ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମାଟି କାମୁଡ଼ିଲା ଇଂଲଣ୍ଡ,ଦ୍ଵିତୀୟ ଦିନରେ ୧୦ ୱିକେଟରେ ପରାସ୍ତ

ବିଶ୍ଵର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦୁଇ ଦିନରେ ମ୍ଯାଚ ଶେଷ ହୋଇଯାଇଛି। ଭାରତ ଇଂଲଣ୍ଡକୁ ପିଙ୍କ ବଲ ଟେଷ୍ଟରେ ୧୦ୱିକେଟ ହରାଇଛି। ପ୍ରଥମ ଥର ଭାରତ ଆଫଗାନିସ୍ଥାନକୁ ଦୁଇ ଦିନରେ ହରାଇଥିଲା, ଯେଉଁଥିରେ ସେ ଟେଷ୍ଟରେ ପଦାର୍ପଣ କରିଥିଲେ। କିନ୍ତୁ ଇଂଲଣ୍ଡ ପରି ଦଳକୁ ଦୁଇ ଦିନ ମଧ୍ୟରେ ହରାଇବା ଭାରତୀୟ ଦଳ ପାଇଁ ଏକ ବଡ ଉପଲବ୍ଧି ଅଟେ। ଭାରତ ଦ୍ଵିତୀୟ ଥର ଇଂଲଣ୍ଡକୁ ୧୦ ୱିକେଟରେ ହରାଇଲା। ଢ଼ ପୂର୍ବରୁ ୨୦୦୧ରେ ମୋହାଲୀ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୱିକେଟ ସାହାଯ୍ୟରେ ହରାଇଥିଲା।

୨୦୧୮ରେ ଆଫଗାନିସ୍ଥାନ ଦଳ ବାଙ୍ଗଲୋରରେ ନିଜର ଟେଷ୍ଟ ଇତିହାସରେ ପ୍ରଥମ ମ୍ଯାଚ ଖେଳିଥିଲା। ଭାରତ ଏହି ଟେଷ୍ଟ ମ୍ଯାଚକୁ ଦୁଇ ଦିନରେ ଦୁଇଟି ଇନିଙ୍ଗ୍ସ ଓ ୨୬୨ରନରେ ଜିତିଥିଲା। ଭାରତ ପ୍ରଥମ ଇନିଙ୍ଗ୍ସରେ ୪୭୪ରନ କରିଥିଲା। ଯାହାର ଉତ୍ତରରେ ଆଫଗାନିସ୍ଥାନ ଦଳ ପ୍ରଥମ ଇନିଙ୍ଗ୍ସରେ ୧୦୯ ଓ ଦ୍ଵିତୀୟ ଇନିଙ୍ଗ୍ସରେ ଫୋଲଅନ ହୋଇ ୧୦୩ ରନ କରିଥିଲା। ଭାରତ ଚାରୋଟି ମ୍ଯାଚର ଏହି ସିରିଜରେ ୨-୧ରେ ଆଗୁଆ ଅଛି। ଚତୁର୍ଥ ଟେଷ୍ଟ ଏହି ସ୍ଥାନରେ ମାର୍ଚ୍ଚ ୪ରୁ ଖେଳାଯିବ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ ଜିତ୍ୟ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ପ୍ରଥମ ଇନିଙ୍ଗ୍ସରେ ୧୧୨ରନରେ ଅଲଆଉଟ ହୋଇଯାଇଥିଲେ। ଅକ୍ଷର ପଟେଲ ଛଅଟି ଓ ରବିଚନ୍ଦ୍ରନ ଅଶ୍ଵିନୀ ତିନୋଟି ୱିକେଟ ହାସିଲ କରିଥିଲେ। ଭାରତ ମଧ୍ୟ ପ୍ରଥମ ଇନିଙ୍ଗ୍ସରେ କିଛି ଖାସ କରିପାରିନଥିଲା ଓ ସମ୍ପୂର୍ଣ ଦଳ ୧୪୫ରନରେ ଆଉଟ ହୋଇଗଲେ। ଅପନର ରୋହିତ ଶର୍ମା ୬୬ରନର ଏକ ଗୁରୁତ୍ଵପୂର୍ଣ ଇନିଙ୍ଗ୍ସ ଖେଳିଥିଲେ। ଜୋ ରୁଟ ପାଞ୍ଚ ଓ ଜ୍ୟାକ ଲିଚ ଚାରୋଟି ୱିକେଟ ନେଇଥିଲେ। ଭାରତକୁ ପ୍ରଥମ ଇନିଙ୍ଗ୍ସର ଆଧାରରେ ୩୩ରନ ଆଗୁଆ ଥିଲା।

ଇଂଲଣ୍ଡ ଦଳ ଦ୍ଵିତୀୟ ଇନିଙ୍ଗ୍ସରେ ୮୧ରନରେ ଆଉଟ ହୋଇଗଲେ ଓ ଭାରତକୁ ୪୯ରନର ଲକ୍ଷ ମିଳିଲା। ଇଂଲଣ୍ଡର ଭାରତ ବିରୁଦ୍ଧରେ ଏହା ନ୍ଯୁନତମ ସ୍କୋର ଅଟେ। ଏହା ପୂର୍ବରୁ ଇଂଲଣ୍ଡର ଭାରତ ବିରୁଦ୍ଧରେ ସବୁଠାରୁ ନ୍ୟନତମ ସ୍କୋର ୧୦୧ରନ ଅଟେ, ଯାହାକି ୧୯୭୧ ମସିହାରେ ଅଭଲ ଟେଷ୍ଟରେ ହୋଇଥିଲା।

ଦ୍ଵିତୀୟ ଇନିଙ୍ଗ୍ସରେ ଇଂଲଣ୍ଡର ଚାରିଜଣ ବ୍ୟାଟ୍ସମ୍ୟାନ ରନ କରିନଥିଲେ। ଅକ୍ଷର ପଟେଲ ପାଞ୍ଚ ଓ ଅଶ୍ଵିନୀ ଚାରୋଟି ୱିକେଟ ନେଇଥିଲେ। ଅକ୍ଷର ନିଜ ନାମରେ ସମୁଦାୟ ୧୧ଟି ୱିକେଟ କରିଲେ, ଯାହାକି ଦିବା-ରାତ୍ରି ଟେଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ ଅଟେ। ଏହା ସହିତ, ଅକ୍ଷର ଦ୍ଵିତୀୟ ବୋଲର ହେଲେ ଯିଏକି ନିଜର କ୍ଯାରିୟରର ପ୍ରଥମ ଦୁଇଟି ଟେଷ୍ଟ ମ୍ଯାଚରେ ୩ଥର ପାଞ୍ଚ କିମ୍ବା ତାଠାରୁ ଅଧିକ ୱିକେଟ ନେଇଛନ୍ତି। ଅକ୍ଷର ଏହା ପୂର୍ବରୁ ନରେନ୍ଦ୍ର ହିରବାନୀ ଏହି କାରନାମା କରିଥିଲେ।

ଦିବା-ରାତ୍ରି ଟେଷ୍ଟ ମ୍ଯାଚରେ ସର୍ବଶ୍ରେଷ୍ଠ ବୋଲିଂ:-

୧୧/୭୦ ଅକ୍ଷର ପଟେଲ ବନାମ ଇଂଲଣ୍ଡ ,ଅହମ୍ମଦାବାଦ

୧୦/୬୨ ପେଟ କମିନ୍ସ ବନାମ ଶ୍ରୀଲଙ୍କା, ବ୍ରିସ୍ବେନ

୧୦/୧୭୪ ଦେବେନ୍ଦ୍ର ବିଷୁ ବନାମ ପାକିସ୍ଥାନ, ଦୁବାଇ

Leave a Reply

Your email address will not be published. Required fields are marked *