ଗାର୍ଡ ଚାକିରୀ ଚାଲିଯିବା ପରେ ବର୍ତ୍ତମାନ ଚା’ ବିକ୍ରିକରି ମାସକୁ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା,ଜାଣନ୍ତୁ ଏହି ବ୍ୟକ୍ତିଙ୍କ ସଂଘର୍ଷର କାହାଣୀ

ପୁନେର ରେବନ ସିଂଦେ ଯିଏକି ଏକ ଗାର୍ଡ କର୍ମୀ ଭାବରେ ଚାକିରୀ କରୁଥିଲେ ଓ ଗାର୍ଡ ଚାକିରୀ ହରାଇବାରୁ ସେ ଏକ ଚା’ ଷ୍ଟାର୍ଟଅପ କରିଥିଲେ । ଲୋକମାନଙ୍କ ଘର ଘର ବୁଲି ସେ ଚା’ ବିକ୍ରି କରିଥାନ୍ତି । ଏହାର ନାମ ଅଟେ ଅଭିମନ୍ୟୁ, ଏହା ଫୋନ କଲ ମାଧ୍ୟମରେ ଆପଣଙ୍କ ଘରେ ଚା’ ପହଞ୍ଚାଇଥାଏ । ପ୍ରଥମଥର ଚା’ ମଗାଇଲେ ଆପଣଙ୍କୁ ଚା’ ଫ୍ରି ରେ ମିଳିଥାଏ । ଆପଣ ଯଦି ତାଙ୍କ ଚା’ ପିଇବେ ସତରେ ଆପଣ ବି ସବୁବେଳେ ପିଇବାକୁ ଇଛା କରିବେ । ସେ ଏହି ଷ୍ଟାର୍ଟଅପ ଜୁନ 2020 ରେ ଆରମ୍ଭ କରିଥିଲେ ଓ ପ୍ରତିମାସରେ ତାଙ୍କର 50,000 ଲାଭ ହେଉଥିଲା । ରିପୋର୍ଟ ଅନୁସାରେ, ତାଙ୍କର 5 ଜଣ କର୍ମଚାରୀ ଦିନକୁ ପ୍ରାୟ 700 କପ ଚା’ ପିଇଥାନ୍ତି ।

28 ବର୍ଷୀୟ ରେବନ କୁହନ୍ତି ସେ ଦ୍ଵାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି ଓ କାମ ପାଇଁ ସେ ନିଜ ଭାଇ ଓ ଭଉଣୀଙ୍କ ସହିତ ପୁନେ ଆସିଥିଲେ ଓ ସେଠାରେ ଏକ ଲେଜିସଟିକ୍ସ କମ୍ପାନୀରେ ସେ ମାସିକ 12 ହଜାର ଟଙ୍କାର ସିକ୍ୟୁରିଟି ଗାର୍ଡ ରହିଥିଲେ । 2019 ଡ଼ିସେମ୍ବର ମାସରେ କମ୍ପାନୀ ବନ୍ଦ ହୋଇଯିବାରୁ ସେ ନିଜର ଚାକିରୀ ହରାଇଥିଲେ ଓ ସେଠାରେ ଏକ ଜାଗାରେ ସେ ଘରଭଡା ନେଇ ଛୋଟ ଚା’ ଟପରି ଆରମ୍ଭ କରିଥିଲେ ।

ଲୋକଙ୍କୁ ପିଆଇଲେ ଫ୍ରି ଚା’ :-

ଲକଡାଉନ ହେବାପରେ ପୁଣିଥରେ ବ୍ୟବସାୟ ବନ୍ଦ ହୋଇଗଲା ଓ ସଞ୍ଚିତ ଅର୍ଥ ସରିଯାଇଥିଲା । ସେ ଏହାପରେ ବାଇକ ସାହାର୍ଯ୍ୟରେ ଲୋକଙ୍କ ଘରକୁ ଚା’ ପହଞ୍ଚାଇବା ଆରମ୍ଭ କରିଥିଲେ । ପ୍ରଥମେ ସେ ଫ୍ରି ରେ ଚା’ ପିଆଇଥିଲେ କାରଣ ସେ ଚାହୁଁଥିଲେ ତାଙ୍କର ଚା’ ଡିମାଣ୍ଡ ବଢ଼ୁ ପରେ ତାଙ୍କର ଚା’ ପିଇବାକୁ ଡ଼ିମାଣ୍ଡ ବଢିଚାଲିଲା ।

50 ହଜାର ଲାଭ :-

ପ୍ରଥମେ ଆରମ୍ଭରୁ ଲୋକମାନେ ଚା’ ଅର୍ଡର କରିବା ଆରମ୍ଭ କରିଦେଲେ । ଆରମ୍ଭରୁ ଅଦା ଚା’, କଫି ଓ ଗରମ କ୍ଷୀର ଲୋକଙ୍କ ପାଖରେ ପହଞ୍ଚାଇଲେ । ତାଙ୍କର ପ୍ରତି କପର ମୂଲ୍ୟ 6 ରୁ 10 ଟଙ୍କା ଅଟେ । ରେବନ କୁହନ୍ତି, ପ୍ରତିମାସ ସେ 2 ଲକ୍ଷ ଟଙ୍କାର ବ୍ୟବସାୟ କରନ୍ତି ଯେଉଁଥିରେ ତାଙ୍କର 50,000 ଟଙ୍କା ଲାଭ ବାହାରିଥାଏ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *