ଦେଖନ୍ତୁ ଭିଡ଼ିଓ : ଶୁଣିବାକୁ ମିଳିଲା ମଙ୍ଗଳ ଗ୍ରହର ସ୍ୱର,ଦେଖନ୍ତୁ ନାସା ଦ୍ଵାରା ପଠାଯାଇଥିବା ମଙ୍ଗଳ ଯାନର ରୋଭରରେ କଣ କଣ ରେ-କ-ର୍ଡ ହୋଇଛି !

ୱାଶିଂଟନରେ ଶୁଣାଗଲା ମଙ୍ଗଳ ଗ୍ରହର ସ୍ୱର। ପ୍ରକାଶ ପାଇଲା ଓଡିଓ କ୍ଲିପ। ମଙ୍ଗଳ ଗ୍ରହ ଅଭିଯାନରେ ନାସାକୁ ଆଉ ଏକ ସଫଳତା ମିଳିଛି। ଆଉ ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସକ୍ଷମ ହୋଇଛି। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ଵାରା ପଠାଯାଇଥିବା ମଙ୍ଗଳ ଯାନର ରୋଭର ଅବତରଣ ସମୟର ଶବ୍ଦ ସଂଗ୍ରହ କରିଛି।

ଆଉ ରୋଭର ଅବତରଣ ସମୟର ଶବ୍ଦକୁ ରେ-କ-ର୍ଡ କରି ନାସା ତାର ଟୁଇଟର ଅଫିସିଆଲ୍ ସାଇଡରେ ପୋଷ୍ଟ କରିଛି। ଏହି ଭିଡିଓ କ୍ଲିପଟି ୩ ମିନିଟ ୨୫ ସେକେଣ୍ଡର ଭିଡିଓ ରହିଛି। ରୋଭର ଅବତରଣ କରିବାର ୨୦ ମିଟର ଉଚ୍ଚରେ ଥିବାବେଳେ ପବନ ବହୁଥିବାର ଶବ୍ଦ ଏଥିରେ ରେ-କ-ର୍ଡ ହୋଇଛି।

ଏହାସହ ନାସା ରୋଭର ଲ୍ୟାଣ୍ଡିଂ ସମୟର ଆଉ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛି। ନାସା ତରଫରୁ ମିଳିଥିବା ସୂଚନା ଅନୁସାରେ, ରୋଭର ମଙ୍ଗଳ ପୃଷ୍ଠରେ ଅବତରଣ ସମୟରେ ମାଇକ୍ରୋଫୋନ କାମ କରିନଥିଲା। କିନ୍ତୁ, ମଙ୍ଗଳ ପୃଷ୍ଠରେ ଲ୍ୟାଣ୍ଡ କରି ସାରିବାପରେ ମାଇକ୍ରୋଫୋନ କାମ କରୁଥିଲା। ଯେଉଁଥି ପାଇଁ ଏହି ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି, ରୋଭର ପର୍ସେଭେରାନ୍ସ ପ୍ରୋଜେରେ ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ।

ନାସାର ଜେଟ ପ୍ରପୁଲସନ ଲାବୋରେଟୋରୀର ନିର୍ଦ୍ଦେଶକ ମାଇକେଲ ୱାଟକିନଙ୍କ କହିବା ଅନୁଯାୟୀ, ଏହା ପ୍ରଥମ ଥର ପାଇଁ ହୋଇଛି। ମଙ୍ଗଳ ଗ୍ରହରେ ଅବତରଣ କରିବାର ଘ-ଟ-ଣାକୁ କ୍ୟାପଚର କରିବାରେ ସକ୍ଷମ ହୋଇଛି। ପ୍ରକୃତରେ ଏହା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବୋଲି ସେ କହିଛନ୍ତି।

ଅବତରଣ ହେବା ପୂର୍ବରୁ ରୋଭରଟି ପାରାଚୁଟ ସହ ହିଟ ସିଲ୍ଡରୁ ଅଲଗା ହୋଇଯାଇଥିଲା। ପ୍ରଥମ ଥର ପାଇଁ ମଙ୍ଗଳ ପୃଷ୍ଠରେ ରୋଭର ଲ୍ୟାଣ୍ଡିଂ କରିବାର ଭିଡିଓ ଏବଂ ଅବତରଣ ସମୟର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି ନାସା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *