ଯଦି ଆଇସିସି ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚେ ଭାରତୀୟ ଦଳ,ତେବେ ଏସିଆ କପକୁ ନେଇ ଉଠାଇପାରେ ଏହି ବଡ କଦମ୍,ଜାଣନ୍ତୁ ପୁରା ଖବର

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚାରି ମ୍ୟାଚର ଟେଷ୍ଟ ସିରିଜ ଶେଷ ହେବାକ୍ଷଣି ଏହା ସ୍ପଷ୍ଟ ହୋଇଯିବ ଯେ ଭାରତୀୟ ଦଳ ଆଇସିସି ଟେଷ୍ଟ ଚାମ୍ପିଅନସିପରେ ଫାଇନାଲରେ ପହଞ୍ଚିବ ନା ନାହିଁ|ଯଦି ଭାରତୀୟ ଦଳ ଫାଇନାଲ ପାଇଁ କ୍ୱଲିଫାଏ କରିବାରେ ସଫଳ ହୋଇଯାଏ,ତେବେ ଭାରତୀୟ ଦଳ ଓ ଫ୍ୟାନ୍ସଙ୍କ ପାଇଁ ଖୁସିର କଥା ,ତେବେ ଦଳ ମ୍ୟାନେଜମେଣ୍ଟ ସାମ୍ନାରେ ଏକ ଚ୍ୟାଲେଞ୍ଜ ଠିଆ ହେଵ|

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚାରି ମ୍ୟାଚର ଟେଷ୍ଟ ସିରିଜର ଅନ୍ତିମ ତଥା ଚତୁର୍ଥ ମୁକାବିଲା ୪ ମାର୍ଚ୍ଚରୁ ଖେଳାଯିବ|ଏହି ମ୍ୟାଚ ସରିବା ପରେ ଜଣା ପଡିବ ଯେ ଭାରତୀୟ ଦଳ ଆଇସିସି ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିବ ନା ନାହିଁ|

ଫାଇନାଲରେ ପାଇଁ କ୍ୱଲିଫାଏ କରିବାକୁ ଭାରତୀୟ ଦଳକୁ ଶେଷ ଟେଷ୍ଟ ମ୍ୟାଚ ଜିତିବାକୁ ପଡିବ ବା ଡ୍ର କରିବାକୁ ହେବ|ଯଦି ଭାରତ ଜିତେ ତେବେ ଫାଇନାଲ ପାଇଁ କ୍ୱଲିଫାଏ କରିବ ଓ ଏହା ୧୮ ରୁ ୨୨ ଅପ୍ରେଲ ମଧ୍ୟରେ ନ୍ୟୁଜିଲାଣ୍ଡ ସହ ଖେଳିବ|

ଆଇସିସି ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ଯଦି ଭାରତୀୟ ଦଳ ପହଞ୍ଚେ ତେବେ ଭାରତୀୟ ଖେଳାଳି ଓ ଫ୍ୟାନ୍ସଙ୍କ ପାଇଁ ଖୁସିର କଥା|କିନ୍ତୁ ଆପଣଙ୍କୁ କହିରଖେ ଯେ ଏସିଆ କପ୍ ଓ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚର ଆୟୋଜନ ପାଖାପାଖି ଏକ ସମୟରେ ଜୁନରେ ହୋଇପାରେ|ଯଦି ଏଭଳି ହୁଏ ତେବେ ଭାରତ କରିବ କ’ଣ?ଯଦି ଭାରତ ଆଇସିସି ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚେ,ତେଵେ ଏସିଆ କପ ପାଇଁ ସେହି ଦଳ ପଠେଇପାରେ|

ଏସିଆ କପର ଆୟୋଜନ ପୂର୍ବବର୍ଷ ସେପ୍ଟେମ୍ବର ମାସରେ ହେବାକୁ ଥିଲା|କିନ୍ତୁ କରୋନା ମହାମାରୀ କାରଣରୁ ସ୍ଥଗିତ କରାଯାଇଥିଲା|ଏବେ ଏହା ଶ୍ରୀଲଙ୍କାରେ ଆୟୋଜନ ହେବାକୁ ଯାଉଛି|ଏଵେ ଏହାର ସିଡ୍ୟୁଲ ଘୋଷଣା ହୋଇନାହିଁ,କିନ୍ତୁ ରିପୋର୍ଟ ଅନୁସାରେ ଏହାର ଆୟୋଜନ ଜୁନ୍-ଜୁଲାଇରେ କରାଯିବ|

କହିରଖେ ଯେ ୨୦୧୮ରେ ଖେଳାଯାଇଥିବା ଏସିଆ କପରେ ରୋହିତ ଶର୍ମାଂକ ଅଧିନାୟକତ୍ୱରେ ଭାରତୀୟ ଦଳ ଫାଇନାଲରେ ପାକିସ୍ତାନକୁ ହରାଇ ନିଜର ସପ୍ତମ ଏସିଆ କପ ଜିତିଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *