ଭାରତୀୟ ଅଲରାଉଣ୍ଡର କ୍ରିକେଟର ୟୁସୁଫ ପଠାନ କ୍ରିକେଟର ସମସ୍ତ ଫର୍ମାଟରୁ ନେଲେ ସନ୍ୟାସ,ଭାବୁକ ହୋଇ କହିଲେ ଏମିତି କଥା !

ଶୁକ୍ରବାର ଦିନ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ୟୁସୁଫ ପଠାନ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ସେ ସୋସିଆଲ ମିଡିଆରେ ବହୁତ ଭାବୁକ ହୋଇ କ୍ରିକେଟକୁ ଅଲବିଦା କହିଥିଲେ । ୟୁସୁଫ ଲେଖିଥ8ଲେଖିଥିଲେ, ମୁଁ ମୋ ପରିବାର, ବନ୍ଧୁ, ଫ୍ୟାନ୍ସ, କୋଚ୍ ଓ ଟିମକୁ ଦେଶର ସମର୍ଥନ ପାଇଁ ଶୁଭକାମନା ଦେଉଛି ।

ୟୁସୁଫ ପଠାନ 2007 ମସିହା t-20 ବିଶ୍ୱକପ ଫାଇନାଲରେ ପକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ । ସେ ନିଜର ଡେବ୍ୟୁ ମ୍ୟାଚରେ ଖାଆସ ପ୍ରଦର୍ଶନ କରିପାରିନଥିଲେ, ସେ ମାତ୍ର 15 ରନ କରି ଆଉଟ ହୋଇଯାଇଥିଲେ । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ 5 ରନରେ ହରାଇ ଟାଇଟଲ ନିଜର ନାମରେ କରିଥିଲା । ୟୁସୁଫ ପଠାନ 2011 ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ଦଳରେ ସ୍ଥାନ ପାଇଥିଲେ ।

ବିଗତ କିଛି ବର୍ଷ ହେବ ସେ ଦଳରେ ସ୍ଥାନ ପାଇନଥିଲେ । ବର୍ଷ 2012 ରେ ସେ ନିଜର ଶେଷ ଦିନିକିଆ ଓ t-20 ମ୍ୟାଚ ଖେଳିଥିଲେ । ଆଇପିଏଲରେ ମଧ୍ୟ କୌଣସି ଦଳ ତାଙ୍କୁ କିଣିବାକୁ ଇଚ୍ଛାପ୍ରକାଶ କରିନଥିଲେ । ବିଗତବର୍ଷ ମଧ୍ୟ ସେ ଆଇପିଏଲ ଖେଳିନଥିଲେ ।

ୟୁସୁଫ ପଠାନ ଆଇପିଏଲରେ 2008 ରୁ 2019 ପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡ଼ର୍ସ ଓ ରାଜସ୍ଥାନ ରୟାଲସ ଭଳି ଟିମରେ ସାମିଲ ଥିଲେ । 2010 ଆଇପିଏଲରେ ୟୁସୁଫ ପଠାନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 37ଟି ବଲରେ ଶତକ ମାରିଥିଲେ । 2019 ରେ ୟୁସୁଫ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳୁଥିବାର ଦେଖାଯାଇଥିଲା । ଜଣାଇଦେଉଛୁ ଯେ, ୟୁସୁଫ ଆଇପିଏଲରେ 174ଟି ମ୍ୟାଚ ଖେଳି 3204 ରନ କରିଛନ୍ତି । ସେ ଏହାମଧ୍ୟରେ 1 ଟି ଶତକ ଓ 13ଟି ଅର୍ଧଶତକ ମାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *