ସତ ବାହାଘର ମିଛ କନିଆ : ୪ ଥର ବାହାହେଇ ଫସିଗଲେ ଯୁବତୀ,ଜାଣନ୍ତୁ କଣ ରହିଛି ପୁରା ଘଟଣା

ହାତରେ ମେହେନ୍ଦି, ମଥାରେ ସିନ୍ଦୂର, ବାଜୁଥିଲା ସେହେନାଇ,ହାତରେ ଶଙ୍ଖା ପିନ୍ଧି କନିଆ ବିଦା ହୋଇ ଶାଶୁ ଘରକୁ ଯାଉଥିଲା। କିନ୍ତୁ, ଏହିପରି ସତସତିକା ବାହାଘରରେ କନିଆ ମିଛ ସାଜୁଥିଲା। ଏହା ଥରେ ନୁହଁ ୪ଥର ମିଛ କନିଆ ସାଜୁଥିଲା ଯୁବତୀ। ଏହି କାମରେ ଯୁବତୀକୁ ସାହାର୍ଯ୍ୟ କରୁଥିବା ୩ଜଣଙ୍କୁ ଗି-ର-ଫ କରିଛି ପୋ-ଲି-ସ। ଏପରି ଏକ ନକଲି ବିବାହ ଠକ ଗ୍ୟା-ଙ୍ଗକୁ ଗି-ର-ଫ କରିଛି କଳାହାଣ୍ଡି ପୋ-ଲି-ସ।

ନକଲି ବିବାହ ଠକ ଗ୍ୟା-ଙ୍ଗର ୪ଜଣ ସଦସ୍ୟ ହେଲେ, ସୁନ୍ଦରଗଡ ଜିଲ୍ଲାର ଏଲି .ମହନ୍ତ,ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗ୍ରାମର ବିରବଲ ଶର୍ମା,ଛତିଶଗଡ ମହାସମୁନ୍ଦର ଅଞ୍ଚଳର ମିନା ଗୁପ୍ତା ଓ ଛତିଶଗଡ ବିଲାସପୁର ଅଞ୍ଚଳର ଶ୍ରବଣ ସୋନି।

ବିବାହ ପାଇଁ ପ୍ରସ୍ତୁତ ଥିବା କହି ଏହି ଠକ ଦଳର ସଦସ୍ୟ କନିଆର ମା,ଭାଇ ଓ ମାମୁଁ ସାଜୁଥିଲେ। ଏହି ଠକ ଦଳ ବିଶେଷ କରି ବୟସ୍କ ତଥା ବିବାହ ବିଚ୍ଛେଦ ବ୍ୟକ୍ତିଙ୍କୁ ଟା-ର୍ଗେ-ଟ କରୁଥିଲେ। ଆଉ ଏହାପରେ ବିବାହ କରିବା ପାଇଁ ୪ ଲକ୍ଷ ଟଙ୍କା ମାଗୁଥିଲେ। ମୁଖ୍ୟ ଅଭି-ଯୁକ୍ତ ଏଲି ମହନ୍ତ ନାଁରେ ପୂର୍ବରୁ ୩ ଗୋଟି ବିବାହ କରିଥିବାର ତ-ଦ-ନ୍ତରୁ ଜଣାପଡ଼ିଛି। ବିବାହର କିଛି ମାସ ପରେ ଶାଶୁଘରେ ନି-ର୍ଯାତ-ନାର ବାହାନା କରି ଫେ-ରା-ର ହେଇଯାଉଥିଲା।

Google

ଏହି ଯୁବତୀଜଣକ ଆଗରୁ ରାଜ୍ୟ ଓ ରାଜ୍ୟ ବାହାରେ ବିବାହ କରି ଟଙ୍କା ଲୁ-ଟି ସାରିଥିବା ପରେ ଏବେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତିଙ୍କୁ ଟା-ର୍ଗେ-ଟ କରିଥିଲେ। ଗତ ଜୁନ ମାସରେ ଯୁବତୀ ଜଣକ ସେହି ବ୍ୟକ୍ତିଙ୍କୁ ବିବାହ କରିଥିଲେ। ବିବାହର କିଛି ମାସ ପରେ ଯୁବତୀଜଣକ ବାହାନା କରି ସେଠାରୁ ପଳାଇ ଆସିବାକୁ ଚେଷ୍ଟା କଲେ।

ଯୁବତୀ ଜଣଙ୍କର ଏହିପରି କାରନାମା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ସନ୍ଦେହ ହୋଇଥିଲା। ସେ ନିଜ ପତ୍ନୀଙ୍କର ଆଧାର କାର୍ଡ ଚେକ୍ କରିଥିଲେ। ସେହି ଆଧାର କାର୍ଡରେ ଯୁବତୀଙ୍କର ବିଭିନ୍ନ ପ୍ରକାରର ନାଁ ଓ ଠିକଣା ଥିବା ଜାଣିବାକୁ ପାଇଲେ। ଏହାପରେ ଯୁବତୀଜଣକ ସେଠାରୁ ଗତ ଅକ୍ଟୋବର ମାସରେ ପଳାଇ ଯାଇଥିଲେ। ଏହି ସମ୍ପର୍କରେ ବିବାହ କରିଥିବା ବ୍ୟକ୍ତି ରାମପୁର ଥା-ନାରେ ଲିଖିତ ଅ-ଭିଯୋ-ଗ କରିଥିଲେ।

ଏହାପରେ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରି ଯୁବତୀଙ୍କ ସହ ସଂପୃକ୍ତ ଦଳର ୪ଜଣ ସଦସ୍ୟଙ୍କୁ ପୋ-ଲି-ସ ଗି-ର-ଫ କରିଛି। କଳାହାଣ୍ଡି ଏସପିଙ୍କ ସୂଚନା ଅନୁସାରେ, ଯଦି କେହି ଏହି ଠକ ଦଳ ସହ ଯଦି କେହି ଠକେଇର ଶି-କା-ର ହୋଇଛନ୍ତି, ତାହେଲେ କଳାହାଣ୍ଡି ପୋ-ଲି-ସକୁ ଏସଂପର୍କରେ ସୂଚନା ଦେବାକୁ ନିବେଦନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ|

Leave a Reply

Your email address will not be published. Required fields are marked *