ମାସର ପ୍ରଥମ ଦିନରୁ ହିଁ ଝଟକା,ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦାମ,ଜାଣନ୍ତୁ କେତେ ଟଙ୍କାରେ ପହଞ୍ଚିଲା ଗ୍ୟାସ ଦାମ

ତେଲ କମ୍ପାନୀ ମାର୍ଚ୍ଚ ମାସର ପ୍ରଥମ ଦିନରେ ମହଙ୍ଗାର ଝଟକା ଦେଇଛନ୍ତି। ତେଲ କମ୍ପାନୀ ଆଜି ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣିଥରେ ବଢାଇଦେଇଛନ୍ତି। ଦିଲ୍ଲୀରେ ରୋଷେଇ ଗ୍ଯାସ ସିଲିଣ୍ଡରର ମୂଲ୍ୟ ୨୫ପଇସା ବଢାଇ ୮୧୯ଟଙ୍କା ହୋଇଯାଇଛି। ଗତ ଏକ ମାସରେ ଚାରିଥର ବଢିସାରିଛି ମୂଲ୍ୟ।

ଦିଲ୍ଲୀରେ ୮୦୦ଟଙ୍କା ପାରେଇଲା ମୂଲ୍ୟ:-

ଦିଲ୍ଲୀରେ ସବସିଡି ହିନ ୧୪.୨ଟଙ୍କା ଥିବା ସିଲିଣ୍ଡରର ମୂଲ୍ୟ ୮୧୯ଟଙ୍କା ହୋଇଯାଇଛି। ପ୍ରଥମେ ଏହା ୭୧୯ଟଙ୍କା ଥିଲା। ଗତ ମାସ ତିନିଥରରେ ରୋଷେଇ ଗ୍ଯାସର ମୂଲ୍ୟ ୧୦୦ଟଙ୍କା ବଢିସାରିଛି। ପ୍ରଥମେ ୪ଫେବୃୟାରୀରେ ମୂଲ୍ୟ ୨୫ପଇସା, ୧୪ଫେବୃୟାରୀରେ ୫୦ ପଇସା ଓ ୨୫ ଫେବୃୟାରୀରେ ୨୫ ପଇସା ବଢିଥିଲା। ଡିସେମ୍ବରରେ ବର୍ତ୍ତମାନ ପର୍ଯ୍ଯନ୍ତ ରୋଷେଇ ଗ୍ଯାସର ମୂଲ୍ଯରେ ୨୨୫ପଇସା ବଢିସାରିଛି।

ଏଲପିଜି ସିଲିଣ୍ଡରର ମୂଲ୍ୟରେ ସୋମବାର ପୁଣିଥରେ ୧୫ପଇସା ବଢିଛି। ତିନିଦିନ ପୂର୍ବେ ମୂଲ୍ଯରେ ୧୫ପଇସା ବଢିଥିଲା। ସପ୍ତାହକ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣିଥରେ ବଢିଛି।

ବର୍ତ୍ତମାନ ୧୪.୨ କିଲୋଗ୍ରାମ ଥିବା ନନ ସବସିଡି ଏଲପିଜି ଗ୍ଯାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୭୪୯ ଟଙ୍କାରୁ ୮୧୯ ଟଙ୍କା ହୋଇଯାଇଛି।

୧୬୦୦ ଟଙ୍କା ପାରେଇଲା କମର୍ଶିୟଲ ଗ୍ଯାସ:-

ସୂଚନା ଅନୁସାରେ, ପ୍ରତ୍ୟେକ ମାସର ପ୍ରଥମ ଏବଂ ୧୫ତାରିଖରେ ପ୍ରାୟତଃ ମୂଲ୍ୟ ବଦଳାଯାଏ, ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୯୦.୫୦ ଟଙ୍କା ବୃଦ୍ଧି ପାଇଛି। ବର୍ତ୍ତମାନ ଏହି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୧୬୧୪ ଟଙ୍କା ହୋଇଛି। ସେହିଭଳି ମୁମ୍ବାଇର ହାର ବର୍ତ୍ତମାନ ସିଲିଣ୍ଡର ପିଛା ୧୫୬୩.୫୦ ଟଙ୍କା ପ୍ରତି ସିଲିଣ୍ଡର ପିଛା ବୃଦ୍ଧି ପାଇଛି।

ପେଟ୍ରୋଲ-ଡିଜେଲରେ ପରିବର୍ତ୍ତନ ହୋଇନାହିଁ:-

ସୋମବାର ସକାଳୁ କାରୋବାରରେ ବ୍ରେଣ୍ଟ କୃଡ଼ ପୁଣିଥରେ ୬୫ଡଲାର ପ୍ରତି ବ୍ୟାରେଲ ପିଛା ହୋଇଯାଇଛି। ଘରୋଇ ବଜାରରେ ପେଟ୍ରୋଲ-ଡିଜେଲର ମୂଲ୍ୟରେ ଆଜି ଶାନ୍ତି ରହିବ। ସୋମବାର ଦିଲ୍ଲୀର ବଜାରରେ ପେଟ୍ରୋଲ ୯୧.୧୯ ପଇସା ଓ ଡିଜେଲ ୮୧.୪୭ ପଇସା ପ୍ରତି ଲିଟର ସ୍ଥିର ଥିଲା।\

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *