ଆଇପିଏଲ ୨୦୨୧: ଏଥର କେବଳ ଏହି ୪ଟି ଷ୍ଟାଡିୟମରେ କରାଯିବ ଟୁର୍ଣାମେଣ୍ଟର ଆୟୋଜନ,ଜାଣନ୍ତୁ କେଉଁ କେଉଁ ଷ୍ଟାଡିୟମରେ ହେବ ଖେଳ !

ଆଇପିଏଲ ୨୦୨୧ର ନିଲାମି ହେବା ପରେ ୧୪ତମ ସିଜିନର ବିବରଣୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ତାରିଖ, ସ୍ଥାନ, ସମୟକୁ ନେଇ ବର୍ତ୍ତମାନ ପର୍ଯ୍ଯନ୍ତ ବିସିସିଆଇ ତରଫରୁ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ, କିନ୍ତୁ କିଛି ମିଡିଆ ରିପୋର୍ଟ୍ସ ଅନୁସାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ଲିଗର ଆୟୋଜନ ମୁମ୍ବାଇ ଓ ଅହମ୍ମଦାବାଦରେ କରିପାରେ।

ଆଇପିଏଲ ୨୦୨୧ ସହ ଜଡିତ ଏହି ଖବର ମୁତାବିକ ମୁମ୍ବାଇରେ ୱାନଖେଡେ ଷ୍ଟାଡିୟମ ସମେତ ୪ଟି ସ୍ଥାନ ଅଛି। ସେହିପରି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ କରାଯାଇପାରେ। ୱାନଖେଡେ ଷ୍ଟାଡିୟମ ବିଷୟରେ କଥାବାର୍ତ୍ତା ହେଲେ ଏହା ଚମ୍ପିୟାନ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଘରୋଇ ପଡିଆ ଅଟେ। ଭାରତୀୟ ଦଳ ମଧ୍ୟ ୨୦୧୧ରେ ବିଶ୍ଵକପ ଏହି ପଡିଆରେ ନିଜ ନାମରେ କରିଥିଲା।

ସର୍ଦ୍ଦାର ପଟେଲ ଷ୍ଟାଡିୟମ-ଆଇପିଏଲ ୨୦୨୧:-

ଭାରତରେ ପ୍ରସ୍ତୁତ ଦୁନିଆର ସବୁଠୁ ବଡ ଷ୍ଟାଡିୟମ, ଯାହାକୁ ଅହମ୍ମଦାବାଦରେ ଅଛି। ଏହାର ନାମ ସର୍ଦ୍ଦାର ପଟେଲ ଅଟେ। ବର୍ତ୍ତମାନ ଅନୁମାନ କରାଯାଉଛିକି ୨୦୨୧ରେ ଆଇପିଏଲର ପ୍ଲେଅଫ ଏହି ଷ୍ଟାଡିୟମରେ ଆୟୋଜିତ କରାଯାଇପାର। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ କେବଳ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ପ୍ଲେଅଫ ମ୍ଯାଚ ଖେଲାଯାଇଛି। ବର୍ତ୍ତମାନ ତୃତୀୟ ଟେଷ୍ଟ ମୁକାବିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ।

ବ୍ରେବୋନ ଷ୍ଟାଡିୟମ୦ଆଇପିଏଲ ୨୦୨୧:-

ନିକଟରେ ସମାଚାର ଏଜେନ୍ସି ଆଇଏନଏସର ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବିକ କୁହାଯାଉଛିକି, ବର୍ତ୍ତମାନ ମୁମ୍ବାଇରେ ୪ଟି ଷ୍ଟାଡିୟମରେ ଆଇପିଏଲ ୨୦୨୧ ମ୍ଯାଚକୁ କରିବା ପାଇଁ ଚିନ୍ତା କରାଯାଉଛି। ଯେଉଁଥିରେ ବ୍ରେବୋନ, ୱାନଖେଡେ, ଡିବାଇ ପଟେଲ ଓ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମ ନାମ ସାମିଲ ଅଛି। ପ୍ଲେଅଫ ମୁକାବିଲା ଅହମ୍ମଦାବାଦର ମୋଟେରା ସର୍ଦ୍ଦାର ପଟେଲ ଷ୍ଟାଡିୟମରେ କରାଯିବ।

ଡିବାଇ ପାଟିଲ ଷ୍ଟାଡିୟମ-ଆଇପିଏଲ ୨୦୨୧:-

ଡିବାଇ ପାଟିଲ ଷ୍ଟାଡିୟମ ନବୀ ମୁମ୍ବାଇରେ ଅଟେ। ଯେଉଁଠି ଆଜି ପର୍ଯ୍ୟନ୍ତ କୌଣସି ଆନ୍ତର୍ଜାତୀୟ ମ୍ଯାଚ ଖେଳାଯାଇ ନାହିଁ। ୨୦୦୮ରେ ଏହାକୁ ପ୍ରସ୍ତୁତ କରଯାଇଥିଲା। ଏହି ମଲ୍ଟି ପର୍ପସ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୦୯ରେ ଏକ ଦିନକିଆ ମ୍ଯାଚ ଖେଳାଯାଇଥିଲା। କ୍ନ୍ତୁ ବର୍ଷା ହେବା କାରଣରୁ ଏହି ମ୍ଯାଚକୁ ରୋକିବାକୁ ପଡିଥିଲା। କିନ୍ତୁ ଏଠାରେ ୨୦୧୦ ମସିହାରେ ଆଇପିଏଲ ମ୍ଯାଚ କରାଯାଇଥିଲା।

ଜିୟୋ କ୍ରିକେଟ ଷ୍ଟାଡିୟମ-ଆଇପିଏଲ ୨୦୨୧:-

ଜିୟୋ କ୍ରିକେଟ ଷ୍ଟାଡିୟମର ନିର୍ମାଣ ମଧ୍ୟ ନବୀ ମୁମ୍ବାଇରେ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହା ରିଲାଏନ୍ସ କ୍ରିକେଟ ଷ୍ଟାଡିୟମ ନାମରେ ପରିଚିତ। ଏଠାରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏବି ଆନ୍ତଃରାଷ୍ଟ୍ରୀୟ ମ୍ଯାଚ ଖେଳା ଯାଇନାହିଁ। କିନ୍ତୁ ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ରଣଜୀ ମ୍ଯାଚ ଖେଳା ଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛିକି, ପାଞ୍ଚ ଥର ଆଇପିଏଲର ଟାଇଟଲ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସର ଏହା ଟ୍ରେନିଂ ଗ୍ରାଉଣ୍ଡ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *