ ପ୍ରେମିକ ଓ ପ୍ରେମିକାଙ୍କୁ ଏହିଭଳି ଭାବରେ “ଛୋଲେ କୁଲଚେ” ପ୍ରସ୍ତୁତ କରି ଖାଇବାକୁ ଦିଅନ୍ତୁ। ଆଉ ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍ ଭାଇରାଲ ହେବା ସହ ଏହି ଭିଡିଓକୁ ୨୯ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିଲେ।

ସୂଚନା ଅନୁସାରେ, ପ୍ରସିଦ୍ଧ କମେଡିଆନ ସୁନିଲ ଗୋଭର ନିକଟରେ ସୈଫ ଅଲ୍ଲି ଖାନଙ୍କ ୱେବସିରିଜ “ତାଣ୍ଡବ”ରେ ଅଭିନୟ କରିଥିଲେ। ଆଉ ଏହି ୱେବସିରିଜ “ତାଣ୍ଡବ”ରେ ତାଙ୍କର କ୍ୟାରେକ୍ଟର ଗୁରପାଲ ଚୌହନ ଭୂମିକାରେ ଅଭିନୟ କରିଥିଲେ। “କପିଲ ଶର୍ମା ଶୋ”ରେ ପୁଣି ଥରେ ସୁନିଲଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚାର ବିଷୟ ରହିଛି। ଶୋ’ରେ ମେକର୍ସ କପିଲ ଓ ସୁନିଲଙ୍କୁ ଏକାଠି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପରେ ସୁନିଲ ଗୋଭର ଏହି କଥାକୁ ମନା କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *