ବିଭୂତି ଲଗାଇ କଳାକନା ବୁଲାଇଲେ ଦୁଇ ଭ-ଣ୍ଡ ମହାକାଳ ବାବା, ଟଙ୍କା ଓ ମୋବାଇଲ….

ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଷ୍ଟେଟବ୍ୟାଙ୍କ ଛକରେ ଥିବା ରମେଶ ମୋବାଇଲ ଦୋକାନକୁ ଦୁଇଜଣ ଭଣ୍ଡ ବାବା ଆସି ଦୋକାନରୁ ଟଙ୍କା ଓ ମୋବାଇଲ ଠକି ନେଇଛନ୍ତି। ଏହି ସମ୍ପର୍କରେ ଥା-ନାରେ ଅ-ଭି-ଯୋ-ଗ କରିଛନ୍ତି ରମେଶ। ଦୋକାନରେ ଲାଗିଥିବା ସିସିଟିଭିରେ ଏହି ଦୁଇ ବାବାଙ୍କର କା-ରନା-ମା କ-ଏ-ଦ ହୋଇଥିଲା। ଆଉ ଖୁବ୍ ଶୀଘ୍ର ଦୁଇ ଅ-ପରା-ଧୀ ଧରାପଡିବେ ବୋଲି ପୋ-ଲି-ସ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ସୋମବାର ଦିନ ୧୦ଟା ସମୟରେ ସଇଁନ୍ତଳା ଷ୍ଟେଟବ୍ୟାଙ୍କ ଛକରେ ଥିବା ରମେଶ ମୋବାଇଲ ଦୋକାନକୁ ଏକ ବୋଲେରୋ ଗାଡ଼ିରେ ଦୁଇଜଣ ମହାକାଳ ବାବା ଆସିଥିଲେ। ଏହି ଦୁଇ ବାବା ରମେଶ ମୋବାଇଲ ଦୋକାନକୁ ଯାଇ ଆମ୍ଭେ ମହାକାଳ ବାବା ଆସିଛୁ ବୋଲି ଦୋକାନ ମାଲିକ ରମେଶଙ୍କୁ କହିଲେ। ଚା,ପାଣି ବ୍ୟବସ୍ଥା କର ବୋଲି କହିଥିଲେ। ଏହି କଥା ଶୁଣି ରମେଶ ଏକ ପାଣି ବୋତଲ ବାବାଙ୍କୁ ଦେଇଥିଲେ। ଜଣେ ବାବା ପାଣି ପିଇବା ପରେ ଆଉ ଜଣେ ବାବା ଆର୍ଶୀବାଦ ଦେଉଛି କହି ମୁଣ୍ଡ ଆଉଁସି ଦେଇଥିଲେ। ଏହାପରେ ମୁଣ୍ଡରୁ ବିଭୂତି ବାହାରିଥିଲା। ଆଉ ବିଭୂତିକୁ ସାର୍ଟ ପକେଟରେ ରଖିବା ପାଇଁ ଭ-ଣ୍ଡ ବାବା କହିଥିଲେ। ବିଭୂତି ରଖିବା ପରେ ରମେଶ କେବଳ ହସିବାକୁ ଲାଗିଲେ ଏବଂ ଭଲ ଭାବରେ କିଛି କହିପାରୁନଥିଲେ।

କେବଳ ଏହି ଦୁଇ ଭ-ଣ୍ଡ ବାବାଙ୍କ ନିର୍ଦ୍ଦେଶ ଅନୁସାରେ କାମ କରୁଥିଲେ। ରମେଶଙ୍କୁ ବଶୀଭୂତ କରି ଏହି ଦୁଇ ଭ-ଣ୍ଡ ବାବା ‘ଡ୍ର’ରୁ ୨ ହଜାର ଟଙ୍କା ସହିତ ଏକ ଦାମି ମୋବାଇଲ ଧରି ଫେ-ରା-ର ହୋଇଗଲେ। ଦୁଇ ଭ-ଣ୍ଡ ବାବା ଚାଲିଯିବାର ଘଣ୍ଟାଏ ପରେ ରମେଶ ସାର୍ଟ ପକେଟରୁ ବିଭୂତି କାଢ଼ିଥିଲେ, କାଢିବା ପରେ ସେ ପୂର୍ବ ଅବସ୍ଥାକୁ ଫେରି ଆସିଥିଲେ। ପରେ ସେ ୨ହଜାର ଟଙ୍କା ଓ ମୋବାଇଲ ଦୁଇ ବାବା ଠ-କି ନେଇଥିବା ଜାଣିବାକୁ ପାଇଲେ। ଏହି ସମ୍ପର୍କରେ ରମେଶ ସଇଁନ୍ତଳା ଥା-ନାରେ ଅ-ଭି-ଯୋ-ଗ କରିବା ପରେ ପୁ-ଲି-ସ ତ-ଦ-ନ୍ତ ଆରମ୍ଭ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *