ପିଲାଟିର ଜୀବନ ବଞ୍ଚାଇବାକୁ ଯାଇ ବିବାହର ରୀତିନୀତିକୁ ଛାଡ଼ିଦେଇ ବ୍ଲଡ଼ ଡୋନେଟ କରିବାକୁ ପହଞ୍ଚିଲେ ବର-କନ୍ୟା

ବିବାହ ଦିନ ସମସ୍ତଙ୍କ ଜୀବନର ଏକ ବିଶେଷ ଦିନ ହୋଇଥାଏ ଏବଂ ଏହି ଦିନ ବର ଏବଂ କନ୍ୟା ବିବାହର ରୀତିନୀତି ପାଳନ କରିବାରେ ବହୁତ ବ୍ୟସ୍ତ ଥାନ୍ତି, କିନ୍ତୁ ଉତ୍ତରପ୍ରଦେଶରେ ବର ଏବଂ କନ୍ୟା ନିଜ ବିବାହ ଦିନରେ ଏପରି କିଛି କରିଥିଲେ, ଯେଉଁ କାରଣ ପାଇଁ ସେମାନେ ଲୋକମାନଙ୍କ ପାଇଁ ଏକ ଉଦାହରଣ ପାଲଟିଗଲେ | ଏହି ଦମ୍ପତି ଗୋଟିଏ ପିଲାର ଜୀବନ ବଞ୍ଚାଇବା ପାଇଁ ବିବାହ ରୀତିନୀତିକୁ ମଝିରେ ଛାଡ଼ିଦେଇ ହିଁ ହସ୍ପିଟାଲରେ ପହଞ୍ଚିଥିଲେ ଏବଂ ବ୍ଲଡ଼ ଡୋନେଟ କରିଥିଲେ |

ଏହି ଘ-ଟ-ଣା-ର ସୂଚନା ଟ୍ୱିଟରରେ ଉତ୍ତରପ୍ରଦେଶ ପୋ-ଲି-ସ ଅଧିକାରୀ ତଥା ‘ପୋଲିସ ମିତ୍ର’ ଆଶିଷ କୁମାର ମିଶ୍ର ଟ୍ୱିଟରରେ ସେୟାର କରିଛନ୍ତି | ସେ ଲେଖିଛନ୍ତି, ‘ମୋ ଭାରତ ମହାନ | ଗୋଟିଏ ଛୋଟ ଝିଅକୁ ରକ୍ତ ଦରକାର ଥିଲା, କେହିବି ରକ୍ତ ଦାନ କରିବାକୁ ସାମ୍ନାକୁ ଆସୁନଥିଲେ, କାରଣ ସେ ଅନ୍ୟ କାହାର ପିଲା ଥିଲା | ନିଜର ହୋଇଥିଲେ ହୁଏତ ରକ୍ତଦାନ କରିଥାନ୍ତେ | ତେବେ ବିବାହ ଦିନ ହିଁ ଏହି ଦମ୍ପତି ରକ୍ତଦାନ କରି ଝିଅର ଜୀବନ ବଞ୍ଚାଇଲେ |’

ଆଶିଷ ମିଶ୍ର ରକ୍ତଦାନ କରିଥିବା ଦମ୍ପତିଙ୍କ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ବିବାହ ପୋଷାକରେ ଦେଖାଯାଉଛନ୍ତି |ଫଟୋରେ ବର ଏକ ଷ୍ଟ୍ରେଚର ଉପରେ ଡେରି ହୋଇଛନ୍ତି ଏବଂ ବ୍ଲଡ଼ ଡୋନେଟ କରୁଛନ୍ତି, ଯେତେବେଳେକି ବିବାହ ପୋଷାକରେ କନ୍ୟା ପାଖରେ ହିଁ ଠିଆ ହୋଇଥିବାର ଦେଖାଯାଉଛନ୍ତି | ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଦମ୍ପତିଙ୍କୁ ଖୁବ ପ୍ରଶଂସା କରାଯାଉଛି | ଫଟୋରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ଏହି ଲୋକମାନେ ଉଦାହରଣ ଅଟନ୍ତି, ସମସ୍ତଙ୍କୁ ଜାଗ୍ରତ କରିବା ଉଚିତ, ସାଧାରଣ ଲୋକଙ୍କ ପାଇଁ |’

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *