ଏହି ଆପ୍ଲିକେସନ ଦେଉଛି ପେଟ୍ରୋଲ,ଡିଜେଲ ଓ ଗ୍ୟାସ ଉପରେ ୫୦% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ! ଜାଣନ୍ତୁ ସମ୍ପୂର୍ଣ ସୂଚନା

ଦେଶର ଅନେକ ରାଜ୍ୟରେ ପେଟ୍ରୋଲର ଦର ୧୦୦ ଟଙ୍କା ଅତିକ୍ରମ କଲାଣି|ରୋଷେଇ ଗ୍ଯାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ଏହି ମାସରେ ମାନେ ଫେବୃଆରୀରେ ତିନିଥର ଵଢି ସାରିଲାଣି|କୈାଣସି ବ୍ୟକ୍ତି ଚାହାନ୍ତି ଯେ କୈାଣସି ମତେ ସେ ଦୁଇ ପଇସା ବଞ୍ଚାଉ|ଆଜି ମୁଁ ଏମିତି ଆପ ବିଷୟରେ ଆଲୋଚନା କରିବି ଯେଉଁଥିରେ ପେଟ୍ରୋଲ,ଡିଜେଲ,ସିଏନଜି ଓ ଗ୍ୟାସ ଉପରେ ୫୦%ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳୁଛି|

ଏହା ଆପଣଙ୍କୁ ଗୋଟିଏ ଆପରେ ମିଳିପାରିବ|ଏହି ଆପର ନାମ ଫ୍ୟୁଲ(fyool)ଓ ଏହା ଭାରତରେ ନିର୍ମିତ|ଏହି ଆପ ଗୁଗଲ ପ୍ଲେ ଷ୍ଟୋରରେ ମାଗଣାରେ ଡାଉନଲୋଡ କରିପାରିବେ|ଏହାର ସାଇଜ ୧୦ ଏମବି ରହିଛି|ଏହି ଆପ ପୂର୍ବବର୍ଷ ଲଞ୍ଚ କରାଯାଇଥିଲା,କିନ୍ତୁ ଏବେ ଗ୍ୟାସ ଓ ପେଟ୍ରୋଲର ଦରବୃଦ୍ଧି ସମୟରେ ଏହା ଲାଭଦାୟକ ହୋଇପାରେ|

ଫ୍ୟୁଲ ଆପ ପ୍ରକୃତରେ ଏକ କ୍ୟାସବ୍ୟାକ ଆପ୍ଲିକେସନ ଅଟେ|ଏହାକୁ ଡାଉନଲୋଡ ପରେ ଆଇଡି ତିଆରି କରିବାକୁ ହେବ|ଏହା ପରେ ପେଟ୍ରୋଲ,ଡିଜେଲ,ଘରୋଇ ଜିନିଷ,ଗ୍ୟାସ ସିଲିଣ୍ଡର ଭଳି ଯେଉଁଥିରେ ଆପଣଙ୍କୁ କ୍ୟାସବ୍ୟାକ ଦରକାର,ତାହାର ବିଲ ଏଥିରେ ଅପଲୋଡ଼ କରିବାକୁ ହେଵ|ବିଲ ଅପଲୋଡ଼ର ୪୮ ଘଣ୍ଟା ମଧ୍ୟରେ ଆପଣଙ୍କୁ କ୍ୟାସବ୍ଯାକ ମିଳିବ|

ପ୍ଲେ ଷ୍ଟୋରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ଫ୍ୟୁଲ ମନି ଆପରେ ସର୍ବାଧିକ ୫୦% କ୍ୟାସବ୍ଯାକ ରହିଛି|ଏହି କ୍ୟାସବ୍ଯାକର ବ୍ୟବହାର ଆପରେ ଥିବା ଷ୍ଟୋରରୁ ମନପସନ୍ଦର ଜିନିଷ କିଣି ପାରିବେ|ଏଥିରେ ବହୁ ବ୍ରାଣ୍ଡର ପ୍ରୋଡକ୍ଟ,ଗ୍ରୋସରୀ ଆଦି ରହିଛି,ଯାହା ଫ୍ୟୁଲ ମନିରେ କିଣା ଯାଇପାରିବ|

ଆପଣଙ୍କୁ କେବଳ ବିଲର ଏକ ଫଟୋ କ୍ଲିକ କରି ଏହି ଆପରେ ଅପଲୋଡ଼ କରିବାକୁ ହେବ,ଯାହା ଫଳରେ ଆପ ସ୍ୱତପ୍ରବୃତ ଭାବେ ତେଲ ଆଦି ଟଙ୍କାର ୫୦% କ୍ୟାସବ୍ୟାକ ଦେବ,ଯାହା କୈାଣସି ଜିନିଷରେ ଖର୍ଚ୍ଚ କରାଯାଇପାରିବ,ଯେମିତିକି ଘରର ସାଧାରଣ ଉପଯୋଗ ସାମାନ,କିରାଣା ସାମାନ ଇତ୍ୟାଦି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *