ରାମମନ୍ଦିର ପାଇଁ ଲୋକମାନେ ଭାରି ମାତ୍ରାରେ ଦେଲେ ଚାନ୍ଦା, ଏକ ମାସ ଭିତରେ ସଂଗ୍ରହ ହେଲା ଏତେ କୋଟି ଟଙ୍କା

ଅଯୋଧ୍ୟାରେ ରାମ ମନ୍ଦିର ବହୁତ ଦ୍ରୁତ ଭାବରେ ହେବାକୁ ଲାଗିଛି ଓ ଚାନ୍ଦା ମଧ୍ୟ ସଂଗ୍ରହ କରି ରଖାଯାଉଛି । ଏହି ନିର୍ମାଣ ପାଇଁ ଚାନ୍ଦା ଆଦାୟ କିଛିଦିନ ପୂର୍ବରୁ ଆରମ୍ଭ କରାଯାଇଥିଲା। ଯାହାକି ଶନିବାର ଦିନ ପୁରା ହୋଇଥିଲା । ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଏହି ଆୟୋଜନରେ ବହୁତ ଲୋକ ସାମିଲ ହୋଇଥିଲେ ଓ ଧନରାଶି ଦାନ କରିଥିଲେ । ଜଣାଇଦିଆଯାଉଛି କି, ଆଦାୟ ହୋଇଥିବା ଚାନ୍ଦା ଏବେପର୍ଯ୍ୟନ୍ତ 2 ହଜାର କୋଟି ହୋଇସାରିଛି ଓ ଏବେବି ଟଙ୍କା ଗଣିବା ଚାଲୁରହିଛି ।

ଅଯୋଧ୍ୟା ଟ୍ରଷ୍ଟ କାର୍ଯ୍ୟାଳୟର ପ୍ରଭାରୀ ପ୍ରକାଶ ଗୁପ୍ତାଙ୍କ କହିବା ହେଉଛି ତାଙ୍କ ପାଖରେ ଆନୁମାନିକ ରାଶି ରହିଛି ଯାହାକି 2 ହଜାର କୋଟି ଟଙ୍କା ହେବ । ସେ କହିଛନ୍ତି ଟଙ୍କା ଗଣିବାକୁ ପ୍ରାୟ ଏକମାସ ସମୟ ଲାଗିବ । ଏଥିସହ ବହୁତ ଚେକ ମଧ୍ୟ ବ୍ୟାଙ୍କରେ ପଡିରହିଛି କାରଣ ବ୍ୟାଙ୍କ ଗତଦିନରେ ଛୁଟି ଥିଲା । ସେ ଏହାପରେ କହିଥିଲେ, ଏହି ରାଶି ଆହୁରି ମଧ୍ୟ ବଢିବାର ସମ୍ଭାବନା ରହିଛି ।

ସେହିପରି ଯେଉଁ ଲୋକମାନେ ଏବେବି ରାମମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଦେଇପାରିନାହାନ୍ତି ସେମାନେ ସ୍ଥାନୀୟ ଟିମ କିମ୍ବା ଅଫିସ ସହିତ ସମ୍ପର୍କ କରିପାରିବେ । ବିଶ୍ୱ ହିନ୍ଦୁ ପରିଷଦ କହୁଛନ୍ତି ଯେଉଁମାନେ ଚାନ୍ଦା ଦେବାପାଇଁ ଚାହାଁନ୍ତି ସେମାନେ ସ୍ଥାନୀୟ ଟିମ ସହ ସମ୍ପର୍କ କରନ୍ତୁ ।

ଜଣାଇଦେଉଛୁ କି, ରାମ ମନ୍ଦିର ନିଧି ନିର୍ମାଣ ସଂସ୍ଥାପନା ମକର ସଂକ୍ରାନ୍ତି ସମୟରେ ହୋଇଥିଲା ଓ ଏହାପାଇଁ ଚାନ୍ଦା ଆଦାୟ ଜାନୁଆରୀ 15 ତାରିଖ ଠାରୁ ହୋଇଥିଲା । ଏଥିପାଇଁ ଏକ ଟିମ ମଧ୍ୟ ଗଠନ କରାଯାଇଥିଲା ।

ଏବେ ମନ୍ଦିରର ମୂଳଦୁଆ ପାଇଁ ଖୋଳାଖୋଳି କାମ ଚାଲୁଛି । ଏହା 15 ଦିନ ଭିତରେ ଆରମ୍ଭ ହୋଇଯିବ । ଯାହାକି ବହୁତ ଜୋରସୋରରେ ଚାଲୁଛି । ଏହାସହ ମନ୍ଦିରରେ ଲାଗିଥିବା ପଥର ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହେଉଛି । ଆଶା କରାଯାଉଛି କି, କିଛି ବର୍ଷ ଭିତରେ ଏହି ମନ୍ଦିର ପ୍ରସ୍ତୁତ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *