କେବଳ ଗୋଟିଏ ୧୦୦ ଟଙ୍କାର ଟିକେଟ ହିଁ ଗୃହିଣୀକୁ କରିଦେଲା କୋଟିପତି,କେମିତି ଜାଣନ୍ତୁ

ରାତାରାତି ଧନୀ ହେବାର ସ୍ୱପ୍ନ ତ ସମସ୍ତେ ଦେଖିଥାନ୍ତି | କେତେ ଭଲ ହୁଅନ୍ତା, ଯଦି ଆମେ ସକାଳୁ ଉଠି ହଠାତ କୋଟିପତି ହେବାର ଖୁସିଖବର ମିଳନ୍ତା | ପଞ୍ଜାବର ଅମୃତସରରେ ରହୁଥିବା ଜଣେ ଗୃହିଣୀଙ୍କ ସହିତ ଏପରି କିଛି ହୋଇଛି | ସେ ରାତାରାତି କୋଟିପତି ହୋଇଗଲେ | ଜାଣନ୍ତୁ ପୁରା ମାମଲା |

ପୁରସ୍କାରରେ ଜିତିଲେ ୧ କୋଟି ଟଙ୍କା :-

ପଞ୍ଜାବର ଅମୃତସର ସହରରେ ରହୁଥିବା ରେଣୁ ଚୌହାନ ଜଣେ ଗୃହିଣୀ ଅଟନ୍ତି | କିଛି ଦିନ ପୂର୍ବରୁ ସେ ୧୦୦ ଟଙ୍କାରେ ଗୋଟିଏ ଲଟେରୀ ଟିକେଟ କିଣିଥିଲେ | ରେଜଲ୍ଟ ଆସିବାପରେ ଜଣାପଡିଲା ଯେ ସେ ଲଟେରୀରେ ପ୍ରଥମ ପୁରସ୍କାର ଜିତିଛନ୍ତି | ଏହି ପୁରସ୍କାର ମଧ୍ୟ ହାଲୁକା ପ୍ରକାରର ନଥିଲା, ବରଂ ଏହା ଏକ କୋଟି ଟଙ୍କା ଥିଲା | ଗୃହିଣୀ ରେଣୁ ଚୌହାନ ଅଚାନକ କୋଟିପତି ହୋଇଥିବାରୁ ବହୁତ ଖୁସି ଅଛନ୍ତି ଏବଂ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ମାନୁଛନ୍ତି |

ବଦଳିଗଲା ରେଣୁଙ୍କ ଭାଗ୍ୟ :-

ଏଏନଆଇ ରିପୋର୍ଟ ଅନୁଯାୟୀ, ରେଣୁ ଚୌହାନ ପଞ୍ଜାବର ଅମୃତସରରେ ଲରେନ୍ସ ରୋଡରେ ରୁହନ୍ତି | ତାଙ୍କ ସ୍ୱାମୀ ପୋଷାକ ଦୋକାନ ଚଲାନ୍ତି ଏବଂ ତାଙ୍କ ପରିବାର ମିଡଲ କ୍ଲାସ ବର୍ଗରେ ଗଣନା କରାଯାଏ | ରେଣୁ କହିଛନ୍ତି ଯେ ଜିତିଥିବା ରାଶିରେ ସେ ନିଜ ଜୀବନକୁ ସହଜ କରିପାରିବେ | ଏହି ଲଟେରୀ ଟିକେଟକୁ ସେ ମାତ୍ର ୧୦୦ ଟଙ୍କାରେ କିଣିଥିଲେ |

ଆକାଉଣ୍ଟରେ ଖୁବଶୀଘ୍ର ଟ୍ରାନ୍ସଫର ହେବ ୧ କୋଟି ଟଙ୍କା :-

ପଞ୍ଜାବ ରାଜ୍ୟ ଲଟେରୀ ବିଭାଗର ମୁଖପାତ୍ରଙ୍କ ଅନୁଯାୟୀ, ପ୍ରତି ମାସରେ ମୁକ୍ତିଲାଭ କରୁଥିବା ପଞ୍ଜାବ ଷ୍ଟେଟ ଡିୟର ୧୦୦ + ଲଟେରୀ ଡ୍ର ଏଥର ଫେବୃଆରୀ ମାସ ୧୧ ତାରିଖ ୨୦୨୧ ରେ ମୁକ୍ତିଲାଭ କରିଥିଲା | ଏଥିରେ ଫାର୍ଷ୍ଟ ପ୍ରାଇଜ ଟିକେଟ୍ ନମ୍ବର D-12228 ରେ ପ୍ରଦାନ କରାଯାଇଥିଲା | ସେ କହିଛନ୍ତି ଯେ ରେଣୁ ପୁରସ୍କାର ରାଶି ପାଇବା ପାଇଁ ନିଜର ଲଟେରୀ ଟିକେଟ ଏବଂ ସବୁ ଡକ୍ୟୁମେଣ୍ଟସ ଜମା କରି ଦେଇଛନ୍ତି | ଖୁବଶୀଘ୍ର ପୁରସ୍କାର ରାଶି ତାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରି ଦିଆଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *