WHATSAPP POLICY : ୧୨୦ ଦିନ ପରେ ଡିଲିଟ ହୋଇଯିବ ଏଭଳି ଲୋକଙ୍କର ହ୍ଵାଟ୍ସଆପ ଆକାଉଣ୍ଟ,ଜାଣନ୍ତୁ କେଉଁମାନଙ୍କର !

ହ୍ଵାଟ୍ସଆପର ନୂତନ ପ୍ରାଇଭେସି ପଲିସୀ ଫେବୃଆରୀ ୮ ତାରିଖରୁ ଲାଗୁ ହେବାର ଥିଲା, କିନ୍ତୁ ବିବାଦ ପରେ କମ୍ପାନୀ ପ୍ରାଇଭେସିକୁ ମେ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା | ବର୍ତ୍ତମାନ ପୁଣିଥରେ ପ୍ରାଇଭେସି ପଲିସୀକୁ ନେଇ ହ୍ଵାଟ୍ସଆପ ନୋଟିଫିକେସନ ଜାରି କରିଛି | ଯାହା ଅନୁଯାୟୀ ହ୍ଵାଟ୍ସଆପର ପ୍ରାଇଭେସି ପଲିସୀ ମେ ୧୫, ୨୦୨୧ ରୁ ଲାଗୁ ହେବାକୁ ଯାଉଛି | ମେ ମାସରେ ଲାଗୁ ହେବାକୁ ଯାଉଥିବା ହ୍ଵାଟ୍ସଆପର ପଲିସୀକୁ ନେଇ ମଧ୍ୟ ବିବାଦ ଆରମ୍ଭ ହୋଇଯାଇଛି, କାରଣ ଆପଣ ହ୍ଵାଟ୍ସଆପର ନୂତନ ପଲିସୀ ମେ ୧୫ ସୁଦ୍ଧା ଗ୍ରହଣ ନକରନ୍ତି, ତେବେ ତା’ପରେ ସେମାନେ କୌଣସି ମେସେଜ ପଠାଇ ପାରିବେ ନାହିଁ ଏବଂ ପ୍ରାପ୍ତ କରିପାରିବେ ନାହିଁ |

୧୨୦ ଦିନ ପରେ ଆକାଉଣ୍ଟ ହୋଇଯିବ ଡିଲିଟ :-

ହ୍ଵାଟ୍ସଆପ କହିଛି ଯେ ୟୁଜର୍ସ ସେ ପର୍ଯ୍ୟନ୍ତ କୌଣସି ମେସେଜ ସେଣ୍ଡ ଏବଂ ରିସିଭ କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ସେମାନେ ସର୍ତ୍ତକୁ ଗ୍ରହଣ ନ କରିଛନ୍ତି | ଯେଉଁ ଲୋକମାନେ ନୂତନ ସର୍ତ୍ତାବଳୀକୁ ଗ୍ରହଣ କରୁନାହାଁନ୍ତି, ସେମାନଙ୍କର ଆକାଉଣ୍ଟ ଇନଆକ୍ଟିଭ ଦେଖାଇବ ଏବଂ ଇନଆକ୍ଟିଭ ଆକାଉଣ୍ଟ ୧୨୦ ଦିନ ପରେ ଡିଲିଟ ହୋଇଯିବ | ସର୍ତ୍ତାବଳୀକୁ ଗ୍ରହଣ କରିବା ପାଇଁ କମ୍ପାନୀ ପ୍ରତି କିଛି ଦିନରେ ନୋଟିଫିକେସନ ଦେଇଚାଲିବ ଏବଂ ତା’ପରେ ଏହାକୁ ମଧ୍ୟ ବନ୍ଦ କରିଦେବ |

ନୂତନ ସର୍ତ୍ତକୁ ନେଇ ସବୁଠାରୁ ଅଧିକ ବିରୋଧୀ ଭାରତରେ ଅଛନ୍ତି ଏବଂ ଭାରତରେ ହ୍ଵାଟ୍ସଆପର ୟୁଜର୍ସ ମଧ୍ୟ ଅଧିକ ଅଛନ୍ତି | ନୂତନ ପଲିସୀ ଦ୍ୱାରା ଲୋକମାନେ ରାଗିଛନ୍ତି ଯେ ହ୍ଵାଟ୍ସଆପ ବର୍ତ୍ତମାନ ନିଜର ପ୍ୟାରେଣ୍ଟ କମ୍ପାନୀ ଫେସବୁକ ସହିତ ଅଧିକ ଡାଟା ସେୟାର କରିବାକୁ ଯୋଜନା କରୁଛି, ତେବେ ହ୍ଵାଟ୍ସଆପ ସ୍ପଷ୍ଟ କରିଛି ଯେ ଏପରି ହେବ ନାହିଁ, ବରଂ ଏହି ଅପଡେଟ ପ୍ରକୃତରେ ବିଜନେସ ଆକାଉଣ୍ଟ ସହିତ ଯୋଡି ହୋଇଛି |

ହ୍ଵାଟ୍ସଆପ ପୂର୍ବରୁ ଫେସବୁକ ସହିତ କିଛି ସୂଚନା ସେୟାର କରିଛି, ଯେପରିକି ୟୁଜର୍ସଙ୍କର ଆଇପି ଆଡ୍ରେସ (ଏହା ଇଣ୍ଟରନେଟ ସହିତ କନେକଟ କରୁଥିବା ପ୍ରତ୍ୟେକ ଡିଭାଇସ ସହିତ ଜଡିତ ନମ୍ବରର ସିକ୍ୱେନ୍ସ ହୋଇଥାଏ, ଏହା ଦ୍ୱାରା ଡିଭାଇସର ଲୋକେସନର ଠିକଣା ଜାଣିବାପାଇଁ ମଧ୍ୟ ବ୍ୟବହାର କରାଯାଇପାରେ) ଏବଂ ପ୍ଲାଟଫର୍ମ ମାଧ୍ୟମରେ କିଣିବା ପୂର୍ବରୁ ହିଁ ସେୟାର କରିଥାଏ, କିନ୍ତୁ ୟୁରୋପ ଏବଂ ୟୁକେରେ ସେ ଏହା କରିନଥାଏ, କାରଣ ଏହି ଦେଶଗୁଡ଼ିକରେ ଅଲଗା ଅଲଗା ପ୍ରାଇଭେସି ନିୟମ ରହିଥାଏ |

କୁହାଯାଉଛି ଯେ ହ୍ଵାଟ୍ସଆପର ନୂତନ ପ୍ରାଇଭେସି ପଲିସୀର ଘୋଷଣା ପରେ ଟେଲିଗ୍ରାମ ଏବଂ ସିଗନାଲ ଭଳି ଆପର ଡାଉନଲୋଡିଂରେ ବହୁତ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି | ଜାନୁଆରୀର ପ୍ରଥମ ସପ୍ତାହରେ ହିଁ ଭାରତରେ ସିଗ୍ନାଲକୁ ୨.୫ କୋଟିରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି | ସେହିପରି ଲକ୍ଷ ଲକ୍ଷ ଲୋକ ନିଜର ହ୍ଵାଟ୍ସଆପ ଆକାଉଣ୍ଟକୁ ଟେଲିଗ୍ରାମକୁ ସିଫ୍ଟ କରିଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *