ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର: ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର ବୁକିଙ୍ଗ ଆରମ୍ଭ,ଥରେ ଫୁଲ ଚାର୍ଜ କଲେ ଚାଲୁଛି ୨୦୦ କିମି,ଜାଣନ୍ତୁ ଏହି କାର ବିଷୟରେ ଓ କେତେ ଟଙ୍କା ରହିଛି ଦାମ !

ଇଲେକ୍ଟ୍ରିକ୍ ଗାଡିର କିଣାବିକାକୁ ଦିନକୁଦିନ ଵଢୁଥିବା ଦେଖି ଅଟୋ ନିର୍ମାତା ଲଗାତାର ନିଜର ନୂଆ ମଡେଲକୁ ବଜାରକୁ ଛାଡୁଛନ୍ତି|ଏମିତିରେ ଭାରତୀୟ ଅଟୋ ମୋବାଇଲ ବଜାରରେ ଷ୍ଟର୍ମ ମୋଟର୍ସ ନିଜର ଏଣ୍ଟ୍ରି ଲେବଲ ଇଲେକ୍ଟ୍ରିକ କାର ଷ୍ଟର୍ମ ଆର୍-୩ର ବୁକିଙ୍ଗ ନେବା ଆରମ୍ଭ କରିଛି|ଏଥିପାଇଁ ୧୦,୦୦୦ ଟଙ୍କା ଜମା କରି ପ୍ରି ବୁକିଙ୍ଗ କରାଯାଇପାରିବ|ଏହା ମୁମ୍ବାଇ ଆଧାରିତ ଏକ ଷ୍ଟାର୍ଟ ଅପ୍ କମ୍ପାନୀ ଅଟେ ଯିଏ ୨୦୧୮ ମସିହାରେ ଇଲେକ୍ଟ୍ରିକ କାର ଷ୍ଟର୍ମ ଆର୍ -୩ ପେଶ୍ କରିଥିଲେ|ଏହା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ କାର ହେଵ|

ଏହା ୩ ଚକିଆ ଓ ଦୁଇ କବାଟ ଯୁକ୍ତ ହେବ|ଏଥିରେ ଆଗରେ ଦୁଇଟି ଓ ପଛରେ ଗୋଟିଏ ଚକ ରହିଛି|ଏଥିରେ ରିଭର୍ସ ଡ୍ରାଇଭ୍ କନ୍ଫ୍ୟୁଗ୍ୟୁରେସନ ରହିଛି|ଏହା ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ଭଳି ଅଞ୍ଚଳ ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି|ଏଥିରେ ନୁକିଲି ଡିଜାଇନ ରହିଛି,ଏହା ସହ ମସ୍କୁଲାର ଫ୍ରଣ୍ଟ ବମ୍ପର,ଏଲଇଡି ଲାଇଟ୍,ରିଅର ସ୍ପାଇଲର,ସନ ରୁଫ୍ ସହ ଡ୍ୟୁଲ ଟୋନ ରଙ୍ଗ ରହିଛି|

ଏଥିରେ ଇଲେକ୍ଟ୍ରିକ୍ ମୋଟର ଓ ଲିଥିୟମ ଆୟନ ବ୍ୟାଟେରୀ ରହିଛି ଯାହା ୨୦ ବିଏଚ୍ପି ପାୱାର ଓ ୯୦ଏନଏମର ଡାର୍କ ଜେନେରେଟ୍ କରେ|ଏଥିରେ ରିଜେନେରେଟିଭ୍ ବ୍ରେକିଙ୍ଗ ସିଷ୍ଟମ୍ ସହ ତ୍ରି ସ୍ତରୀୟ ଡ୍ରାଇଭିଙ୍ଗ ସିଷ୍ଟମ ଇକୋ,ନର୍ମାଲ , ସ୍ପୋର୍ଟସ ରହିଛି|ଏହାର ସର୍ବାଧିକ ଗତି ୮୦କିମି/ଘଣ୍ଟା ଓ ଏହା ଫୁଲ ଚାର୍ଜ ହେବାକୁ ୩ଘଣ୍ଟା ସମୟ ଲାଗିଥାଏ|

କମ୍ପାନୀ କହିଛି ଯେ ଏହା ଫୁଲ ଚାର୍ଜ ଫଳରେ ୨୦୦କିମି ଯାଇପାରେ|ଏହାକୁ ଚାଇବାକୁ କିମି ପ୍ରତି ୪୦ପଇସା ଖର୍ଚ୍ଚ ହେବ|ଭାରିଏଣ୍ଟସ୍ ଆଧାରରେ ଏହା ୧୨୦,୧୬୦,୨୦୦କିମିର ଡ୍ରାଇଭିଙ୍ଗ ରେଞ୍ଜ ଦେଇଥାଏ|ଏହା ଇଲକ୍ଟ୍ରିକ ବ୍ଲୁ,ନିୟନ ବ୍ଲୁ,ରେଡ,ବ୍ଲାକ୍ ଭଳି ୪ପ୍ରକାରର ରଙ୍ଗରେ ଉପଲବ୍ଧ|

ଏଥିରେ ୧୨-ୱ ଆଡଜେଷ୍ଟବଲ୍ ଡ୍ରାଇଭର ସିଟ୍,୪.୩ ଇଞ୍ଚ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ,ରିମୋଟ କିଲେସ ଏଣ୍ଟ୍ରି ରହିଛି|ଏଥିରେ ଆଇଓଟି ସହ ୪ଜି କନେକ୍ଟିଭିଟି,ଭଏସ କଣ୍ଟ୍ରୋଲ,ଜେଷ୍ଚର କଣ୍ଟ୍ରୋଲ,୨୦ଜିବି ଅନବୋର୍ଡ ମ୍ୟୁଜିକ୍ ଷ୍ଟୋରେଜ,ନେଭିଗେସନ,ସହ ୭ ଇଞ୍ଚ ଭର୍ଟିକାଲ ଟଚରସ୍କ୍ରିନ ଇକୋଟନମେଣ୍ଟ ସିଷ୍ଟମ ରହିଛି|

ଏଥିରେ ୨ଜଣ ଲୋକଙ୍କ ପାଇଁ ବସିବାକୁ ଯାଗା ରହିଛି|ଏହା ସାମାନ୍ୟ ରୁପେ ଏକ ଛୋଟ ଇଲେକ୍ଟ୍ରିକ୍ କାର ଅଟେ|ଏହା୍ ଦୈର୍ଘ୍ୟ ୨୯୦୭ ମିମି,ପ୍ରସ୍ଥ ୧୪୦୫ ମିମି,ଉଚ୍ଚତା ୧୫୭୨ ମିମି ଅଟେ|ଏଥିରେ ୧୫୫/୮୦ସେକ୍ସନ ଟାୟାର ସହ ୧୩ ଇଞ୍ଚର ଷ୍ଟିଲ ହୁଇଲ୍ସ ରହିଛି|

ଏଥିରେ ୪୦୦ଲିଟର ଲଗେଜ ରହିପାରିବ|ଏହାର ଫ୍ରଣ୍ଟରେ ୨ଟି ହାଇଡ୍ରୋଲିକ୍ ଡିସ ବ୍ରେକ ଓ ରିୟରରେ ଡ୍ରମ ବ୍ରେକ ମିଳିବ|କମ୍ପାନୀ ୩ବର୍ଷ ଓ ୧ ଲକ୍ଷ କିମି ପର୍ଯ୍ୟନ୍ତ ୱରେଣ୍ଟି ଦେଉଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *