ଦେଖନ୍ତୁ ଭିଡ଼ିଓ : ରାସ୍ତାରେ ଚାଲୁଥିବାର ଦେଖାଗଲା ୧୩୯ ବର୍ଷ ତଳର ୮୦ ଫୁଟର ଘର, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ସାନ ଫ୍ରାନ୍ସିସ୍କୋରେ ରବିବାର ଦିନ ଲୋକମାନେ ଅଜବ ପ୍ରକାରର ଜିନିଷ ଦେଖିଲେ | ଗୋଟିଏ ଘରକୁ ଅନ୍ୟ ସ୍ଥାନକୁ ସିଫ୍ଟ କରାଗଲା | କ୍ରେନ ଏବଂ ଟ୍ରକ ସାହାଯ୍ୟରେ ତାକୁ ଠେଲି ଦିଆଗଲା, ସେତେବେଳେ ଲୋକମାନଙ୍କର ଭିଡ଼ ଲାଗିଯାଇଥିଲା ଏବଂ ସେମାନେ ଭିଡିଓ ତିଆରି କରିବାକୁ ଲାଗି ପଡ଼ିଥିଲେ | ୧୩୯ ବର୍ଷ ପୁରୁଣା ଭିକ୍ଟୋରିଆନ ଘରକୁ ଉଠା ଗଲା ଏବଂ ଫ୍ରାଙ୍କଲିନ ଷ୍ଟ୍ରିଟରୁ ଫୁଲଟନ ଷ୍ଟ୍ରିଟକୁ ନିଆଯାଇଥିଲା | ସେ ଏଥିପାଇଁ ୬ଟି ବ୍ଲକ ଅତିକ୍ରମ କରିଥିଲା | ସୋସିଆଲ ମିଡିଆରେ ଏହାର ଭିଡିଓ ଦ୍ରୁତ ଗତିରେ ଖୁବ ଭାଇରାଲ ହେଉଛି |

ଘର ପାଖରେ ରହୁଥିବା ୱାଣ୍ଡା ରାମୋସ କହିଛନ୍ତି, ‘୭ ବେଡ଼ ରୁମ ଥିବା ଘରକୁ ଚାଲୁଥିବାର ଦେଖିବା ପ୍ରକୃତରେ ଚମତ୍କାର ଅନୁଭବ ଥିଲା |’ ଯେଉଁ ସ୍ଥାନକୁ ଘରକୁ ସିଫ୍ଟ କରାଯାଇଥିଲା, ସେଠାରେ ରହୁଥିବା କ୍ୟାରି କାର୍ଟର କହିଛନ୍ତି, ‘ଏହା ପ୍ରକୃତରେ ଏକ ବଡ ଘର ଅଟେ |’

ଇଣ୍ଟରନେଟରେ ଭିଡ଼ିଓଟି ଖୁବ ଭାଇରାଲ ହେବାରେ ଲାଗିଲା ଏବଂ ଲୋକମାନେ ଅଜବ ପ୍ରକାରର ରିଆକ୍ସନ ଦେଇଛନ୍ତି | ଅନେକ ଲୋକ ବିଭିନ୍ନ ଆଙ୍ଗେଲରୁ ଘରକୁ ରେକର୍ଡ କଲେ | କେହି କେହି ଏହାକୁ ଫିଲ୍ମ ସୀନ କହିଲେ ତ କେହି କେହି ଏହାକୁ ଚମତ୍କାର ଭିଡିଓ ବୋଲି କହିଛନ୍ତି | ଏହି ଘର ଇଂଲଣ୍ଡର ହାଉସ ନାମରେ ଜଣାଶୁଣା ଅଟେ | ଏହାକୁ ଅନ୍ୟ ସ୍ଥାନକୁ ସିଫ୍ଟ କରିବା ପାଇଁ ୬ ଘଣ୍ଟାର ସମୟ ଲାଗିଗଲା |

ଦେଖନ୍ତୁ ଭିଡିଓ :-

ସାନ ଫ୍ରାନ୍ସିସ୍କୋ ହିଷ୍ଟୋରିକଲ ସୋସାଇଟିର ଲାନା କୋଷ୍ଟାଣ୍ଟିନୀ କହିଛନ୍ତି, “ରାସ୍ତାରେ କିଛି ଭୁଲ ହୋଇଗଲା | ରାସ୍ତାରେ ଅନେକ ଗଛ ଥିଲା | ଷ୍ଟପ ଚିହ୍ନ, ଲାଇଟ୍ସ ଏବଂ ସାଇନ୍ସ ରହିଥିଲା | ଏହାକୁ ଦେଖିଥିବା ଏଡି ରାମସ କହିଛନ୍ତି, ‘ ସିଫ୍ଟ କରିବା ସମୟରେ ଘର ଏକ ଲାଇଟ ପୋଲରେ ବାଡେଇ ହୋଇଥିଲା ଏବଂ ଅନେକ ଗଛରେ ମଧ୍ୟ ଧକ୍କା ହୋଇଥିଲା |’

କିନ୍ତୁ କାହାକୁ କିଛି ହେଲା ନାହିଁ | ପୋଲିସ ରାସ୍ତା ବନ୍ଦ କରିଦେଇଥିଲା ଏବଂ କର୍ମଚାରୀମାନେ ମଧ୍ୟ ରାତିସାରା କାମ କରିଥିଲେ | ଏହି ୫,୧୭୦ ବର୍ଗଫୁଟର ଘରକୁ ତାର ମୂଳ ଠିକଣା ୮୦୭ ଫ୍ରାଙ୍କଲିନରୁ ୬୩୫ ଫୁଲଟନ ସେଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି, ଯାହାକି କିଛି ଦୂରରେ ହିଁ ଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *