ନାଲି ଶାଢ଼ୀ ପିନ୍ଧାଇ ଘରଲୋକେ ଝିଅକୁ ଦେଲେ ବିଦାୟ , କିନ୍ତୁ ଶାଶୁଘରେ ପହଞ୍ଚିବା ପୂର୍ବରୁ ହିଁ ଦେହରେ ପଡିଲା ଧଳା କପଡା,ଜାଣନ୍ତୁ ପୁରା ଘ-ଟ-ଣା

ଉତ୍ତରପ୍ରଦେଶର ବିଜନୋରରେ ଗୋଟିଏ ପରିବାର ବସିବାର ତିନିଦିନରେ ହିଁ ଉଜୁଡି ଗଲା | ଯେଉଁ ବାପାମା ନିଜ ଝିଅକୁ ନାଲି ଶାଢ଼ୀରେ ବିଦାୟ ଦେଇଥିଲେ, କିଛି ଦିନ ମଧ୍ୟରେ ହିଁ ତା’ଉପରେ ଧଳା ଶାଢ଼ୀ ଚଢ଼ିଗଲା | ବିବାହର ତିନି ଦିନ ପରେ ହିଁ ବୋହୂର ମୃ-ତ୍ୟୁ ହୋଇଗଲା | ସେହିପରି ବର ଗୁରୁତର ଆ-ହ-ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ବର୍ତ୍ତମାନ ଏହି ଦୁଃଖଦ ଦୃଶ୍ୟକୁ ଦେଖି ଦୁଇ ପରିବାରର ସଦସ୍ୟ ଖାଲି କାନ୍ଦୁଛନ୍ତି |

ବାସ୍ତବରେ ବଢାପୁରର ବାସିନ୍ଦା ପୂଜାଙ୍କ ବିବାହ ଫେବୃଆରୀ ୧୬ତାରିଖରେ କିରତପୁରର ଗ୍ରାମ ମୋଚିପୁରାରେ ହୋଇଥିଲା | ଫେବୃଆରୀ ୧୯ ତାରିଖରେ ସେ ନିଜ ଘରୁ ବିଦାୟ ନେଇ ତାଙ୍କ ଶାଶୁଘର ମୋଚିପୁରାକୁ ଯାଉଥିଲେ | ଏଠାକୁ ରାସ୍ତାରେ ନଜିବାବାଦରେ ରାୟପୁର ରୋଡରେ ଏକ ଅଜଣା ଟ୍ରାକ୍ଟର ଟ୍ରଲି ପୂଜାଙ୍କ କାରକୁ ଜୋରରେ ଧକ୍କା ଦେଇଥିଲା | ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ପୂଜାଙ୍କ ସହିତ କାରରେ ବସିଥିବା ୬ଜଣ ଲୋକ ଗୁରୁତର ଭାବେ ଆହତ ହୋଇଗଲେ |

ଏହି ଦୁ-ର୍ଘ-ଟ-ଣା-ରେ ହାତରେ ମେହେନ୍ଦୀ ଲଗାଇ ଏବଂ ନାଲି ପୋଷାକ ପିନ୍ଧି ବସିଥିବା ପୂଜାଙ୍କୁ ସବୁଠାରୁ ଅଧିକ ଆ-ଘା-ତ ଲାଗିଥିଲା | ସେ ରକ୍ତ ଜୁଡୁବୁଡୁ ହୋଇ ବହୁତ ସମୟ ପର୍ଯ୍ୟନ୍ତ ରାସ୍ତାରେ ପଡିରହିଥିଲେ | ଏହି କାରଣରୁ ତାଙ୍କର ମୃ-ତ୍ୟୁ ହୋଇଗଲା | ସେପଟେ ବର ସହିତ ଅନ୍ୟ ସଦସ୍ୟ ଗୁରୁତର ଆହତ ହୋଇଥିଲେ | ପରେ ଯେତେବେଳେ ତାଙ୍କ ପରିବାର ଏହା ଜାଣିଲେ, ସେତେବେଳେ ସେମାନେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ | କିନ୍ତୁ ଏଠାରେ ପୂଜାଙ୍କ ଜୀବନ ଚାଲିଯାଇଥିଲା | ଅନ୍ୟ ସମସ୍ତ ଲୋକଙ୍କର ଚିକିତ୍ସା ଚାଲିଛି |

ଦୁ-ର୍ଘ-ଟ-ଣା-ର ସୂଚନା ମିଳିବା ମାତ୍ରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା | ଯାଞ୍ଚରେ ସେମାନଙ୍କୁ ଜଣାପଡିଲା ଯେ ଟ୍ରାକ୍ଟର ଡ୍ରାଇଭର କାରକୁ ଧକ୍କା ଦେବା ପରେ ଖସି ପଳାଇଛି | ବର୍ତ୍ତମାନ ପୋଲିସ ତାକୁ ଖୋଜିଚାଲିଛି | ଉପସ୍ଥିତ ଲୋକଙ୍କ ଅନୁଯାୟୀ ଉଭୟ ଗାଡି ଦ୍ରୁତ ଗତିରେ ଯାଉଥିଲା | ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏହି ରାସ୍ତାରେ ସ୍ପିଡ ବ୍ରେକର ନଥିବାରୁ ବାରମ୍ବାର ଦୁ-ର୍ଘ-ଟ-ଣା ହୋଇଥାଏ | ସେମାନେ ଏଠାରେ ଅନେକ ଥର ସ୍ପିଡ ବ୍ରେକର ଲଗାଇବାପାଇଁ ପ୍ରଶାସନକୁ କହିଥିଲେ, କିନ୍ତୁ କୌଣସି ଆକ୍ସନ ନିଆଯାଇନଥିଲା | ପରେ ପୋଲିସ ଲୋକଙ୍କୁ ଆଶ୍ୱାସନା ଦେଇଥିଲା ଯେ ସେମାନେ ଶୀଘ୍ର ସ୍ପିଡ ବ୍ରେକର ଲଗାଇଦେବେ |

ଏହି ଘଟଣା ବିଷୟରେ ବାର-କନ୍ୟାଙ୍କ କାର ଚଳାଉଥିବା ଡ୍ରାଇଭର ତନମୟ କହିଛନ୍ତି ଯେ ଆମେ କାରରେ ଯାଉଥିଲୁ, ଠିକ ସେତିକିବେଳେ ଟ୍ରାକ୍ଟର ଟ୍ରଲି ଆମ କାରକୁ ସାଇଡରୁ ଧକ୍କା ଦେଇଦେଲା | ଏହି କାରଣରୁ ମୁଁ କାରକୁ କଣ୍ଟ୍ରୋଲ କରିପାରି ନଥିଲି | କାର ଡ୍ରାଇଭର ଏହା ମଧ୍ୟ କହିଛନ୍ତି ଯେ ଧକ୍କା ହେବା ପରେ ଟ୍ରାକ୍ଟର ଟ୍ରଲି ଡ୍ରାଇଭର ତାଙ୍କ ଗାଡି ନେଇ ସେଠାରୁ ପଳାଇ ଯାଇଥିଲେ |

ଘ-ଟ-ଣା-ଟି ଅତ୍ୟନ୍ତ ଦୁଃଖଦାୟକ ଅଟେ, କିନ୍ତୁ ଏଥିରୁ ଗୋଟିଏ ଶିକ୍ଷା ମଧ୍ୟ ମିଳେ ଯେ ଗାଡିକୁ ସ୍ପିଡ଼ରେ ଚଳାଇବା ଉଚିତ ନୁହେଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *