କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। ଆଉ ପ୍ରଧାନମନ୍ତ୍ରୀ କରୋନା ଭ୍ୟାକସିନର ପ୍ରଥମ ଡୋଜ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ନେଇଛନ୍ତି। ଏହି ସମ୍ପର୍କରେ ଟୁଇଟରରେ ଟ୍ୱିଟ କରି ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଲାପରେ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡାକ୍ତର ଏବଂ ବୈଜ୍ଞାନିକମାନଙ୍କ ପାଇଁ ଆଜି ଦେଶବାସୀ କରୋନା ମହାମାରୀ ବି-ରୁ-ଦ୍ଧରେ ଲ-ଢ଼େଇ କରିବାରେ ସକ୍ଷମ ହୋଇଛି। ଏଥିପାଇଁ ସମଗ୍ର ଦେଶବାସୀଙ୍କୁ ଟିକା ନେବାପାଇଁ ଅନୁରୋଧ କରିଛନ୍ତି। ଟିକା ନେଇ ଭାରତବର୍ଷକୁ କୋଭିଡରୁ ମୁକ୍ତ କରିବା ପାଇଁ ସେ କହିଛନ୍ତି।

ଭାରତ ବାୟୋଟେକ ଟିକାକୁ ନେଇ ବି-ରୋ-ଧୀ ଓ ବିଶେଷଜ୍ଞ ମାନେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ, ଆଜି ପ୍ରଧାନମନ୍ତ୍ରୀ ନିଜେ ଏହି ଟିକା ନେଇ କୋଭାକ୍ସିନ ଟିକାର ବିଶ୍ୱସନୀୟତାକୁ ନେଇ ଉଠିଥିବା ପ୍ରଶ୍ନର ଉଚିତ ଉତ୍ତର ଦେଇଛନ୍ତି।

ସୂଚନାନୁସାରେ, ଆଜିଠାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ। ଏହି ଟିକାକରଣ ପାଇଁ କୋଭିଡ ୨.୦ ରେ ପଞ୍ଜିକରଣ କରିବାକୁ ପଡ଼ିବ। ଆଉ ଟୀକାକରଣ ପକ୍ରୀୟ ସକାଳ ୯ଟା ସମୟରୁ ଆରମ୍ଭ ହେବ।

ଟୀକାକରଣରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ଏହି ଟିକା ଦିଆଯିବ। ଏହି ଟୀକାକରଣ ବରିଷ୍ଠ ବ୍ୟକ୍ତିଙ୍କ ସହିତ ଗୁରୁତର ରୋଗରେ ପୀ-ଡି-ତ ଥିବା ୪୫ ବର୍ଷୀୟ ରୋଗୀଙ୍କୁ ମଧ୍ୟ ଏହି ଟିକା ଦିଆଯିବ। ଆଉ ଯେଉଁମାନେ ଘରୋଇ ହସ୍ପିଟାଲ ମାନଙ୍କରେ ଏହି ଟିକା ନେବେ ସେମାନଙ୍କୁ ଡୋଜ ପିଛା ୨୫୦ ଟଙ୍କା ଦେବାକୁ ପଡିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *