ଆଜି ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ବାହାଘର

ରାତି ପାହିଲେ ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଅର୍ଚ୍ଚିତାଙ୍କୁ ବାହା ହେବେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର। ରାଜସ୍ଥାନର ଏକ ବିଳାସ ପୂର୍ଣ୍ଣ ସ୍ଥାନରେ ଏହି ବାହାଘର ହେବ। ଏହି ସମ୍ପର୍କରେ ସୋସିଆଲ ମିଡିଆରେ ସମସ୍ତ ସୂଚନା ଦେଲେ ସବ୍ୟସାଚୀ। ପୂର୍ବରୁ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କର ନିର୍ବନ୍ଧ ସରିଥିଲା। ୨୦୦୭ ମସିହାରେ “ପାଗଳ ପ୍ରେମୀ” ଫିଲ୍ମ ମାଧ୍ୟମରେ ସବ୍ୟସାଚୀ ମିଶ୍ର ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୩୫ରୁ ଅଧିକ ଫିଲ୍ମ ସହିତ ୧୦୦ରୁ ଅଧିକ ଆଲବମରେ ଅଭିନୟ କରି ସାରିଛନ୍ତି ସବ୍ୟସାଚୀ।

୨୦୦୮ ମସିହାରେ “ମୁଁ ସପନର ସୌଦାଗର” ଫିଲ୍ମରେ ଦୁହେଁ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ। ଆଉ ପରେ ଦୁହେଁ ମୁଁ ଏକା ତୁମର,ପାଗଳ କରିଛି ପାଉଁଜି ତୋର,ତୋର ମୋର ଯୋଡ଼ି ସୁନ୍ଦର,କେଉଁ ଦୁନିଆଁ ରୁ ଆସିଲ ବନ୍ଧୁ ଆଦି ଫିଲ୍ମରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା।

ସବ୍ୟସାଚୀ ମିଶ୍ର ଚାକିରି ଛାଡି ଓଲିଉଡ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ସବ୍ୟସାଚୀ ମିଶ୍ର ଲକଡାଉନ୍ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସାହାର୍ଯ୍ୟ କରି ବେଶ୍ ଚର୍ଚ୍ଚାରେ ମଧ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *