ୱାର୍କଆଉଟ ସମୟରେ କୁକୁର କଲା ଏଭଳି କାମ, ତା’ପରେ ଆଉ ଏକ୍ସରସାଇଜ କରିପାରିଲା ନାହିଁ ଏହି ବ୍ୟକ୍ତି,ଦେଖନ୍ତୁ ଭିଡ଼ିଓ

ଘରେ ରହୁଥିବା କୁକୁର-ବିଲେଇ ଘରର ସଦସ୍ୟ ପରି ହୋଇଯାନ୍ତି | ସେମାନଙ୍କର ଯତ୍ନ ମଧ୍ୟ ଠିକ ଛୋଟ ପିଲାମାନଙ୍କ ପରି ନିଆଯାଇଥାଏ | ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି | ଏଥିରେ ଜଣେ ବ୍ୟକ୍ତି ନିଜ ଘରେ ଯୋଗ ମ୍ୟାଟ ବିଛାଇ ୱାର୍କଆଉଟ କରୁଛନ୍ତି, କିନ୍ତୁ ତାଙ୍କର ପୋଷା କୁକୁର ତାଙ୍କୁ ଏପରି କରିବାକୁ ରୋକୁଛି | ଏହି ଭିଡିଓ ଦେଖି ଆପଣ ନିଜ ହସକୁ ରୋକିପାରିବେ ନାହିଁ |

ଏକ୍ସରସାଇଜ କରିବା ହେଲା କଠିନ ପରିଶ୍ରମ :-

ଆଇପିଏସ ଅଫିସର ଦିପାନସୁ କାବ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରାୟତଃ ଅନେକ ପ୍ରକାରର ପ୍ରେରଣାଦାୟକ ଏବଂ ମଜାଦାର ଭିଡିଓ ସେୟାର କରିଥାନ୍ତି | ନିକଟରେ ସେ ଟ୍ୱିଟରରେ ଜଣେ ବ୍ୟକ୍ତିଙ୍କ ଭିଡିଓ ସେୟାର କରିଛନ୍ତି, ଯିଏକି ନିଜ ଘରେ ଯୋଗ ମ୍ୟାଟ ବିଛାଇ ଏକ୍ସରସାଇଜ କରିବାକୁ ଚେଷ୍ଟା କରୁଛନ୍ତି | ଠିକ ସେତିକିବେଳେ ତାଙ୍କର ପୋଷା କୁକୁର ଆସି ଯାଇଥାଏ ଏବଂ ତାଙ୍କ ମୁହଁକୁ ଚାଟିବାକୁ ଆରମ୍ଭ କରେ | ଲୋକଟି ହସି ହସି ମୁହଁକୁ ଏପଟ ସେପଟ ବୁଲାଉଛି, କିନ୍ତୁ ସେହି କୁକୁର ସେଠାରୁ ଯିବାକୁ ପ୍ରସ୍ତୁତ ହେଉନଥାଏ |

କୁକୁର ବଦଳାଇଲା ଏକ୍ସରସାଇଜର ଆକାର :-

ଭିଡିଓରେ କୁକୁର ଥରେ ଯିବାର ମଧ୍ୟ ଦେଖିବାକୁ ମିଳୁଛି | କିନ୍ତୁ ତା’ପରେ ସେ ୟୁ-ଟର୍ନ୍ ନେଇ ପୁଣି ସେହି ବ୍ୟକ୍ତିଙ୍କ ନିକଟକୁ ଆସି ମୁହଁ ଚାଟିବା ଆରମ୍ଭ କରିଥାଏ | ଭିଡିଓରେ, ଦୁହିଁଙ୍କ ବନ୍ଧନ ବହୁତ ସୁନ୍ଦର ଅଟେ ଏବଂ ମଜାଳିଆ ଲାଗୁଛି | ନିଜ କୁକୁରର ପରି ବ୍ୟବହାରରେ ବ୍ୟକ୍ତି ଜଣକ ଥରେ ମଧ୍ୟ ତାଗିଦ କରି ତାକୁ ପଛକୁ ହଟାଉନାହାନ୍ତି, ବରଂ ହସି ହସି ତାକୁ ସବୁ କରିବାକୁ ଦେଉଛନ୍ତି |

ଲୋକମାନେ ସେୟାର କଲେ ନିଜର ଅନୁଭବ :-

ଦୀପାନସୁ କାବ୍ରାଙ୍କ ଏହି ଭିଡିଓକୁ ୪ ହଜାରରୁ ଅଧିକ ଲୋକ ଦେଖିଛନ୍ତି | କମେଣ୍ଟସରେ ଲୋକମାନେ ବ୍ୟକ୍ତି ଏବଂ କୁକୁରକୁ ପ୍ରଶଂସା କରିବା ସହିତ ନିଜ ଅନୁଭୂତିକୁ ମଧ୍ୟ ଲେଖୁଛନ୍ତି | ଜଣେ ବ୍ୟକ୍ତି କମେଣ୍ଟରେ ଲେଖିଛନ୍ତି, ‘ମୋ ଜର୍ମନ ଶେଫର୍ଡ ମଧ୍ୟ ମୋର ପୁଷଅପ୍ସ ସମୟରେ ଏପରି କାମ ହିଁ କରିଥାଏ | ତାକୁ ଲାଗେ ଯେ ବସ ଖେଳିବା ମୁଡ଼ରେ ଅଛନ୍ତି’ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *