ମାତ୍ର ୭ ଟଙ୍କା ଖର୍ଚ୍ଚ କଲେ ୩୫ କିଲୋମିଟର ଚାଲୁଛି ଏହି ପୁରୁଣା ବାଇକ,ଜାଣନ୍ତୁ ଏହି ବାଇକ ବିଷୟରେ କିଛି

ପ୍ରତିଦିନ ପେଟ୍ରୋଲ ଦର ବଢ଼ୁଥିବାରୁ ଏହା ପକେଟ ଉପରେ ପ୍ରଭାବ ପକାଉଛି । ଏହିସମୟରେ ମଧ୍ୟପ୍ରଦେଶର ବୈତୁଲର ଦେଶୀ ଇଞ୍ଜିନିୟର ଉଷାକାନ୍ତ ନିଜର ପୁରୁଣା ବାଇକକୁ ଇଲେକ୍ଟ୍ରିକ ବାଇକରେ ରୂପାନ୍ତରିତ କରି ପେଟ୍ରୋଲ ଦାଉରୁ ବଞ୍ଚିଛନ୍ତି ।

ଉଷାକାନ୍ତ ବୈତୁଲର ବିଜୁଳି ବିଭାଗରେ ଲାଇନମ୍ୟାନ ରହିଛନ୍ତି। ଯିଏକି ଏହି ବାଇକ ବନାଇଛନ୍ତି । ଉଷାକାନ୍ତଙ୍କ କହିବା ହେଉଛି ତାଙ୍କ ପାଖରେ 18 ବର୍ଷର ପୁରୁଣା ବାଇକ ଥିଲା ଯାହାକୁ ସେ ଇଲେକ୍ଟ୍ରିକ ବାଇକରେ ପରିଣତ କରିଦେଇଛନ୍ତି । ଏଥିରେ 12 ୱାଟର ୪ଟି ବ୍ୟାଟେରୀ ଲଗାଯାଇଛି । ଏହାସହ ଏକ ମୋଟର ମଧ୍ୟ ଏଥିରେ ଲଗାଯାଇଛି ।

ଏହି ବାଇକ 6 ଘଣ୍ଟାରେ ଫୁଲ ଚାର୍ଜ ହୋଇଥାଏ ଓ ଚାର୍ଜ ହେବାରେ ଏହା ଗୋଟିଏ ୟୁନିଟ ବିଜୁଳି ଖର୍ଚ୍ଚ ନେଇଥାଏ । ଗୋଟିଏ ଥର ଚାର୍ଜ କଲେ ବାଇକ 35 କିଲୋମିଟର ଚାଲିଥାଏ। ଏହା ବାସ୍ତବରେ ବହୁତ ନୂଆ ଅନୁସନ୍ଧାନ ଅଟେ, ମାତ୍ର 7 ଟଙ୍କା ଖର୍ଚ୍ଚରେ ବାଇକ 35 କିଲୋମିଟର ଚାଲିଥାଏ ।

ଉଷାକାନ୍ତଙ୍କ ବନ୍ଧୁ କହିଥିଲେ କି, ଏକ ନୂଆ ବାଇକ କିଣିବାକୁ ଆଜିର ସମୟରେ 90,000 ରୁ 1 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏଥିପାଇଁ ଉଷାକାନ୍ତ ଏକ ପୁରୁଣା ବାଇକକୁ ଇଲେକ୍ଟ୍ରିକରେ ରୂପାନ୍ତର କରି ଚଳାଉଛନ୍ତି । ଯାହାଦ୍ୱାରା ବାୟୁ ପ୍ରଦୂଷଣ ମଧ୍ୟ ହେଉନାହିଁ ।

ଉଷାକାନ୍ତ ନିଜ ଅଫିସକୁ ଏହି ବାଇକରେ ଯାଆନ୍ତି ଓ ତାଙ୍କ ସହ ବନ୍ଧୁ ଦୟାରାମ ମଧ୍ୟ ଯାଆନ୍ତି କାରଣ ଉଭୟ ଇଲେକ୍ଟ୍ରିକ ବିଭାଗରେ କାମ କରିଥାନ୍ତି ।

ଉଷାକାନ୍ତ କହିଥିଲେ, ଏହି ପୁରୁଣା ବାଇକକୁ ଯଦି ସେ କବାଡ଼ିଆକୁ ବିକ୍ରି କରିଥାନ୍ତେ ତାହେଲେ ତାଙ୍କୁ କମ ଟଙ୍କା ମିଳିଥାନ୍ତା କିନ୍ତୁ ସେ ଏହି ବାଇକକୁ 28 ହଜାର ଖର୍ଚ୍ଚ କରି ଇଲେକ୍ଟ୍ରିକ ବନାଇ ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *