ଆଇପିଏଲ ୨୦୨୧ରୁ ବାହାରି ପାରନ୍ତି ଡେଭିଡ୍ ୱର୍ନର,ଜାଣନ୍ତୁ କଣ ରହିଛି କାରଣ ?

ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଓ ଆଇପିଏଲର ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ ଡେଭିଡ୍ ୱର୍ନର ପାଇଁ ଆଗାମୀ ଆଇପିଏଲ ୨୦୨୧ସିଜନ ପାଇଁ ପ୍ରତିନିଧିତ୍ଵ କରିବା କଷ୍ଟକର|ଆହତ କାରଣରୁ ସେ ଏଥିରୁ ବାହାରି ପାରନ୍ତି|

ସେ ପୂର୍ବବର୍ଷ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୩ ଏକଦିବସୀୟ ମ୍ୟାଚର ସିରିଜର ଦ୍ୱିତୀୟ ମ୍ୟାଚରେ ଗ୍ରୋଇନ୍ ଇଞ୍ଜୁରୀ(ପେଟର ତଳ ଭାଗ) କାରଣରୁ ଦଳରୁ ବାହାରି ଯାଇଥିଲେ|

ସେ ଏହାପରେ ଭାରତ ବିରୁଦ୍ଧ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ, କିନ୍ତୁ ସେତେବେଳେ ପୁରାପୁରି ଫିଟ୍ ନଥିଲେ|ସେତେବେଳେ ତାଙ୍କର ପ୍ରଦର୍ଶନ ଆଶାଜନକ ନଥିଲା|ଆହତ କାରଣରୁ ସେ ମାର୍ଶ ସିଲ୍ଡ ସିଲ୍ଡ ଓ ମାର୍ଶ ଏକଦିବସୀୟ କପରୁ ବାହାର ହୋଇଥିଲେ|

ଏବେ ଖବର ଆସୁଛି ଯେ ସେ ଆଇପିଏଲ ୨୦୨୧ରୁ ବାହାରି ପାରନ୍ତି|ଏହିସମୟରେ ଗ୍ରାଇନ ଇଞ୍ଜୁରି ଯନ୍ତ୍ରଣା ସହ ଲଢ଼ୁଥିବା ୱର୍ନର ଫିଟ୍ ପାଇଁ ପାଖାପାଖି ୬-୯ ମାସ ଲାଗିପାରେ|

ଫୋକସ କ୍ରିକେଟ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ମୁଁ ଟ୍ରାକକୁ ଫେରିବାକୁ ଚେଷ୍ଟା କରୁଅଛି, ମୁଁ ରନିଙ୍ଗ,ଫିଲ୍ଡଙ୍ଗ,ବଲ ଧରିବା ଓ ଫୋପାଡିବା ପ୍ରାକ୍ଟିସ୍ କରିଛି,କିନ୍ତୁ ସମସ୍ୟା ହେଉଛି|ମୋତେ ପୂର୍ବ କିଛି ସପ୍ତାହରୁ ଏହା ସମସ୍ୟା ହେଉଛି ଓ ଏପରିକି ଥ୍ରୋ ଫୋପାଡିବାରେ ମଧ୍ୟ ସମସ୍ୟା ହେଉଛି|ଔଷଧ ଖାଇ ମୁଁ ଇଞ୍ଜୁରୀକୁ ଭଲ କରିବା ପାଇଁ ପ୍ରୟାସରତ|ମୁଁ ଏଥିରେ ଆକ୍ରାନ୍ତ ଲୋକମାନଙ୍କ ସହ କଥାବାର୍ତ୍ତା କରି ପରାମର୍ଶ ମଧ୍ୟ ନେଉଛି|ମୁଁ ଆତ୍ମବିଶ୍ବାସ ବୃଦ୍ଧି କରୁଛି ଯଦି ସଫଳ ହୁଏ ତେବେ ଫେରିବି|

ସେ ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ ଅଟନ୍ତି|ସେ ବାହାରିବା ଫଳରେ ଦଳ ଚିନ୍ତାରେ ପଡିପାରେ|ପୂର୍ବଥର ଦଳ କ୍ୱଲିଫାୟର-୨ପର୍ଯ୍ୟନ୍ତ ପହଞ୍ଚିଥିଲା|ତାଙ୍କ ନେତୃତ୍ଵରେ ଦଳ ୨୦୧୬ ରେ ଆଇପିଏଲ ବିଜୟୀ ହୋଇଥିଲା|ଯଦି ସେ ଉପଲବ୍ଧ ନହୁଅନ୍ତି ତେଵେ ୱିଲିୟମସନଙ୍କୁ ଦଳର କ୍ୟାପଟେନ ବନାଯାଇପାରେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *