ଆଇପିଏଲ ୨୦୨୧ ଅକ୍ସନରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷିବାରୁ କ୍ରିକେଟ ଅଷ୍ଟ୍ରେଲିଆ ନେଲା ବଡ ନିଷ୍ପତ୍ତି,ଜାଣନ୍ତୁ ସପୂର୍ଣ ଖବର

କ୍ରିକେଟ ଅଷ୍ଟ୍ରେଲିଆ ଚାହୁଁନାହିଁକି ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜିନରେ ତାଙ୍କର ଖେଳାଳି ଜୁଆ, ଫାଷ୍ଟ ଫୁଡ, ମଦ ଓ ତମ୍ବାକୁ ବ୍ରାଣ୍ଡର ପ୍ରଚାର ପାଇଁ ବିଜ୍ଞାପନ ନକରନ୍ତୁ। ଆଇପିଏଲ ୧୪ତମ ସିଜିନ ଏପ୍ରିଲର ଦ୍ଵିତୀୟ ସପ୍ତାହରୁ ଆରମ୍ଭ ହେବ। ଯେଉଁଥିରେ ଗ୍ଲେନ ମ୍ୟାକ୍ସୱେଲ, ଝାଇ ରିଚର୍ଡ଼ସନ ସମେତ ଅନେକ ଅଷ୍ଟ୍ରେଲିଆ କ୍ରିକେଟର ସାମିଲ ହେବେ। କ୍ରୀକବଜ ଡଟ କମ ଅନୁସାରେ ଆଇପିଏଲ ଦଳକୁ ପଠାଯାଇଥିବା ନୋଟିସରେ ବିସିସିଆଇ କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କହିଲେକି, ସମ୍ପୂର୍ଣ ଦଳର ଫୋଟକୁ ବ୍ୟବହାର ପାଇଁ ଆଇପିଏଲ ଦଳ ପ୍ରୋଯୋଜକ ଭାରତରେ ପ୍ରିଣ୍ଟ ମିଡିଆରେ ପ୍ରଚାର ପାଇଁ ବ୍ୟବହାର କରିପାରିବେ। ଏମିତି କିଛି ଫୋଟ ଆଲକୋହଲ, ଫାଷ୍ଟ ଫୁଡ, ଫାଷ୍ଟ ଫୁଡ ଷ୍ଟାର, ତମ୍ବାକୁ କିମ୍ବା ଜୁଆର ବ୍ୟବସାୟରେ ବ୍ୟବହାର କରାଯିବ ନାହିଁ।


ଏହା ବ୍ୟତୀତ କ୍ରିକେଟ ଅଷ୍ଟ୍ରେଲିଆ କହିଲେକି ବିଗ ବାସ ଲିଗ ଦଳର କିମ୍ବା ରାଜ୍ୟ ଦଳର ଏକରୁ ଅଧିକ ଖେଳାଳିଙ୍କୁ ଏକ ବିଜ୍ଞାପନ ଅଭିଯାନରେ ନିଆଯାଇପାରିବ ନାହିଁ। ବୋର୍ଡର ଇମେଲରେ କୁହାଯାଇଛିଯେ- କ୍ରିକେଟ ଅଷ୍ଟ୍ରେଲିଆ ବିଜ୍ଞାପନ କିମ୍ବା ପ୍ରୋତ୍ସାହନ ସାମଗ୍ରୀରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ବ୍ୟବହାର ପାଇଁ ଏହି ପ୍ରତିବନ୍ଧକ ଲଗାଇଛି।

ଏଥିରେ କୁହାଯାଇଛିଯେ, କ୍ରିକେଟ ଅଷ୍ଟ୍ରେଲିଆର କେନ୍ଦ୍ରୀୟ ଚୁକ୍ତି ସହିତ ପ୍ରତ୍ୟେକ ଫ୍ରାଞ୍ଚାଇଜ ଗୋଟିଏରୁ ଅଧିକ ଖେଳାଳିଙ୍କୁ ବିଜ୍ଞାପନ ଦେଇ ପାରିବେ ନାହିଁ। ସମାନ ଅଷ୍ଟ୍ରେଲିୟା ରାଜ୍ୟ ଦଳର ଏକରୁ ଅଧିକ ଖେଳାଳି ବିଜ୍ଞାପନରେ ରହିବେ ନାହିଁ ଏବଂ ସେହିଭଳି ବିଗ ବାସ ଲିଗର ସମାନ ଖେଳାଳି ମଧ୍ୟ ବିଜ୍ଞାପନରେ ରହିବେ। ୧୯ଜଣ ଅଷ୍ଟ୍ରେଲୀୟ କ୍ରିକେଟର ୨୦୨୧ ଆଇପିଏଲ ସିଜିନରେ ଷ୍ଟିଭ ସ୍ମିଥ, ମ୍ୟାକ୍ସୱେଲ, ନାଥନ କୁଲ୍ଟର ନାଇଲ, ରିଚାର୍ଡସନ, ଡେଭିଡ ୱାର୍ନର ଏବଂ ମିଚେଲ ମାର୍ଶ ଆଇପିଏଲ ଖେଳିବେ।

ଆଇପିଏଲ ୨୦୨୧ର ଅକ୍ସନରେ ମ୍ୟାକ୍ସୱେଲ ଏମିତି ଖେଳାଳି ଅଟନ୍ତି ଯାହାଙ୍କୁ ଅଧିକ ପଇସା ମିଳିଛି। ମ୍ୟାକ୍ସୱେଲଙ୍କୁ ରୟାଲ ଚ୍ୟାଲେଞ୍ଜର୍ଷ ବାଙ୍ଗଲୋର ୧୪,୨୫ କୋଟି ଟଙ୍କାରେ କିଣି ନିଜ ଦଳରେ ସାମିଲ କରିଛି। ପଞ୍ଜାବ ମ୍ୟାକ୍ସୱେଲଙ୍କୁ ରିଲିଜ କରିଦେଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *