ପୁଣି ଏକ ଭାଇରସର ଆ-ତ-ଙ୍କ,ଗଲାଣି ୨୫୦ କୁକୁରଙ୍କ ଜୀ-ବ-ନ

କରୋନା ମହାମାରୀ ସମୟରେ ପଶ୍ଚିମବଙ୍ଗରେ କାନାଇନ ପାରଭୋ ଭାଇରସର ଆ-ତ-ଙ୍କ ଦେଖିବାକୁ ମିଳିଛି। କୁକୁର ମାନଙ୍କୁ ଏହି ଭାଇରସ ଆ-କ୍ରମ-ଣ ହେବା ଦ୍ବାରା ସେମାନଙ୍କର ଜୀ-ବ-ନ ନେବା ଆରମ୍ଭ କରିଲାଣି। ବିଷ୍ଣୁପୁରରେ ଏଭଳି ସ୍ଥିତି ହୋଇଛି ଯେ, ୩ ଦିନ ମଧ୍ୟରେ ୨୫୦ ରୁ ଅଧିକ କୁକୁରଙ୍କର ଜୀ-ବ-ନ ଗଲାଣି। ଆଉ ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ କୁକୁର ଅଛନ୍ତି।

ଏହି ଭାଇରସ ଦୃତ ଗତିରେ ଗୋଟିଏ କୁକୁର ମୁହଁରୁ ଆଉ ଗୋଟିଏ କୁକୁର ପାଖକୁ ବ୍ୟାପୁଛି। ଆଉ ପଶୁ ଚିକିତ୍ସକଙ୍କ କହିବା ଅନୁସାରେ, ମହାମାରୀ ସମୟରେ କରୋନା ପାଇଁ ବେଙ୍ଗଲରେ ପାରଭୋ ଭାଇରସ ବ୍ୟାପୁଛି। କାରଣ, କରୋନା ସମୟରେ ଲୋକମାନେ ପାଳିଥିବା ନିଜ କୁକୁର ମାନଙ୍କୁ ଠିକ୍ ସମୟରେ କୌଣସି ଟୀକା ଦେଇନାହାନ୍ତି।

Google

ଯାହାଦ୍ବାରା କି, ଏହି ଭାଇରସ ସେମାନଙ୍କର ଶରୀରରେ ଦେଖା ଦେଇଛି। ଡା. ସୁଭାଷ ସରକାର କହିଛନ୍ତି ଯେ, ମହାମାରୀ ପାଇଁ ଅନେକ କୁକୁରକୁ ଟିକା ଦିଆଯାଇନାହିଁ। ଠିକ୍ ସମୟର ଟିକାକରଣ ନ ସରିଲେ, ସମସ୍ୟା ଆହୁରି ବଢିବ। ପାରଭୋ ଭାଇରସ କୌଣସି ନୂଆ ରୋଗ ନୁହେଁ, ଯେତେବେଳେ ଏହି ଭାଇରସ ବେଙ୍ଗଲରେ ଦେଖାଦେଲା ସେତେବେଳେ ଏହି ଭାଇରସର ଟିକା ପ୍ରସ୍ତୁତ କରାଯାଇନଥିଲା। କିନ୍ତୁ,ଏବେ ଟିକା ପ୍ରସ୍ତୁତ କରାଯାଇଛି ବୋଲି ଡା. ସୁଭାଷ ସରକାର କହିଛନ୍ତି।

ଅନ୍ୟପକ୍ଷରେ ବୁଲା କୁକୁରମାନଙ୍କୁ କୌଣସି ପ୍ରକାରର ଟିକା ଦିଆଯାଇନାହିଁ। ଫଳରେ ଏହି ଭାଇରସର ଟିକା ଠିକ୍ ସମୟରେ ନ ନେଲେ, ଆଗକୁ ଅଧିକାଂଶ କୁକୁରଙ୍କୁ ବ୍ୟାପିବାର ଆଶଂକା ରହିଛି। ଏହାର ଚିକିତ୍ସା କଥା କହିଲେ, ପାରଭୋ ଭାଇରସ ପାଇଁ ଗୋଟିଏ ସେରମ ରହିଛି। କିନ୍ତୁ, ଏହା ବହୁତ ଦାମୀ। ଏହି ପାରଭୋ ଭାଇରସ ସଂସ୍ପର୍ଶରେ ଆସିଥିବା କୁକୁର ମାନଙ୍କୁ ଚିକିତ୍ସା କରାଯାଇପାରିବ।

ଆଉ ଜଣେ ଭେଷଜ ଡାକ୍ତର ଗୌତମ ମୁଖାର୍ଜୀ କହିଛନ୍ତି ଯେ, ଋତୁ ବଦଳିବା ସମୟରେ ସାଧାରଣତଃ ଭାବରେ କୁକୁରଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଇଥାଏ, ଯେଉଁ କୁକୁରମାନେ ପାରଭୋ ଟିକା ନେଇଥିବେ ସେମାନେ ଭାଇରସ ସଂସ୍ପର୍ଶରେ ଆସିଲେ କମ ସଂ-କ୍ର-ମି-ତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Google

ଯଦି କୌଣସି କୁକୁର ଖାଦ୍ୟ ନ ଖାଇବା,ବାନ୍ତି,ଝାଡ଼ା ଭଳି ଲକ୍ଷଣ ଦେଖାଯାଏ ତା’ହେଲେ ତୁରନ୍ତ ସାଲାଇନ ଦିଅନ୍ତୁ। ବାନ୍ତି ବନ୍ଦ ହେବା ପରେ ପାରଭୋ ନାମକ ଗୋଟିଏ ମେଡିସିନକୁ ଆଣ୍ଟିବାଓଟିକରେ ମିଶାଇ ଦିଅନ୍ତୁ। ପାରଭୋ ଭାଇରସରେ ଆକ୍ରାନ୍ତ ହେଲେ ଝାଡ଼ା ହେବ,ର-କ୍ତ ଶ୍ରା-ବ ଓ ଅର୍ଜିନିଆ ଭଳି ଲକ୍ଷଣ ଦେଖାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *