ନାଇଟ ସିଫ୍ଟ ସମୟରେ ଲେଡି ଡକ୍ଟର କଲେ ଧମାକାଦାର ଡ୍ୟାନ୍ସ, ନଅ ଦିନରେ ୧୩୦ଟି ଡେଲିଭରି କରି ଏପରି ମନାଇଲେ ଖୁସି, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଡକ୍ଟରଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କ ହୃଦୟ ଜିତିବ | ଏହି ଭିଡିଓ ଲେଡି ଡକ୍ଟରଙ୍କର ଅଟେ, ଯିଏକି ନାଇଟ ସିଫ୍ଟ ସମୟରେ ମଜାଳିଆ ଡ୍ୟାନ୍ସ କରିଛନ୍ତି | ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି, ଏହି ଭିଡିଓରେ ଏହି ଡାକ୍ତରମାନେ ଏତେ ମଜାଳିଆ ଡ୍ୟାନ୍ସ କରିଛନ୍ତି, ଯାହାକୁ ଦେଖି ଆପଣଙ୍କ ମନ ଖୁସି ହୋଇଯିବ | ଏହି ଭିଡିଓଟି ମାଙ୍ଗାଲୋରର ଅଟେ, ଯେଉଁଠାରେ ୬ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ଜଷ୍ଟିନ ଟିମବର୍ଲେକର ସେକ୍ସି ବ୍ୟାକ ଗୀତରେ ଧମାକାଦାର ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ବରିଷ୍ଠ ଚିକିସ୍ଛାକ ଡ଼. ନୀଲାସ୍ମା ସିଂଘଲ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି | ଭିଡିଓରେ ସବୁ ଡକ୍ଟର ରଙ୍ଗୀନ ସ୍କ୍ରବ ପିନ୍ଧିଛନ୍ତି ଏବଂ ସେମାନଙ୍କ ବେକରେ ଷ୍ଟେଥୋସ୍କୋପ ଅଛି | ସମସ୍ତେ ଏକ ଗୋଲ କରି ଡ୍ୟାନ୍ସ କରୁଛନ୍ତି ଏବଂ ଜଣଙ୍କ ପରେ ଜଣେ କ୍ୟାମେରାକୁ ଆସି ନିଜ ଡ୍ୟାନ୍ସ ଷ୍ଟେପ ଦେଖାଉଛନ୍ତି | ସବୁ ଡକ୍ଟର ଡ୍ୟାନ୍ସ କରିବା ସମୟରେ ବହୁତ ଖୁସି ଦେଖାଯାଉଛନ୍ତି | ଏହି ଭିଡିଓରେ ଡ. ସିଂଘଲ ସମସ୍ତଙ୍କ ଠାରୁ ସିନିୟର ଅଟନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ତାଙ୍କର ଜୁନିଅର ଏବଂ ଅନ୍ୟ ତିନିଜଣ ହେଉଛନ୍ତି ଇଣ୍ଟର୍ନ, ଯେଉଁମାନଙ୍କୁ ହସ୍ପିଟାଲରେ ତାଙ୍କ ସହିତ ରଖାଯାଇଛି | ସେ ସମସ୍ତଙ୍କୁ ଟ୍ୟାଗ କରି ଲେଖିଛନ୍ତି, ‘ମୋ ଟ୍ୟାଲେଣ୍ଟେଡ ଇଣ୍ଟର୍ନସ’ ଏବଂ ‘ମୋର ପ୍ରିୟ ଜୁନିଅର୍ସ’ |

ସେ ନିଜ କ୍ୟାପସନରେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଟିମ ମାତ୍ର ୯ ଦିନରେ ୧୩୦ ଟି ଡେଲିଭରି କରିଛି | ସୋସିଆଲ ମିଡିଆରେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଅଧିକ ଥର ଦେଖାଗଲାଣି ଏବଂ ଭିଡିଓରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲାଇକ ଆସିଯାଇଛି |ଲୋକମାନେ ଏହି ଡାକ୍ତରମାନଙ୍କୁ ଖୁବ ପ୍ରଶଂସା କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *