ଭାରତ ବନାମ ଇଂଲଣ୍ଡ : ଆକାଶ ମାର୍ଗରୁ ଏମିତି କିଛି ଦେଖାଯାଉଛି ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ, ଜାଣନ୍ତୁ ମୋଟେରା କ୍ରିକେଟ ଷ୍ଟାଡିୟମ ବିଷୟରେ କିଛି

ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ପ୍ରଥମେ ଆନ୍ତଃରାଷ୍ଟ୍ରୀୟ ମ୍ଯାଚର ପ୍ରସ୍ତୁତି ପାଖାପାଖି ସମ୍ପୂର୍ଣ ହୋଇଯାଇଛି। ଅହମ୍ମଦାବାଦର ନୂଆ ନିର୍ମାଣ ମୋଟେରା ଷ୍ଟାଡିୟମରେ ୨୪ ଫେବୃୟାରୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିବା-ରାତ୍ରି ଟେଷ୍ଟ ମ୍ଯାଚ ଖେଳାଯିବ, ଯେଉଁଥିରେ ପିଙ୍କ ବଲରେ ଖେଳାଯିବ। ୧.୧୦ ଲକ୍ଷ ଦର୍ଶକଙ୍କ କ୍ଷମତା ଏହି ଷ୍ଟାଡିୟମରେ ଅନେକ ପ୍ରକାର ଆଧୁନିକ ସୁବିଧା ଅଛି। ଆସନ୍ତୁ ଏକ ନଜର ପକାଇବା ଏହି ଷ୍ଟାଡିୟମରେ ଜଡିତ କିଛି ଖାସ ସୁବିଧା ଉପରେ।

ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ପୁରୁଣା ମୋଟେରା ଷ୍ଟାଡିୟମକୁ ୨୦୧୫ରେ ସମ୍ପୂର୍ଣ ଭାବରେ ଧ୍ଵଂସ କରିଦିଆଯାଇଛି। ଏହା ପରେ ୨୦୧୭ରେ ଦ୍ଵିତୀୟ ଥର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଓ ଏଥିରେ ନୂଆ ଢଙ୍ଗରେ ସର୍ଦ୍ଦାର ପଟେଲ ଷ୍ଟାଡିୟମ(ମୋଟେରା ଷ୍ଟାଡିୟମ)ନାମରେ ଅତ୍ୟାଧୁନିକ ସୁବିଧା ଓ ଅଧିକ କ୍ଷମତା ସହିତ ତିଆରି କରାଯାଇଛି।

ଗୁଜୁରାଟ କ୍ରିକେଟ ଏସୋସିଏସନ ପକ୍ଷରୁ ୧୯୮୨ରେ ପ୍ରସ୍ତୁତ କରାଯାଇଥିବା ଏହି ଷ୍ଟାଡିୟମରେ ପୂର୍ବରୁ ୫୩୦୦୦ ଦର୍ଶକ ବସିବାର କ୍ଷମତା ଥିଲା କିନ୍ତୁ ବର୍ତ୍ତମାନ ନୂଆ ଷ୍ଟାଡିୟମରେ କ୍ଷମତା ବଢି ୧.୧୦ ଲକ୍ଷ ହୋଇଯାଇଛି ଅର୍ଥାତ ଏଠାରେ ବର୍ତ୍ତମାନ ଏକ ସାଥିରେ ବସି ଦେଖିପାରିବେ।

ନୂଆ ଷ୍ଟାଡିୟମର ଖାସିୟତ:-

– ଏହି ଷ୍ଟାଡିୟମ ୬୩ଏକରର ଅଟେ, ଯେଉଁଥିରେ ତିନୋଟି ପ୍ରବେଶ ଦ୍ଵାର ଅଛି।

-ବିଶ୍ଵର ସବୁଠୁ ବଡ ଷ୍ଟାଡିୟମରେ ତିନୋଟି ଅଭ୍ଯାସ ପଡିଆ, କ୍ଲବ ହାଉସ, ଅଲମ୍ପିକ ଆକାରର ସ୍ଵିମିଂ ପୁଲ ଓ ଏକ ଇଣ୍ଡୋର କ୍ରିକେଟ ଏକାଡେମୀ।

-ଷ୍ଟାଡିୟମର ଷ୍ଟ୍ରକଚର ଏମିତିକି ଯେତେବେଳେ କୌଣସି ଖେଳାଳି ବାଉଣ୍ଡ୍ରି ମାରନ୍ତି, ପଡିଆରେ ବସିଥିବା ସମସ୍ତ କ୍ରିକେଟପ୍ରେମୀ ଉକ୍ତ ବାଉଣ୍ଡ୍ରିକୁ ଦେଖିପାରିବେ।

– ଏହା ଦୁନିଆର ଏକମାତ୍ର ଷ୍ଟାଡିୟମ ଅଟେ, ଯେଉଁଥିରେ ଅଭ୍ଯାସ ଓ ସେଣ୍ଟର ପିଚ ପାଇଁ ଗୋଟିଏ ପ୍ରକାର ମାଟିର ବ୍ୟବହାର କରାଯାଇଛି। ଏହି ଷ୍ଟାଡିୟମରେ ପରିଷ୍କାର ଭାବରେ ଦେଖିବା ପାଇଁ ଓ ଛାଇ ନପଡିବା ପାଇଁ ଗୋଲାକାର ଆକାରରେ ଏଲଇଡି ଲାଇଟ ଲାଗିଛି।”

– ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମରେ ୧୧ସେଣ୍ଟର ପିଚ ଅଛି, ଏହା ଦୁନିଆର ଏକମାତ୍ର ଷ୍ଟାଡିୟମ ଅଟେ, ଯେଉଁଥିରେ ମୁଖ୍ୟ ପଡିଆରେ ୧୧ସେଣ୍ଟରର ପିଚ ଅଛି।

– ଏହା ଦୁନିଆର ପ୍ରଥମ କ୍ରିକେଟ ଷ୍ଟାଡିୟମ ଅଟେ ଯେଉଁଥିରେ ଜିମ ସହିତ ଚାରୋଟି ବିଶ୍ଵସ୍ତରୀୟ ଡ୍ରେସିଂ ରୁମ ଅଛି।

– ଏହା ବ୍ଯତୀତ ୨୫ଜଣ ଲୋକଙ୍କର ବସିବାର କ୍ଷମତା ସହିତ ୭୬ଟି କର୍ପୋରେଟ ବକ୍ସ ପ୍ରସ୍ତୁତ କରାଯାଇଛି।

– ଷ୍ଟାଡିୟମରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା କରାଯାଇଛି।
– ଏହି ପଡିଆରେ ଘାସ ତଳେ ବାଲି ବ୍ୟବହାର କରାଯାଇଛି, ଯାହାଦ୍ୱାରା ଜୋର ବର୍ଷା ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ମ୍ଯାଚ ପୁଣିଥରେ ଆରମ୍ଭ ହୋଇପାରିବ।

– କାର ଓ ବାଇକର ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ୪ହଜାର କାର ଓ ୧୦ହଜାର ଦୁଇଚକିଆ ଯାନ ପାର୍କିଂର ବ୍ୟବସ୍ଥା ଅଛି।

– ଷ୍ଟାଡିୟମ ନିକଟରେ ମେଟ୍ରୋ ଲାଇନ ଯାଇଛି।

ପଡିଆରେ ମ୍ଯାଚର ଆୟୋଜନ:-

– ପୁରୁଣା ଷ୍ଟାଡିୟମରେ ପାଞ୍ଚୋଟି ବିଶ୍ଵକପ ମ୍ଯାଚର ଆୟୋଜନ ସହିତ ସମୁଦାୟ ୨୩ଟି ଅନ୍ତଃରାଷ୍ଟ୍ରୀୟ ମ୍ଯାଚର ଆୟୋଜନ କରାଯାଇସାରିଛି।

– ଏଠାରେ ୨୦୧୧ ବିଶ୍ଵକପର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କ୍ଵାର୍ଟର-ଫାଇନାଲ ମୁକାବିଲା ଖେଳା ଯାଇଥିଲା।

– ଏଠାରେ ସବୁଠୁ ଅଧିକ ଅନ୍ତଃରାଷ୍ଟ୍ରୀୟ ଦିନକିଆ ମ୍ଯାଚ ଆୟୋଜନ କରାଯାଇଥିବା ଭାରତର ଦ୍ଵିତୀୟ ଷ୍ଟାଡିୟମ ଅଟେ।

ପଡିଆର ଉପଲବ୍ଧି ଓ ସ୍ମୃତି:-

– ଦିଗ୍ଗଜ ସୁନୀଲ ଗାଭାସ୍କର ନିଜର ପ୍ରଥମ ଦଶ ହଜାର ଟେଷ୍ଟ ରନ ଏଠାରେ ସମ୍ପୂର୍ଣ କରିଥିଲେ।

– ସଚିନ ତେନ୍ଦୁଲକର ନିଜର ୪୩୨ତମ ଟେଷ୍ଟ ୱିକେଟ ଏହି ପଡିଆରେ ନେଇଥିଲେ।

– ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ଵିଶତକ ଏହି ପଡିଆରେ ନେଇଥିଲେ।

– ସଚିନ ଅନ୍ତଃରାଷ୍ଟ୍ରୀୟ କ୍ରିକେଟର ନିଜର ୨୦ବର୍ଷ ଓ ୩୦୦୦୦ ଅନ୍ତଃରାଷ୍ଟ୍ରୀୟ ରନ ଏଠାରେ କରିଥିଲେ।

– ଏବି ଡିଭିଲିୟର୍ସ ଭାରତ ବିରୁଦ୍ଧରେ ଟେଷ୍ଟରେ ନିଜର ପ୍ରଥମ ଦ୍ଵିଶତକ ଏଠାରେ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *