Healthy Kidneys : ଯଦି ଆପଣ ସୁସ୍ଥ କିଡ୍ନୀ ପାଇବାକୁ ଚାହାଁନ୍ତି ତାହେଲେ ନିଜ ଜୀବନଶୈଳୀରେ ଏହି ୬ଟି ପରିବର୍ତ୍ତନ କରନ୍ତୁ,ଜାଣନ୍ତୁ ସମ୍ପୂର୍ଣ ସୂଚନା

2020 ବର୍ଷ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟରେ ଏକ ଖରାପ ପ୍ରଭାବ ପକାଇଦେଇଛି । କରୋନା ଭାଇରସ ଆମକୁ ଆମ ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ବାଧ୍ୟ କରିଦେଇଛି । ଆସନ୍ତୁ ଏହିବର୍ଷ ଆମେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇଯିବା କାରଣ ବିଭିନ୍ନ ରୋଗ ବିରୋଧରେ ଆଗରୁ ସବଳ ହୋଇ ରହିବା । ଆସନ୍ତୁ ଆଜି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କିଡ୍ନୀ ସମ୍ପର୍କରେ ଜାଣିବା ଓ ଏହାକୁ କେମିତି ସୁସ୍ଥ ରଖିବାକୁ ହେବ ତାହା ମଧ୍ୟ ଜାଣିବା ।

ଡ଼କ୍ଟର୍ସଙ୍କ ମାନିବା ହେଲା, ଶରୀରର ଅନ୍ୟ ଅଙ୍ଗ ସହିତ କିଡ୍ନୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଦି ଆପଣ ଏହାକୁ ସୁସ୍ଥ ରଖିବେ ତାହେଲେ ଶରୀରର ସବୁକିଛି ସଠିକ ଭାବରେ ଛାଣି ହୋଇଯାଏ । ଏହାକୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କୁ ଏହି 6ଟି ପରିବର୍ତ୍ତନ ନିଜ ଜୀବନରେ କରିବାକୁ ହେବ ।

1. ହାଇଡ୍ରେସନ ସବୁଠାରୁ ଜରୁରୀ ଅଟେ :-

ଆମେ ସମସ୍ତେ ଜାଣିଛନ୍ତି କି, ଅଧିକ ପାଣି ପିଇଲେ ଶରୀର ସୁସ୍ଥ ରହିଥାଏ । ଆବଶ୍ୟକ ଠାରୁ ଅଧିକ ପାଣି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ଏମିତିରେ ଆପଣ ପ୍ରତିଦିନ 8 ଗ୍ଲାସ ପାଣି ପିଇବା ଉପରେ ଧ୍ୟାନ ଦିଅନ୍ତୁ ।

2. କିଡ୍ନୀ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ :-

ଡାଇବେଟିସ ଓ ହାଇ ବ୍ଲଡ଼ ପ୍ରେସର କିଡ୍ନୀ ରୋଗର ସବୁଠାରୁ ବଡ଼ କାରଣ ଅଟେ । ଏଥିପାଇଁ ଖାଦ୍ୟରେ କମ ଲୁଣ, କମ କୋଲେଷ୍ଟରଲ ଖାଦ୍ୟ ଖାଇବା ଦ୍ୱାରା ଶରୀର ରୋଗରୁ ରକ୍ଷା ପାଇଥାଏ ।

3. ଫିଟନେସ ଉପରେ ଧ୍ୟାନ ଦିଅନ୍ତୁ :-

ନିୟମିତ ୱାର୍କ ଆଉଟ କଲେ ଶରୀରର ସୁସ୍ଥ ଓଜନ ବଢିଥାଏ। ୱାର୍କ ଆଉଟ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ଓ କୋଲେଷ୍ଟରଲ ସଠିକ ରହିଥାଏ । ଆପଣ ଯେତେ ଝାଳ ଶରୀର ରୁ ବାହାର କରିବେ, ଆପଣଙ୍କ ସ୍ୱାସ୍ଥ୍ୟ ସଠିକ ରହିବା ସହ କିଡ୍ନୀ ମଧ୍ୟ ସୁସ୍ଥ ରହିବ ।

4. କିଡ୍ନୀ ପାଇଁ ଫିଲଟର କରନ୍ତୁ :-

ଆପଣଙ୍କ କିଡ୍ନୀ ରକ୍ତରୁ ହାନିକାରକ ଜିନିଷ ହଟାଇବାରେ ସାହାର୍ଯ୍ୟ କରିଥାଏ । ଯେଉଁଥିରେ ସିଗାରେଟ ଓ ମଦ ସାମିଲ ରହିଛି । ଏଥିପାଇଁ ଏହି ଜିନିଷ ଠାରୁ ଦୂରେଇ ରୁହନ୍ତୁ । ଏଥିସହ କିଡ୍ନୀ ଔଷଧକୁ ମଧ୍ୟ ସଫା କରିଥାଏ ।

5. ପରିବାରରେ କିଡ୍ନୀ ସହିତ ଜଡିତ ରୋଗ :-

କିଛିଲୋକଙ୍କ ଠାରେ କିଡ୍ନୀ ରୋଗ ଅତି ସହଜରେ ହୋଇଥାଏ କାରଣ ତାଙ୍କ ପରିବାରରେ ଏହି ରୋଗ ଆଗରୁ ରହିଥାଏ । ଡାଇବେଟିସ ଓ ବ୍ଲଡ଼ ପ୍ରେସର ପରି ରୋଗ କିଡ୍ନୀକୁ କ୍ଷତିଗ୍ରସ୍ତ କରାଇଥାନ୍ତି ।

6. କିଡ୍ନୀ ଯାଞ୍ଚ କରାଇ ରଖନ୍ତୁ :-

କିଡ୍ନୀ ରୋଗକୁ ସାଇଲେଣ୍ଟ କିଲର ମଧ୍ୟ କୁହାଯାଇଥାଏ । ଯେତେବେଳେ ଲକ୍ଷଣ ଦେଖାଦେଇଥାଏ ସେତେବେଳକୁ 90 ପ୍ରତିଶତ କିଡ୍ନୀ ଖରାପ ହୋଇଯାଇଥାଏ । ଏଥିପାଇଁ ସମୟ ସମୟରେ କିଡ୍ନୀ ଯାଞ୍ଚ କରାଇ ରଖନ୍ତୁ ଯାହାଦ୍ୱାରା ଆପଣଙ୍କୁ ରୋଗ ସମ୍ପର୍କରେ ଜଣାପଡିବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *