ଦେଖନ୍ତୁ ଭିଡ଼ିଓ : ସୋସିଆଲ ମିଡିଆରେ ଭାଇରଲ ହେଲା ଆଈ-ନାତିଙ୍କ ଡ୍ୟାନ୍ସ ଭିଡିଓ,ଦେଖନ୍ତୁ ଆଈଙ୍କ ମଜାଦାର ଡ୍ୟାନ୍ସ

ଫେମସ ରାପର ବାଦଶାହ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି | ଏହି ଭିଡିଓରେ ତାମିଲନାଡୁର ଜଣେ ଆଈ ନିଜ ନାତି ସହିତ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ଆଈ-ନାତିଙ୍କର ଏହି ଯୋଡି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହେ ଏବଂ ସବୁବେଳେ ନିଜ ଡ୍ୟାନ୍ସ ଭିଡିଓ ଦ୍ୱାରା ଲୋକଙ୍କ ହୃଦୟ ଜିତେ |

ଆଈ-ନାତିଙ୍କ ଡ୍ୟାନ୍ସ ହେଲା ଫେମସ :-

ତାମିଲନାଡୁରେ ରହୁଥିବା ଅକ୍ଷୟ ପାର୍ଥ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି | ଏଥିରେ ସେ ନିଜ ରକିଙ୍ଗ ଜେଜେମା’ଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି | ଆଈ-ନାତିଙ୍କ ଏହି ସୁପରହିଟ ଯୋଡି ରାପର ବାଦଶାହଙ୍କ ମ୍ୟୁଜିକ ଭିଡିଓ ‘ଟପ ଟକର’ରେ ଡ୍ୟାନ୍ସ କରୁଛି | ରାପର ବାଦଶାହଙ୍କ ଏହି ମ୍ୟୁଜିକ ଭିଡିଓରେ ସାଉଥ ସିନେମାର ଅଭିନେତ୍ରୀ ରଶ୍ମିକା ମାଣ୍ଡାନା ମଧ୍ୟ ଅଛନ୍ତି |

ରାପର ବାଦଶାହଙ୍କୁ ଖୁବ ଭଲ ଲାଗିଲା ଏହି ଶୈଳୀ :-

ଲୋକପ୍ରିୟ ରାପର ବାଦଶାହ ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି | ସେ ଆଈ-ନାତିଙ୍କ ଏହି ଯୋଡି ଦ୍ୱାରା ବହୁତ ପ୍ରଭାବିତ ଲାଗୁଛନ୍ତି | ସେ ଏହି ଭିଡିଓକୁ ସେୟାର କରିବା ସମୟରେ କ୍ୟାପସନରେ ଲେଖିଛନ୍ତି – ଜେଜେମା ଆପଣ ମୋର ଟପ ଟକର | ବାସ୍ତବରେ, ତାଙ୍କର ଏହି ରାପ ସଙ୍ଗ ଟପ ଟକର ଉପରେ ହିଁ ଆଧାରିତ ଅଟେ |

ୟୁଜର୍ସ ବର୍ଷା କଲେ ପ୍ରେମ :-

ଆଈ-ନାତିଙ୍କ ଏହି ଯୋଡି କେବଳ ରାପର ବାଦଶାହଙ୍କ ନୁହେଁ, ବରଂ ଅନ୍ୟ ସେଲିବ୍ରିଟିଙ୍କ ହୃଦୟ ମଧ୍ୟ ଜିତିଛି | ବାଦଶାହଙ୍କ ପୋଷ୍ଟରେ ‘ସୁପର ୩୦’ ଫେମ ମୃଣାଲ ଠାକୁର ଏବଂ ସିଙ୍ଗର ପାୟଲ ଦେବ ମଧ୍ୟ କମେଣ୍ଟ କରି ନିଜର ଭଲପାଇବା ଦେଖାଇଛନ୍ତି | ତାଙ୍କର ଏହି ପୋଷ୍ଟକୁ ୯୫ ହଜାରରୁ ଅଧିକ ସୋସିଆଲ ମିଡିଆ ୟୁଜର୍ସ ଲାଇକ କରି ସାରିଲେଣି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *