ଦିନକୁ ଦିନ ବଢୁଛି ଖରାର ପ୍ର-କୋ-ପ, ସକାଳୁଆ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଶାରେ ଦିନକୁ ଦିନ ଖରାର ପ୍ର-କୋ-ପ ବଢିବାରେ ଲାଗିଛି। ଖରାର ପ୍ରକୋପ ଦେଖି ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସକାଳ ୭ ଟାରୁ ଆରମ୍ଭ ହୋଇ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ଆଉ ସେହିପରି ଭାବରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧ ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ସମ୍ପର୍କରେ ରାଜ୍ୟର ସମସ୍ତ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗ।

ଗ୍ରୀଷ୍ମର ପ୍ରକୋପକୁ ଦେଖି ଦୁଇ ଦିନ ତଳେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଗ୍ରୀଷ୍ମର ପ୍ରକୋପ ସମୟରେ ଅସୁସ୍ଥତା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି। ସଚେତନତା କାର୍ଯ୍ୟରେ ରାଜ୍ୟର ସମସ୍ତ ସାମାଜିକ ସଂସ୍ଥା ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି।

Google

କରୋନା ସଂକ୍ରମଣ ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ହୋଇଥିଲା। କିନ୍ତୁ, କରୋନାର ପ୍ର-କୋ-ପ ଟିକେ ଶାନ୍ତ ହେଲାପରେ ସମସ୍ତ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ପ୍ରଥମେ ରାଜ୍ୟରେ ଦଶମ ଓ ଏକାଦଶ ଶ୍ରେଣୀର ସ୍କୁଲ ଖୋଲାଯାଇଥିଲା ଏବଂ ପରେ ନବମ ଶ୍ରେଣୀର ସ୍କୁଲ ଖୋଲାଯାଇଥିଲା। କରୋନା ଗାଇଡଲାଇନ ଅନୁସାରେ ସମସ୍ତ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। କିନ୍ତୁ, ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନେଇନାହାନ୍ତି, ରାଜ୍ୟ ସରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *