ଏହି ଷ୍ଟାର ବୋଲରଙ୍କ ପ୍ରତ୍ୟାବର୍ତ୍ତନ, ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ

ଦୃତ ବୋଲର ଉମେଶ ଯାଦବଙ୍କୁ ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ଇଂଲଣ୍ଡ ବିପକ୍ଷରେ ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି, ଶାର୍ଦ୍ଦୁଲ ଠାକୁରଙ୍କୁ ବିଜୟ ହଜାରେ ଏକ ଦିନିକିଆ ଚାମ୍ପିଅନସିପରେ ଖେଳିବାକୁ ରିଲିଜ କରାଯାଇଥିଲା। ତୃତୀୟ ଟେଷ୍ଟ ମ୍ୟାଚ ବୁଧୁବାର ଠାରୁ ଆରମ୍ଭ ହେବ।

ବିସିସିଆଇ ଏକ ମନ୍ତବ୍ୟରେ କହିଛିନ୍ତିଯେ – ଟିମ ଇଣ୍ଡିଆର ଦୃତ ବୋଲର ଉମେଶ ଯାଦବ ଫେବୃଆରୀ ୨୧ରେ ମୋଟେରାରେ ଫିଟନେସ ଟେଷ୍ଟ ଦେଇଥିଲେ ଯେଉଁଥିରେ ସେ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କୁ ବର୍ତ୍ତମାନର ପେଟିଏମ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ ଦୁଇଟି ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇଛି। ଏହାସହ ଆହୁରି କୁହାଯାଇଛିଯେ-ଶାର୍ଦ୍ଦୁଲ ଠାକୁରଙ୍କୁ ବିଜୟ ହଜାରେ ଟ୍ରଫିରେ ଭାଗ ନେବା ଯୋଗୁଁ ଛାଡି ଦିଆଯାଇଛି। ଠାକୁର ମୁମ୍ବାଇ ପାଇଁ ଖେଳନ୍ତି। ଉମେଶଙ୍କୁ ଡିସେମ୍ବରରେ ମେଲବର୍ନରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସମୟରେ ଆହତ ହୋଇଥିଲେ।

ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ:

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ଯା ରାହାଣେ, କେ.ଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ରିଦ୍ଧିମାନ ସାହା, ଆର ଅଶ୍ୱିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା , ମହମ୍ମଦ ସିରାଜ, ଉମେଶ ଯାଦବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *