ଏମିତି ଏକ ଦେଶ, ଯେଉଁଠାରେ ୨ ଟଙ୍କାରୁ ବି କମ୍ ଦାମରେ ମିଳୁଛି ୧ ଲିଟର ପେଟ୍ରୋଲ,ଜାଣନ୍ତୁ ସେ ଦେଶ ବିଷୟରେ

ଭାରତରେ ପେଟ୍ରୋଲ,ଡିଜେଲର ବର୍ଦ୍ଧିତ ଦରକୁ ନେଇ ହାହାକାର ଖେଳି ଯାଇଛି|ଦିଲ୍ଲୀ,ମୁମ୍ବାଇ, ଚେନ୍ନାଇ,କୋଲକାତା ଆଦି ସହରରେ ଦାମ୍ ୯୦ରୁ ଉପରେ ରହିଛି|ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି|ଦେଶରେ ଗ୍ରାହକମାନେ ପେଟ୍ରୋଲ,ଡିଜେଲର ବେସ ପ୍ରାଇସ ମାନେ ଏକ୍ସ ଫ୍ୟାକ୍ଟରୀର ପାଖାପାଖି ତିନିଗୁଣା ଅଧିକ ଦେଉଛନ୍ତି|ଏହି ଦରବୃଦ୍ଧି ପାଇଁ ସାଧାରଣ ଜନତାଙ୍କ ଚିନ୍ତିତ|

ଦିଲ୍ଲୀରେ ଆଜି ପେଟ୍ରୋଲର ଦାମ ୯୦.୯୩ଟଙ୍କା, ମୁମ୍ବାଇରେ ୯୭.୩୪ଟଙ୍କା,କୋଲକାତାରେ ୯୧.୧୨ଟଙ୍କା ଓ ଚେନ୍ନାଇରେ ୯୨.୯୦ଟଙ୍କା ମୂଲ୍ୟ ରହିଛି|ଭାରତରେ ଯେତେବେଳେ ପେଟ୍ରୋଲ ଓ ଡିଜେଲର ଦର କମିବା ନାଁ ଧରୁନି ସେତେବେଳେ ଏମିତି କିଛି ଦେଶରେ ଏହା ଦେଢ ଟଙ୍କା ଲିଟର ପ୍ରତି ଦରରେ ମିଳୁଛି|ଆସନ୍ତୁ ଜାଣିବା କେଉଁଠାରେ ସବୁଠାରୁ ଶସ୍ତାରେ ମିଳୁଛି|

ଭେନଜୁଏଲା ଦକ୍ଷିଣ ଆମେରିକାର ମହାଦୀପରେ ଅବସ୍ଥିତ ଏକ ଦେଶ ,ଯାହାର ରାଜଧାନୀ କାରାକାସ ଅଟେ|ଏଠାରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳେ|ଏଠାରେ ପେଟ୍ରୋଲର ଦାମ ୧.୫୦ ଟଙ୍କା|ଏଠାରେ ପେଟ୍ରୋଲ ୨ଟଙ୍କାରୁ ବି କମରେ ମିଳେ|

ଇରାନ ଦକ୍ଷିଣ ଏସିଆର ଦକ୍ଷିଣ ପଶ୍ଚିମ ଖଣ୍ଡରେ ଅବସ୍ଥିତ ଏକ ଦେଶ|ଏଠାରେ ପେଟ୍ରୋଲ ଦର ୪.୫୦ଟଙ୍କା ଲିଟର ପିଛା ରହିଛି|ଇରାନରେ କଚ୍ଚା ତେଲ ଉତ୍ପାଦନ ହୋଇଥାଏ|ଏହାର ରାଜଧାନୀ ତେହରାନ ଅଟେ|

ଅଙ୍ଗୋଲାରେ ପେଟ୍ରୋଲ ଏକ ଲିଟର ପାଣି ବୋତଲ ମାନେ ୨୦ଟଙ୍କାରୁ ମଧ୍ୟ କମ୍|ଏହା ଦକ୍ଷିଣ ପଶ୍ଚିମ ଆଫ୍ରିକୀୟ ଦେଶ|ଏହା ସୁନା ଓ ପେଟ୍ରୋଲିୟମ୍ ଭଳି ଖଣିଜର ଭଣ୍ଡାର,ତେଣୁ ଏଠାରେ ଶସ୍ତା|ଏଠାରେ ପେଟ୍ରୋଲ ଲିଟର ପିଛା ୧୭.୮୨ ଅଟେ|

ଦୁନିଆର ଚତୁର୍ଥ ଶସ୍ତା ପେଟ୍ରୋଲ ଭାବରେ ଆଲଜେରିଆ ପରିଚିତ|ଆଫ୍ରିକି ଦେଶ ଆଲଜେରିଆ ୟୁରୋପୀୟ ଦେଶର ଜଳ ସୀମା ସହ ସଂଲଗ୍ନ|ଏଠାରେ ପେଟ୍ରୋଲ ଦର ୨୫.୧୫ ଲିଟର ପିଛା ରହିଛି|

କୁଏତ ୫ମ ସ୍ଥାନରେ ରହିଥିବା ବେଳେ ଏଠାରେ ପେଟ୍ରୋଲର ଦାମ ୨୫.୨୫ ଟଙ୍କା ଲିଟର ପିଛା ରହିଛି|ଇରାନ ଭଳି କୁଏତ ମଧ୍ୟ କଚ୍ଚା ତେଲ ଉତ୍ପାଦନ କରି ବିକ୍ରୀ କରିଥାଏ|ତେଣୁ ବହୁତ ରାଷ୍ଟ୍ର ଏହା ଉପରେ ନିର୍ଭର କରିଥାନ୍ତି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *