ତଥାପି ହାର ମାନିନାହାନ୍ତି ପିଣ୍ଟୁ : ଗୋଟିଏ ହାତରେ ପହଁରି ପହଁରି ଜିତିସାରିଛନ୍ତି ବହୁତ ମେଡାଲ । ଏବେ ଏହିପରି ଭାବରେ ଭାଗନେବେ ନ୍ୟାସନାଲ ଚମ୍ପିୟାନସିପରେ,ଜାଣନ୍ତୁ ପିଣ୍ଡୁଙ୍କ ଜୀବନ ସଂଘର୍ଷ ବିଷୟରେ

କୁହାଯାଏ କି, ଭାଗ୍ୟ ପାପୁଲିରେ ଲେଖାଅଛି କିନ୍ତୁ ଯେଉଁମାନଙ୍କର ହାତ ନାହିଁ ତାଙ୍କର କଣ ଭାଗ୍ୟ ନାହିଁ ? ଏହିକଥାକୁ ସାର୍ଥକ କରି ଦେଖାଇଛନ୍ତି ଜୋଧପୁରର ପିଣ୍ଟୁ ଗୋହଲତ ଯିଏକି 21 ବର୍ଷ ପୂର୍ବରୁ ନିଜର ଗୋଟିଏ ହାତ ହରାଇ ଦେଇଥିଲେ କିନ୍ତୁ ହାର ମାନିନଥିଲେ । ସେ ଗୋଟିଏ ହାତରେ ପାରା ସ୍ୱିମିଙ୍ଗରେ ଭାଗ ନେଇ ମେଡାଲ ମଧ୍ୟ ଜିତିଥିଲେ । ପୁଣି ସେ 2 ବର୍ଷ ପୂର୍ବରୁ ନିଜର ଆଉଏକ ହାତକୁ ହରାଇ ଦେଇଥିଲେ କିନ୍ତୁ ସ୍ୱିମିଙ୍ଗ ଆଶା ଛାଡିନଥିଲେ, ଏବେ ସେ ବେଙ୍ଗାଲୁରୁରେ ମାର୍ଚ୍ଚ ମାସରେ ହେବାକୁ ଥିବା ସ୍ୱିମିଙ୍ଗ ନାଶନାଲ ଚମ୍ପିୟାନସିପରେ ଭାଗ ନେବାକୁ ଯାଉଛନ୍ତି ।

ପିଣ୍ଟୁ 1998 ମସିହାରେ ବସ ରେ ଯାତାୟାତ କରୁଥିବା ସମୟରେ ଟ୍ରକ ସହିତ ଏକ ଦୁର୍ଘଟଣାରେ ନିଜର ଗୋଟିଏ ହାତ ହରାଇ ଦେଇଥିଲେ ଓ ଏହାପରେ ଅନ୍ୟ ହାତ ମଧ୍ୟ ହରାଇ ଦେଇଥିଲେ । ଲୋକମାନେ କହିବାକୁ ଲାଗିଲେ ବିନା ହାତରେ ପିଣ୍ଡୁ ଆଉ କୌଣସି କାମ କରିପାରିବନାହିଁ । ଯାହାଦ୍ୱାରା ପିଣ୍ଟୁ ମନସ୍ଥ କରିଦେଲେ କି, ସେ କିଛି କରି ଦେଖାଇବେ ।

ପ୍ରଥମେ ଗୋଟିଏ ହାତ ସହିତ ଅଭ୍ୟାସ କରିବାପରେ ସେ ପାରଙ୍ଗମ ହୋଇଗଲେ । ପିଣ୍ଟୁ ପହଁରିବାରେ ବିଭିନ୍ନ ସଫଳତା ହାସଲ କରିଛନ୍ତି ଓ ସେ 2016 ମସିହାରେ ନାଶନାଲ ଚମ୍ପିୟାନସିପ ମଧ୍ୟ ଜିତିସାରିଛନ୍ତି । ପିଣ୍ଟୁ ଛୋଟ ପିଲାଙ୍କୁ ପହଁରିବା ଶିକ୍ଷା ମଧ୍ୟ ଦେଇଥାନ୍ତି ।

2019 ମସିହାରେ ଏକ ବିଜୁଳି ତାର କୁ ଛୁଇଁ ଦେବାପରେ ପିଣ୍ଟୁର ଦ୍ଵିତୀୟ ହାତ ମଧ୍ୟ କାଟିବାକୁ ପଡିଥିଲା । ଏହାପରେ ପିଣ୍ଟୁ କିନ୍ତୁ ହାର ମାନିନଥିଲେ । କରୋନା ଅନଲକ ପରେ ସେ ପୁଣିଥରେ ସ୍ୱିମିଙ୍ଗପୁଲରେ ପହଁରିବା ଆରମ୍ଭ କରିଦେଲେ ।

ପିଣ୍ଟୁ ବର୍ତ୍ତମାନ 20 ରୁ 22 ମାର୍ଚ୍ଚରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ନାଶନାଲ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି । ପିଣ୍ଟୁ ଏବେପର୍ଯ୍ୟନ୍ତ 17 ଅନ୍ତର୍ଜାତୀୟ ଓ 4 ଟେଷ୍ଟ ପ୍ରତିଯୋଗିତାରେ ଭାଗ ନେଇସାରିଛନ୍ତି ।

2005 ମସିହାରେ ସେ ଷ୍ଟେଟ ପାରା ଚମ୍ପିୟାନସିପରେ ଏକ ଗୋଲଡ଼, 2008 ପର୍ଯ୍ୟନ୍ତ ପାରା ଆଥଲେଟିକ୍ସରେ 6 ଗୋଲଡ଼ ଓ 2 ସିଲଭର ଜିତିଛନ୍ତି । 2010 ରୁ 15 ପର୍ଯ୍ୟନ୍ତ ଚାଲିଥିବା ଅଲ ଇଣ୍ଡିଆ ପାରା ଅଲମ୍ପିକ୍ସ ଚମ୍ପିୟାନସିପରେ ଚତୁର୍ଥ ଓ ପଞ୍ଚମ ସ୍ଥାନ ମଧ୍ୟ ସେ ହାସଲ କରିଛନ୍ତି । 2016 ମସିହାରେ ସେ ପାର ସ୍ପୋର୍ଟସରେ 2 ଟି ଗୋଲଡ଼ ଜିତିସାରିଛନ୍ତି ।

ରାଜସ୍ଥାନ ସରକାର 2016 ମସିହା ପରଠାରୁ ନାଶନାଲ ଚମ୍ପିୟାନସିପରେ ଗୋଲଡ଼ ମେଡାଲ ଜିତିବା ଲୋକଙ୍କୁ ସିଧା ଚାକିରୀ ଦେବା କଥା କହିଥିଲେ । ପିଣ୍ଟୁ ମଧ୍ୟ ଗୋଲଡ଼ ମେଡାଲ ଜିତିଛନ୍ତି କିନ୍ତୁ ତାଙ୍କୁ ଏହା ମିଳିପାରିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *