ଭାରତ ବନାମ ଇଂଲଣ୍ଡ : ପଡ଼ିଆ ମଝିରେ ବେନ ଷ୍ଟୋକସଙ୍କ ଉପରେ ଗର୍ଜିଲେ ବିରାଟ କୋହଲି,ପାଖକୁ ଆସି କହିଲେ ଏହି କଥା, ଦେଖନ୍ତୁ ଭିଡ଼ିଓ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମ ପାଳିରେ ଇଂଲଣ୍ଡ ଦଳ 48.4 ଓଭରରେ 112 ରନ କରି ଅଲଆଉଟ ହୋଇଯାଇଛି। ମ୍ୟାଚ ମଧ୍ୟରେ ଅଧିନାୟକ ବିରାଟ କୋହଲି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକସଙ୍କ ଉପରେ ରାଗି ଯାଇଥିଲେ ।

କୋହଲି କହିଥିଲେ ‘ କମ ଅନ ‘ :-

ଇଂଲଣ୍ଡ ପାଳିର 24 ଓଭରରେ ବେନ ଷ୍ଟୋକସ ଅଶ୍ୱିନୀଙ୍କ ବଲକୁ ଖେଳିବାପାଇଁ ଅଧିକ ସମୟ ନେଇଯାଇଥିଲେ । ଏହିସମୟରେ କୋହଲି ପାଖକୁ ଆସି କହିଥିଲେ, ‘ସବୁ ଠିକ ଅଛି ତ ବେନ , କମ ଅନ’ । ଏଥିରେ ଦେଖାଯାଇଥିଲା କୋହଲି ଖୁସି ନଥିଲେ ।

ସ୍ପିନ ବୋଲିଂରେ ପୁଣି ଫସିଗଲା ଇଂଲଣ୍ଡ ଦଳ :-

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ପୁଣିଥରେ ଭରତୀୟ ସ୍ପିନର ଶିକାର ହୋଇଛନ୍ତି । ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ପ୍ରଥମ ପାଳିରେ ହିଁ ଇଂଲଣ୍ଡର 3 ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ । ଯୁବା ସ୍ପିନର ଅକ୍ଷର ପଟେଲ ମଧ୍ୟ 6ଟି ଉଇକେଟ ନେଇଥିଲେ ଓ ଇଶାନ୍ତ ଶର୍ମା ମଧ୍ୟ ଗୋଟିଏ ଉଇକେଟ ନେଇଥିଲେ ।

7ଜଣ ବ୍ୟାଟ୍ସମ୍ୟାନ ଛୁଇଁ ପାରିଲେନାହିଁ ଦୁଇଅଙ୍କ :-

ଇଂଲଣ୍ଡର ବ୍ୟାଟ୍ସମ୍ୟାନ ପ୍ରଥମ ପାଳିରେ ସମ୍ପୂର୍ଣ୍ଣ ଭାବରେ ହାର ମାନିଯାଇଥିଲେ । ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ 7ଜଣ ଖେଳାଳି ଦୁଇଅଙ୍କ ଛୁଇଁପାରିନଥିଲେ । କେବଳ ଜ୍ୟାକ କ୍ରୋଲି ଯିଏକି 53 ରନର ଅର୍ଧଶତକୀୟ ପାଳି ଖେଳିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *