ଭାରତ ବନାମ ଇଂଲଣ୍ଡ : ଅନୀଲ କୁମ୍ବଲେଙ୍କ ରେ-କ-ର୍ଡ଼ ଭାଙ୍ଗିଲେ ରବିଚନ୍ଦ୍ରନ ଅଶ୍ୱିନ, ମୁଥିୟା ମୁରଲୀଧରଣଙ୍କ ପରେ ହାସଲ କଲେ ଏହି କୀର୍ତ୍ତିମାନ,ଜାଣନ୍ତୁ ସେ ରେ-କ-ର୍ଡ ବିଷୟରେ

ଇଂଲଣ୍ଡ ବିପକ୍ଷରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଷ୍ଟାର ବୋଲର ରବି ଅଶ୍ୱିନ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ 400 ଉଇକେଟ ନିଜ ନାମରେ କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟରେ ସବୁଠାରୁ ଦ୍ରୁତ 400 ଉଇକେଟ ନେବାରେ ଦ୍ଵିତୀୟ ସ୍ଥାନରେ ରହିଲେ । ଅଶ୍ୱିନ ନିଜର 77ତମ ଟେଷ୍ଟ ମ୍ୟାଚରେ ଏହି ରେ-କ-ର୍ଡ଼ ସୃଷ୍ଟି କଲେ ।

ମୁରଲୀଧରଣଙ୍କ ନାମରେ ଅଛି ରେ-କ-ର୍ଡ଼ :-

ଟେଷ୍ଟ କ୍ରିକେଟରେ ଦ୍ରୁତ 400 ଉଇକେଟ ନେବାର ବିଶ୍ୱ ରେ-କ-ର୍ଡ଼ ଶ୍ରୀଲଙ୍କାର ମୁଥିୟା ମୁରଲୀଧରଣଙ୍କ ନାମରେ ରହିଛି। ସେ ଏହି କାରନାମା ମାତ୍ର 72 ଟି ଟେଷ୍ଟ ମ୍ୟାଚରେ ହାସଲ କରିଥିଲେ ।

Google

ଟେଷ୍ଟ କ୍ରିକେଟର ସବୁଠାରୁ ଦ୍ରୁତ 400 ଉଇକେଟ ନେଇଥିବା ବୋଲର :-

72 ମ୍ୟାଚ- ମୁଥିୟା ମୁରଲୀଧରଣ

77 ମ୍ୟାଚ- ରବିଚନ୍ଦ୍ରନ ଅଶ୍ୱିନ

80- ରିଚାର୍ଡ ହେଡଲି/ ଡେଲ ଷ୍ଟେନ

84- ରଙ୍ଗନା ହେରାଥ

85- ଅନୀଲ କୁମ୍ବଲେ

77 ମ୍ୟାଚରେ ଏବେପର୍ଯ୍ୟନ୍ତ 400 ଉଇକେଟ :

ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ 77ଟି ମ୍ୟାଚ ଖେଳି 400 ଉଇକେଟ ନେଇସାରିଛନ୍ତି । ଏଥିସହ ସେ ଭାରତର ଦ୍ରୁତତମ ବୋଲର ହୋଇଯାଇଛନ୍ତି 400 ଉଇକେଟ ନେବାରେ । ଏହାପୂର୍ବରୁ ରେ-କ-ର୍ଡ଼ ଅନୀଲ କୁମ୍ବଲେଙ୍କ ନାମରେ ଥିଲା ଯିଏକି 85 ମ୍ୟାଚରେ ଏହି କୀର୍ତ୍ତିମାନ କରିଥିଲେ ।

ହେଡଲି- ଷ୍ଟେନଙ୍କୁ ମଧ୍ୟ ପଛରେ ପକାଇଲେ :-

ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟରେ 77 ମ୍ୟାଚରୁ 400 ଉଇକେଟ ନେଇ ନ୍ୟୁଜିଲାଣ୍ଡର ମହାରଥୀ ରିଚାର୍ଡ ହେଡଲି ଓ ଦକ୍ଷିଣ ଆଫ୍ରିକା ମହାରଥୀ ଡେଲ ଷ୍ଟେନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *