ଇଂଲଣ୍ଡ ବିପକ୍ଷରେ ୪ର୍ଥ ଟେଷ୍ଟ ମ୍ୟାଚ ଖେଳିବେନି ଯଶପ୍ରୀତ ବୁମ୍ରା,ଜାଣନ୍ତୁ କାରଣ

ଆସନ୍ତା ୪ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁଥିବା ୪ର୍ଥ ଟେଷ୍ଟ ସିରିଜ ମ୍ୟାଚରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଖେଳିବେ ନାହିଁ। ବୁମ୍ରାଙ୍କୁ ଟେଷ୍ଟ ସ୍କ୍ୱାଡରୁ ଟିମ ମ୍ୟାନେଜମେଣ୍ଟ ରିଲିଜ କରିଛି।

ତୃତୀୟ ଟେଷ୍ଟ ମ୍ୟାଚରେ ବୁମ୍ରା କେବଳ ୬ ଓଭର ବୋଲିଂ କରିଥିଲେ। ଦୁଇ ସ୍ପିନର ଅକ୍ଷର ପଟେଲ ଓ ରବି ଅଶ୍ୱିନଙ୍କ ସାନଦାର ପ୍ରଦର୍ଶନୀ ପାଇଁ ବୁମ୍ରାଙ୍କୁ ଅଧିକ ବୋଲିଂ କରିବାକୁ ପଡ଼ିନଥିଲା। ଏହି ତୃତୀୟ ଟେଷ୍ଟ ମ୍ୟାଚ ପରେ ଟିମ ମ୍ୟାନେଜମେଣ୍ଟକୁ ତାଙ୍କୁ ୪ର୍ଥ ଟେଷ୍ଟ ସ୍କ୍ୱାଡ ମ୍ୟାଚରୁ ରିଲିଜ କରିବା ପାଇଁ ଅନୁରୋଧ କରିଥିଲେ। ଆଉ ତାଙ୍କର ଅନୁରୋଧକୁ ରକ୍ଷା କରି ବିସିସିଆଇ ତାଙ୍କୁ ଦଳରୁ ରିଲିଜ କରିଛନ୍ତି।

ବିସିସିଆଇ ତରଫରୁ ମିଳିଥିବା ସୂଚନା ଅନୁସାରେ, ନିଜର ବ୍ୟକ୍ତିଗତ କାରଣ ପାଇଁ ବୁମ୍ରା ସ୍କ୍ୱାଡରୁ ରିଲିଜ ହେବାପାଇଁ ଅନୁରୋଧ କରିଥିଲେ। ଆଉ ତାଙ୍କର ଅନୁରୋଧକୁ ବିସିସିଆଇ ଅନୁମତି ଦେଇଛି। ଏହାର ମାନେ ଯେ, ସେ ୪ର୍ଥ ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ। କିନ୍ତୁ, ଏ ପର୍ଯ୍ୟନ୍ତ ବିସିସିଆଇ ବୁମ୍ରାଙ୍କ ବଦଳରେ କୌଣସି ଅନ୍ୟ ଖେଳାଳିଙ୍କୁ ଟିମ ଇଣ୍ଡିଆ ସ୍କ୍ୱାଡରେ ସାମିଲ ମଧ୍ୟ କରିନାହାନ୍ତି।

Google

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ବୁମ୍ରା ୨ଟି ୱିକେଟ ନେବାର ସଫଳ ହୋଇଥିଲେ। ୱାର୍କ ମ୍ୟାନେମେଣ୍ଟକୁ ଆଖିରେ ରଖି ତାଙ୍କୁ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବିଶ୍ରାମ ଦିଆଯାଇଥିଲା। ଆଉ ତାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ସାମିଲ କରାଯାଇଥିଲା। ଆଉ ପରେ ତୃତୀୟ ଟେଷ୍ଟ ମ୍ୟାଚରେ ତାଙ୍କୁ ସାମିଲ କରାଯାଇଥିଲା।

ଅନ୍ୟ ପାର୍ଶ୍ବରେ ଟେଷ୍ଟ ସିରିଜ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ଏହି ଟି-୨୦ ସିରିଜ ପାଇଁ ବିସିସିଆଇ ତରଫରୁ ୧୯ ଜଣିଆ ସ୍କ୍ୱାଡ ଗଠନ କରିଛନ୍ତି। ଆଉ ଏହି ଟି-୨୦ ସିରିଜ ମ୍ୟାଚରେ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି। ଆଉ ଏହାର ମାନେ ଯେ, ବୁମ୍ରା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ମ୍ୟାଚ ଟିମକୁ ଫେରିପାରନ୍ତି ବୋଲି ଆଶା କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *