ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ ହ-ମ-ଲା, “ଇଂରେଜ ମାନଙ୍କ ପରି ବିଦାୟ କରିଦେବୁ”,ଜାଣନ୍ତୁ ପୁରା ଖବର

ତାମିଲନାଡ଼ୁ ସମେତ ପାଞ୍ଚ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ତାମିଲନାଡୁରେ ଏପ୍ରିଲ 5 ତାରିଖରେ ମତଦାନ ଆରମ୍ଭ ହେବ । ନିର୍ବାଚନ ତାରିଖ ଘୋଷଣା ହେବାସହ ରାଜ୍ୟରେ ବଡ଼ ନେତାଙ୍କ ସମୟ ଆରମ୍ଭ ହୋଇଯିବ ।

କଂଗ୍ରେସର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡ଼ୁ ଗସ୍ତରେ ରହିଛନ୍ତି । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ କରିଦେଇଛନ୍ତି ।

ତିରୁନେଲବେଲି ଏକ କଲେଜରେ ଗାନ୍ଧୀ କହିଥିଲେ, ଆମେ ଏକ ଏଭଳି ଶତ୍ରୁ ସହିତ ଲଢ଼ୁଛି ଯିଏକି ନିଜର ବିରୋଧୀ ମାନଙ୍କୁ ଦଳି ଦେଉଛି । କିନ୍ତୁ କଂଗ୍ରେସ ମୋଦିଙ୍କ ଠାରୁ ଶକ୍ତିଶାଳୀ ଅଟେ । ଯେମିତି ଏହି ଦେଶରୁ ଇଂରେଜ ମାନଙ୍କ ତଡାଯାଇଥିଲା ସେହିପରି ମୋଦିଙ୍କୁ ନାଗପୁର ପୁଣି ଫେରିବାକୁ ହେବ ।

ଏହାସହ ଗାନ୍ଧୀ ଶିକ୍ଷାକୁ ନେଇ କହିଥିଲେ କି, ଶିକ୍ଷା କେବଳ ଧନୀ ମାନଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ହେବା ଉଚିତ । ସେ କହିଥିଲେ, ଯଦି ସେ ନିର୍ବାଚିତ ହେଉଛନ୍ତି ତାହେଲେ ଗରିବ ଛାତ୍ର ମାନଙ୍କ ପାଇଁ ଛାତ୍ରବୃତି ଆଣିଦେବେ ।

ରାହୁଲ ଗାନ୍ଧୀ କହିଥିଲେ, କୌଣସିବି ସମାଜ ମହିଳାଙ୍କୁ ସମ୍ମାନ ଓ ସଶକ୍ତିକରଣ ବିନା ତିଷ୍ଠି ପାରିବନାହିଁ । ଏହାପରେ ରାହୁଲ ତିରୁନେଲବେଲି ମନ୍ଦିର ଯାତ୍ରା କରିଥିଲେ ।

ତାମିଲନାଡ଼ୁରେ 234 ସିଟ ପାଇଁ ନିର୍ବାଚନ ହେବ । ତାମିଲନାଡ଼ୁରେ ସମସ୍ତ ଭୋଟ ଏକ ଚରଣରେ ହେବ । ଭୋଟର ଗଣତି ମେ 2 ତାରିଖରୁ ହେବ ଓ ମେ 15 ତାରିଖ ପୂର୍ବରୁ ତାମିଲନାଡୁ ତା’ର ନୂଆ ସରକାର ପାଇବ । ବର୍ତ୍ତମାନ ଏଠାରେ ପଲାନିସ୍ୱାମୀ ମୁଖ୍ୟମନ୍ତ୍ରୀ ଅଟନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *