ଭ-ୟଭୀ-ତ କରୁଛି କରୋନାର ନୂଆ ଷ୍ଟ୍ରେନ, ଏହି ୭ଟି ଲକ୍ଷଣରୁ ରୁହନ୍ତୁ ସାବଧାନ

ନୂଆଦିଲ୍ଲୀରେ କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ସୁସ୍ଥ ହେବାର ହାରାହାରି ୯୫.୯୯ ପ୍ରତିଶତ ପହଞ୍ଚିଥିବା ସମୟରେ ଅନ୍ୟପାର୍ଶ୍ୱରେ ଡରାଉଛି କରୋନାର ନୂଆ ଷ୍ଟ୍ରେନ। ବ୍ରିଟେନ ଫେରନ୍ତାଙ୍କ ପାଖରେ ଏହି ନୂଆ ଷ୍ଟ୍ରେନ ଦେଖାଦେଇଛି। ଏମ୍ସ ପ୍ରମୁଖ ଡା. ରଣଦୀପ ଗୁଲେରିୟାଙ୍କ କହିବା ଅନୁସାରେ, ଭାରତରେ ଏହି ନୂଆ ଷ୍ଟ୍ରେନ ସଂକ୍ରମଣ ବୃଦ୍ଧି ହୋଇପାରେ।

୨୦୧୯ ମସିହାରେ ଚୀନର ଉହାନ ସହରରୁ କରୋନା ଭୂତାଣୁର ସୃଷ୍ଠି ହୋଇଥିଲା। କିନ୍ତୁ, ଚୀନ ଉହାନ କରୋନା ଭୁତାଣୁର ଲକ୍ଷଣ ଠାରୁ କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ପ୍ରଥମ ପର୍ଯ୍ୟାୟରେ ଜ୍ଵର ହେବା,ଖାଦ୍ୟର ସ୍ଵାଦ,ଗନ୍ଧ ଚାଲିଯିବା,କାଶ ହେବା ଆଦି ଲକ୍ଷଣ ପରିଲିଖିତ ହୋଇଥିଲା। କିନ୍ତୁ, କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ଟିକେ ଅଲଗା ଯେପରିକି ଡାଇରିଆ,ମୁଣ୍ଡବିନ୍ଧା,ଶରୀର ପୀଡା,ଗୋଡ ଆଙ୍ଗୁଠି ଗୁଡିକର ରଙ୍ଗ ବଦଳିଯିବା,ଗଳା ଯନ୍ତ୍ରଣା,ଦୃଷ୍ଟିଶକ୍ତିରେ ଅସୁବିଧା ଆଦି ଲକ୍ଷଣ ଦେଖାଦେଇଛି।

Google

ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଏହି ନୂଆ ଷ୍ଟ୍ରେନ ପ୍ରଥମେ ସେପ୍ଟେମ୍ଵର ମାସରେ ବ୍ରିଟେନର କ୍ୟାଣ୍ଟରେ ଦେଖାଦେଇଥିଲା। ଆଉ ଦ୍ଵିତୀୟରେ ଦକ୍ଷିଣ ଆଫ୍ରିକାରେ ଏହି ଷ୍ଟ୍ରେନ ଦେଖାଦେଇଥିଲା। ଆଉ ଏହାପରେ ଦୁନିଆର ଅନେକ ସ୍ଥାନରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଥିଲା। କରୋନା ଭୂତାଣୁର ପ୍ରକୃତିରେ ୪ଟି ନୂଆ ପରିବର୍ତ୍ତନ ଦେଖାଦେଇଛି।

କରୋନା ଭୂତାଣୁର ଲକ୍ଷଣକୁ ନେଇ ହୋଇଥିବା ଗବେଷଣାକୁ କାନାଡିଆନ ମେଡିକାଲ ଆସୋସିଏସନ୍ ଜର୍ଣ୍ଣାଲରେ ପ୍ରକାଶ କରାଯାଇଛି। ଏହି ଜର୍ଣ୍ଣାଲରେ ୭୦ ହଜାର ରୋଗୀଙ୍କ ତଥ୍ୟକୁ ନେଇ ସଂକ୍ରମଣ ଲକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି। ଆଉ ବିଶେଷଜ୍ଞମାନେ ଏହି ସଂକ୍ରମଣ ଲକ୍ଷଣ ତାଲିକାକୁ ୩ଟି ଶ୍ରେଣୀରେ ଭାଗ କରିଛନ୍ତି। ପ୍ରଥମଟି ହେଉଛି ପେସେଣ୍ଟ, ଦ୍ଵିତୀୟଟି ଇନପେସେଣ୍ଟ ଏବଂ ତୃତୀୟଟି ଆଇସିୟୁରେ ଭର୍ତ୍ତି ରୋଗୀ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *