ସାଧାରଣ ଲୋକେ ଚିନ୍ତା : ମାର୍ଚ୍ଚ ୧ ତାରିଖରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କା

ରାଜ୍ୟରେ ତୈଳ ଦରର ବୃଦ୍ଧି ପାଇଁ ସାଧାରଣ ଲୋକେ ଚିନ୍ତାରେ ପଡିଛନ୍ତି। ସାଧାରଣ ଲୋକଙ୍କ ସହିତ ଛୋଟ ବଡ ବେପାରୀଙ୍କ ପାଖରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖି ହରିୟାଣାର ହିସାର ଅଞ୍ଚଳରେ ଥିବା ଖାପ ପଞ୍ଚାୟତର କ୍ଷୀର ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୧ ତାରିଖରୁ ଅର୍ଥାତ ଗତକାଲି ଠାରୁ କ୍ଷୀର ଦାମ ବୃଦ୍ଧି କରାଯିବ। କ୍ଷୀର ଦାମ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ କୃଷି ଆ-ଇ-ନ ଏବଂ ତୈଳ ଦରର ବୃଦ୍ଧି ବି-ରୋ-ଧରେ କ୍ଷୀର ଦର ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୋଟେ ଦିନ ତଳେ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରରେ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି ହେବା କଥା ଟ୍ରେଣ୍ଡରେ ଚାଲିଥିଲା।

Google

ଏହି ସମ୍ପର୍କରେ ପଞ୍ଚାୟତ ତରଫରୁ ମିଳିଥିବା ସୂଚନା ଅନୁସାରେ, “ଆମେ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ସମସ୍ତ ଡାଏରୀ ଚାଷୀଙ୍କୁ ଅନୁରୋଧ କରୁଛୁ କି, ସେମାନେ କେବଳ ସରକାରୀ କୋଅପରେଟିଭ ସୋସାଇଟିକୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରନ୍ତୁ। କିନ୍ତୁ, ଗରିବ ଶ୍ରେଣୀର ଲୋକମାନଙ୍କୁ କ୍ଷୀର ଦେବାରେ କୌଣସି ସମସ୍ୟା ଦେଖା ଦିଆ ଯିବନାହିଁ, ଏହାର ମାନେ ପୁରୁଣା ଦାମରେ ଗରିବ ଲୋକ ମାନେ କ୍ଷୀର ପାଇବେ।”

୩ମାସ ଧରି ଚାଷୀ ଆନ୍ଦୋଳନ ଚାଲିଛି। କିନ୍ତୁ, ସରକାର ଚାଷୀଙ୍କ କଥା ଶୁଣୁନାହାନ୍ତି। ସରକାରଙ୍କ ଏଭଳି କାମ ପାଇଁ ଖାପ ପଞ୍ଚାୟତ ଉଚିତ୍ ଜ-ବା-ବ ଦେବା ପାଇଁ ଏହିପରି ନିଷ୍ପତ୍ତି ନେଇଛି।

ପୂର୍ବରୁ ସିଂଘୁ ବର୍ଡରରେ ଆନ୍ଦୋଳନ କରୁଥିବା ଚାଷୀ ନେତାମାନେ କହିଛନ୍ତି, “ଡିଜେଲ ଦର ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ସରକାରଙ୍କୁ ଉଚିତ ଜ-ବା-ବ ଦେବା ପାଇଁ ଆମେ କ୍ଷୀର ଦର ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ।” ଏହା ସହିତ ଆହୁରି ମଧ୍ୟ କହିଛନ୍ତି, ଯଦି ସରକାର ଚାଷୀଙ୍କ କଥା ନ ଶୁଣନ୍ତି, ତାହେଲେ ଆଗାମୀ ଦିନରେ ପନି ପାରିବା ଦର ମଧ୍ୟ ବୃଦ୍ଧି ପାଇବ।

ଟୁଇଟରରେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦର ଲିଟର ପିଛା ୧୦୦ ଟଙ୍କାକୁ ବୃଦ୍ଧି କରିବା କଥାକୁ ରିଟ୍ୱିଟ କରି ୧୦୦ ଟଙ୍କା ହ୍ୟାଶଟ୍ୟାଗ ସହ ଟ୍ୱିଟ କରି କିଛି ଲୋକେ କହିଛନ୍ତି ଯେ, ଯଦି ଲୋକେ ୧୦୦ ଟଙ୍କାରେ ୧ ଲିଟର ପେଟ୍ରୋଲ କିଣିପାରୁଛନ୍ତି, ତାହେଲେ କ୍ଷୀର ୧ଲିଟର ୧୦୦ ଟଙ୍କାରେ କାହିଁକି କିଣି ପାରିବେନାହିଁ।

Google

ଟୁଇଟରରେ କିଛି ଟ୍ୱିଟରେ ଏକ ରେଟ ଚାଟ ମଧ୍ୟ ଶେଆର୍ ହୋଇଛି। ଯେମିତି, ପେଟ୍ରୋଲରେ ବିଭିନ୍ନ ପ୍ରକାରର ଟ୍ୟାକ୍ସ ଲାଗୁଛି, ସେହିପରି ଭାବରେ କ୍ଷୀର ଉପରେ ଟ୍ୟାକ୍ସ ଲାଗିଛି। ସବୁଜ ଚାରା ଟ୍ୟାକ୍ସ,ଗୋବର ଟ୍ୟାକ୍ସ,ଲେବର ଚାର୍ଜ ଓ ଚାଷୀଙ୍କ ଲାଭ ଆଦିକୁ ଯୋଡ଼ି କ୍ଷୀର ଲିଟରର ମୂଲ୍ୟ ୧୦୦ ଟଙ୍କା କରାଯାଇଛି। ମାର୍ଚ୍ଚ ୧ ତାରିଖରୁ କ୍ଷୀର ଉପରେ ନୂଆ ଦର ଲାଗୁ ହେବ ବୋଲି କୁହାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *