ପବଜି ଖେଳାଳିଙ୍କ ପାଇଁ ଖୁସି ଖବର : ଆସନ୍ତା ସପ୍ତାହରେ ନୂଆ ନାଁ ସହ ଭାରତକୁ ଫେରୁଛି ପବଜି

ପବଜି ଖେଳାଳିଙ୍କ ପାଇଁ ଖୁସି ଖବର। ଆସନ୍ତା ସପ୍ତାହରେ ନୂଆ ନାଁ “ପବଜି ମୋବାଇଲ ୨” ନାମରେ ଭାରତରେ ଲଞ୍ଚ ହେବାକୁ ଯାଉଛି। ସୂଚନାନୁସାରେ,ଗତବର୍ଷ ସେପ୍ଟେମ୍ବର ମାସରେ ଦେଶର ସୁରକ୍ଷା ପାଇଁ ପବଜି ଗେମକୁ ବ୍ୟାନ କରାଯାଇଥିଲା। ପବଜି ମୋବାଇଲ ୨ ଗେମକୁ ଦକ୍ଷିଣ କୋରିଆର କମ୍ପାନୀ Krafton ପ୍ରସ୍ତୁତ କରିଛନ୍ତି। pseudonym PlayerIGN ନାମକ ଜଣେ ଟିପଷ୍ଟର କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଭାରତରେ PUBG mobile 2 ଲଞ୍ଚ ହେବ।

ଏହି PUBG mobile 2 ଗେମକୁ ଆଣ୍ଡ୍ରଏଡ ଓ ଆଇଓଏସ ମୋବାଇଲରେ ଲଞ୍ଚ କରାଯିବ। ସୂଚନା ଅନୁଯାୟୀ, ଏହି ଗେମ୍ ଲଞ୍ଚ ହେବା ଦିନ କମ୍ପାନୀ ପବଜି ଗ୍ଲୋବାଲ ଇନଭିଟେସନାଲ ଏସଏସ ୨୦୨୧(PUBG Global Invitational.S 2021) ଟୁର୍ଣ୍ଣାମେଣ୍ଟର ଆୟୋଜନ ମଧ୍ୟ କରିବ। କିନ୍ତୁ, କମ୍ପାନୀ ତରଫରୁ କୌଣସି ଅଫିସିଆଲ୍ ସାଇଟରେ କୌଣସି ତଥ୍ୟ ଦେଇନାହିଁ।

Google

ପୂର୍ବରୁ ଡିସେମ୍ବର ମାସରେ PUBG ଇଣ୍ଡିଆର ୱେଲକମ୍‌ ଗିଫ୍ଟ ରିଲିଜ ହୋଇଥିଲା। ଆଉ ଏହି ୱେଲକମ୍‌ ଗିଫ୍ଟକୁ ଟାଟା ମୋଟର୍ସ ଓ କେତେକ ୟୁଟ୍ୟୁବର ମଧ୍ୟ ଦେଖିଥିଲେ।ଯାହାକି, ପବଜି ମୋବାଇଲ ଇଣ୍ଡିଆକୁ ଡାଉନଲୋଡ କରିଲେ ଓ ଖେଳିଲେ ଏହି ୱେଲକମ ଗିଫ୍ଟ ମିଳିବ ବୋଲି ସୂଚନା ମିଳୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *