ଆପଣଙ୍କ ଆଧାର କାର୍ଡ କେଉଁ କେଉଁ ଜାଗାରେ ବ୍ୟବହାର ହୋଇଛି,ଘରେ ବସି ଏମିତି ଭାବରେ ଦେଖନ୍ତୁ

ନୂଆଦିଲ୍ଲୀ: ଏହି ସମୟରେ ଆଧାର କାର୍ଡ ଏକ ଗୁରୁତ୍ବପୂର୍ଣ୍ଣ ଦସ୍ତାବେଜ|ଏହାର ବ୍ୟବହାର ପାଖାପାଖି ସମସ୍ତ ସରକାରୀ କାର୍ଯ୍ୟରେ ପଡ଼ିଥାଏ|ଏହାକୁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଦ୍ଵାରା ଜାରି କରାଯାଏ,ଯେଉଁଥିରେ ବ୍ୟବହାରକାରୀଙ୍କ ବାୟୋମେଟ୍ରିକ ଓ ଜନସାଙ୍ଖିକୀୟ ତଥ୍ୟ ଦ-ର୍ଜ ହୋଇଥାଏ|କିନ୍ତୁ ବହୁବାର ଏହା ମଧ୍ୟ ଚିନ୍ତାର ବିଷୟ ହୋଇପାରେ ଯେ ଆପଣଙ୍କ ଆଧାରର ଭୁଲ ବ୍ୟବହାର ହେଉନାହିଁ ତ?ଯଦି ସଂଶୟ ଥାଏ,ତେବେ ଚେକ୍ କରି ପାରିବେ|ଆପଣ ୟୁଆଇଡିଏଆଇ ୱେବସାଇଟରେ ଯାଇ ଆଧାର ହିଷ୍ଟ୍ରି ସେଵା ଜ-ରି-ଆରେ ଜାଣିପାରିବେ|

ଏହି ସେବା ଉଠାଇବା ପାଇଁ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଅନିବାର୍ଯ୍ୟ ଅଟେ|ଅଧାର କାର୍ଡ ଧାରକ ପୂର୍ବ ୬ ମାସର କୈାଣସି ପ୍ରମାଣିକିକରଣ ଏଜେନ୍ସି ଦ୍ୱାରା ବ୍ୟବହୃତ ହୋଇଥିବା ସମସ୍ତ ତଥ୍ୟ ଦେଖିପାରିବେ|କୈାଣସି ଆଧାର କାର୍ଡ ଧାରୀ ନିଜର ଆଧାର ନମ୍ବର ଉପଯୋଗ କରି ୱେବସାଇଟରେ ପ୍ରମାଣୀକରଣ ଇତିହାସ ଯାଞ୍ଚ କରିପାରିବେ|ଯଦିଓ ଏହି ସମୟରେ ସର୍ବାଧିକ ୫୦ଟି ରେ-କ-ର୍ଡ ଦେଖିପାରିବେ|

କେମିତି ମିଳିବ ତଥ୍ୟ:

୧-ୟୁଆଇଡିଏଆଇ ର ଆଧିକାରିକ ୱେବସାଇଟ uidai.gov.in ରେ ଯାଆନ୍ତୁ

୨-ମୋ ଆଧାର ବିକଳ୍ପ ଉପରେ କ୍ଲିକ କରନ୍ତୁ

୩-ନୁଆ ସେକ୍ସନ ଖୋଲିବ,ଆଧାର ପ୍ରମାଣୀକରଣ ଇତିହାସରେ କ୍ଲିକ କରନ୍ତୁ

୪-ନିଜର ଆଧାର ନମ୍ବର ଓ କ୍ୟାପ୍ଚା ଦାଖଲ କରନ୍ତୁ

୫-ପଞିକୃତ ମୋବାଇଲ ନମ୍ବରକୁ ଓଟିପି ଯିବ

୬-ଓଟିପି ଦାଖଲ କରନ୍ତୁ

୭-ଦୁଇ ବିକଳ୍ପ ସହ ନୁଆ ଉଇଣ୍ଡୋ ଖୋଲିବ, ଉଇଣ୍ଡୋ ପ୍ରାମାଣୀକରଣ ପ୍ରକାର ଓ ଡାଟା ରେଞ୍ଜ

୮-ଆଧାର ଉପଯୋଗ ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳିପାରିବ

Google

ଆଧାର କାର୍ଡ ଧାରକ ନିମ୍ନ ଇତିହାସ ପାଇପାରିବେ

୧-ଅଥଣ୍ଟିକେସନ ମୋଡାଲିଟି

୨-ଅଥଣ୍ଟିକେସନ ତାରିଖ ଓ ସମୟ

୩-ୟୁଆଇଡିଏଆଇ ରେସ୍ପନ୍ସ କୋଡ୍

୪-ଏୟୁଏ ନାମ

୫-ଏୟୁଏ ଲେଣଦେଣ ଆଇଡି(କୋଡ୍ ସହ)

୬-ପ୍ରମାଣୀକରଣ ପ୍ରତିକ୍ରିୟା (ସଫଳ/ଅସଫଳ)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *