ଭାରତ ବନାମ ଇଂଲଣ୍ଡ : କେବେ,କେତେବେଳେ ଓ କେଉଁଠି ଲାଇଭ ଦେଖିପାରିବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ତୃତୀୟ ଡେ – ନାଇଟ ଟେଷ୍ଟ ମ୍ୟାଚ

ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ:-

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରୋଟି ଟେଷ୍ଟ ମ୍ଯାଚ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ। ସିରିଜର ଏହି ତୃତୀୟ ଟେଷ୍ଟ ମ୍ଯାଚ ଦିବା ରାତ୍ରି ମ୍ଯାଚ ହେବ ଯାହାକି ଗୋଲାପି ବଲରେ ଖେଳାଯିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ଯାଚ ଖେଳାଯାଇଛି ଯେଉଁଥିରୁ ଭାରତ ଓ ଇଂଲଣ୍ଡ ଉଭୟ ୨ଟି ଲେଖାଏଁ ମ୍ଯାଚ ଜିତିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ଦିବା-ରାତ୍ରି ଟେଷ୍ଟ ମ୍ଯାଚ ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ଦିବା ରାତ୍ରି ଟେଷ୍ଟ ମ୍ଯାଚ ଏଡିଲେଡରେ ଖେଳାଯିବ।

ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାଯ ୧୬ଟି ଦିବା ରାତ୍ରି ମ୍ଯାଚ ଖେଳା ଯାଇଛି ଯେଉଁଥିରୁ ୮ଟି ସର୍ବାଧିକ ମ୍ଯାଚ ଅଷ୍ଟ୍ରେଲିଆ ଖେଳିଛି। ଦିବା-ରାତ୍ରି ଟେଷ୍ଟ ମ୍ଯାଚରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଛି ଓ ଭଲ ରେକର୍ଡ ମଧ୍ୟ କରିଛି। ଅଷ୍ଟ୍ରେଲିଆ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଦିବା-ରାତ୍ରି ଟେଷ୍ଟ ମ୍ଯାଚ ହାରିନାହିଁ। ଅଷ୍ଟ୍ରେଲିଆ ବ୍ଯତୀତ ପାକିସ୍ଥାନ ୪ଟି ଦିବା-ରାତ୍ରି ଟେଷ୍ଟ, ଇଂଲଣ୍ଡ ୨ଟି, ଭାରତ ୩ଟି, ୱେଷ୍ଟଇଣ୍ଡିଜ ୩ଟି, ସାଉଥ ଆଫ୍ରିକା ୨ଟି, ଜିମ୍ବାଵେ ୧ଟି, ବାଂଲାଦେଶ ୧ଟି ଓ ଶ୍ରୀଲଙ୍କା ୩ଟି ଲେଖାଏଁ ଦିବା-ରାତ୍ରି ଟେଷ୍ଟ ମ୍ଯାଚ ଖେଳିଛନ୍ତି।

ଏହା ବ୍ୟତୀତ ଭାରତ ୨୦୧୯ରେ କୋଲକାତାର ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ଟେଷ୍ଟ ମ୍ୟାଚ ଖେଳିଥିଲା। ଯାହାକୁ ଭାରତୀୟ ଦଳ ଜିତିଥିଲା। ଏଥି ସହିତ ଭାରତ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ଟେଷ୍ଟ ମ୍ୟାଚ ଖେଳିଥିଲା। ଓ ଅଷ୍ଟ୍ରେଲିଆ ଦଳ ଜିତିଥିଲା। ବର୍ତ୍ତମାନ ଭାରତୀୟ ଦଳ ଟେଷ୍ଟ କ୍ରିକେଟ ଇତିହାସରେ ତୃତୀୟ ଦିନିକିଆ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି।

ଦିବା-ରାତ୍ରି ଟେଷ୍ଟ ମ୍ଯାଚର ସମୟ:-

ଦିବା-ରାତ୍ରି ଟେଷ୍ଟ ମ୍ଯାଚ ଭାରତୀୟ ସମୟାନୁସାରେ ଦ୍ଵିପହର ୨:୩୦ ବେଳେ ଖେଳାଯିବ।

ଲାଇଭ ଟେଲିକାଷ୍ଟ ଟିଭିରେ:-

ଦିବା-ରାତ୍ରି ଟେଷ୍ଟ ମ୍ଯାଚର ଲାଇଭ ଟେଲିକାଷ୍ଟ ଟିଭିର ଷ୍ଟାର ନେଟୱାର୍କ କରିବ।

ଦିବା-ରାତ୍ରି ଟେଷ୍ଟ ମ୍ଯାଚର ଅନଲାଇନ ଷ୍ଟ୍ରିମିଙ୍ଗ:-

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିବା-ରାତ୍ରି ଟେଷ୍ଟ ମ୍ଯାଚ ଅନଲାଇନ ଷ୍ଟ୍ରିମିଙ୍ଗ ହଟ ଷ୍ଟାରରେ ହେବ, ଏହା ବ୍ଯତୀତ ଜିୟୋ କ୍ରିକେଟରେ ମଧ୍ୟ ଏହାକୁ ଫେନ୍ସ ଦେଖିପାରିବେ ଓ କ୍ରିକେଟର ମଜା ନେଇପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *