ଭାରତ ବନାମ ଇଂଲଣ୍ଡ : ନିଜର ୧୦୦ ତମ ଟେଷ୍ଟ ମ୍ୟାଚରେ କ୍ୟାରିଅରର ପ୍ରଥମ ଛକା ମାରିଲେ ଇଶାନ୍ତ ଶର୍ମା,ଦେଖନ୍ତୁ ଭିଡ଼ିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିଲା ଓ ଏହି ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ 10 ଉଇକେଟରେ ହରାଇଦେଇଛି । ଏହି ବିଜୟ ସହିତ ଭରତୀୟ ଦଳ 2-1 ରେ ସିରିଜରେ ଆଗୁଆ ରହିଛି । ମ୍ୟାଚରେ 11 ଉଇକେଟ ନେଇଥିବା ଅକ୍ଷର ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଆୱାର୍ଡ ଦିଆଯାଇଥିଲା । ଇଂଲଣ୍ଡ ଦ୍ବିତୀୟ ପାଳିରେ ମାତ୍ର 81 ରନ କରି ଅଲଆଉଟ ହୋଇଯାଇଥିଲା । ଭାରତକୁ ବିଜୟ ଲକ୍ଷ୍ୟ 49 ରନ ଥିବାବେଳେ, ଏହାକୁ ରୋହିତ ଶର୍ମା 25* ଶୁବମନ ଗିଲ 15* ରନ କରି ଦଳକୁ 7.4 ଓଭରରେ ବିଜୟ ଦେଇଥିଲେ । ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଏହା 100ତମ ଟେଷ୍ଟ ମ୍ୟାଚ ଥିଲା ଓ ଏହି ମ୍ୟାଚରେ ସେ ନିଜ କ୍ୟାରିଅରର ପ୍ରଥମ ଆନ୍ତର୍ଜାତିୟ ଛକା ମାରିଥିଲେ ।

ଭିଡ଼ିଓ ଦେଖିବା ଏହିଠାରେ କ୍ଲିକ କରନ୍ତୁ

ଇଶାନ୍ତ ଶର୍ମା 12ଟି ବଲ ଡ଼ଟ ଖେଳିବାପରେ ଜ୍ୟାକ ଲିଚଙ୍କ ବଲକୁ ଆଗକୁ ଯାଇ ଛକା ମାରିଥିଲେ । ପିଙ୍କ ବଳରେ ଖେଳାଯାଇଥିବା ଏହି ଟେଷ୍ଟରେ ମଧ୍ୟ ପ୍ରଥମ ଛକା ଥିଲା ଯାହାକି ଇଶାନ୍ତ ଶର୍ମାଙ୍କ ବ୍ୟାଟରୁ ବାହାରିଥିଲା । ଏହାସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଗୃହମନ୍ତ୍ରୀ ଅମିତ ଶାହ ଈଶାନ୍ତଙ୍କୁ ତାଙ୍କର 100ତମ ଟେଷ୍ଟ ମ୍ୟାଚ ପାଇଁ ସମ୍ମାନିତ କରିଥିଲେ । ସାଥି ଖେଳାଳି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଭରତୀୟ ଦଳ ନିଜର ପ୍ରଥମ ଇନିଂସରେ 145 ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ଚମତ୍କାର ବୋଲିଂ ବଳରେ ଭାରତୀୟ ଦଳ ଅଲଆଉଟ ହୋଇଯାଇଥିଲା । ଏଥିସହ ଜୋ ରୁଟ ପ୍ରଥମଥର ଭାବରେ ଟେଷ୍ଟରେ ନିଜର ପଞ୍ଚମ ଉଇକେଟ ନେଇଥିଲେ । ଭାରତ ତରଫରୁ ରୋହିତ ଶର୍ମା ସର୍ବାଧିକ 66 ରନର ପାଳି ଖେଳିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *