ବିସ୍ଫୋଟକ ଇନିଙ୍ଗ୍ସ ଖେଳିବା ସମୟରେ ଲାଇଭ ମ୍ୟାଚରେ କ୍ରିସ ଗେଲ କଲେ ଜବରଦସ୍ତ ଡ୍ୟାନ୍ସ, ଦେଖନ୍ତୁ ଭିଡ଼ିଓ

ପାକିସ୍ଥାନ ସୁପର ଲିଗର ଚତୁର୍ଥ ମ୍ଯାଚରେ ଲାହୋର କଲନ୍ଦର୍ଶ କ୍ଵେଟା ଗ୍ଲାଡିଏଟର୍ସଙ୍କୁ ୯ ୱିକେଟରେ ହରାଇ ଦେଇଛି। ଏହି ମ୍ଯାଚରେ ବିସ୍ଫୋଟକ ବ୍ୟାଟିଂ କରି କ୍ରିସ ଗେଲ ମ୍ଯାଚକୁ ମନୋରଞ୍ଜନ କରିଥିଲେ। ଗେଲ ୪୦ଟି ବଲରେ ୫ଟି ଛକା ଓ ୫ଟି ଚଉକା ସାହାଯ୍ୟରେ ୬୮ ରନର ବିସ୍ଫୋଟକ ବ୍ୟାଟିଂ କରିଥିଲେ। ଗେଲଙ୍କ ଦଳକୁ ଏହି ମ୍ଯାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କିନ୍ତୁ ନିଜର ବ୍ୟାଟିଂ ମାଧ୍ୟମରେ ଗେଲ ଫେନ୍ସଙ୍କୁ ବହୁତ ମନୋରଞ୍ଜନ କରିଥିଲେ। ଗେଲ ବ୍ୟାଟ ସାହାଯ୍ୟରେ ଚଉକା-ଛକା ମାରି ଫେନ୍ସଙ୍କୁ ମନୋରଞ୍ଜନ କରିଥିଲେ ଓ ନିଜେ ମଧ୍ୟ ମ୍ଯାଚ ମଝିରେ ନାଚିଥିଲେ।

ଯେତେବେଳେ ଗେଲ ୪୮ରେ ବ୍ୟାଟିଂ କରୁଥିଲେ, କମେଣ୍ଟେଟର ରମିଜ ରାଜାଙ୍କ ସହ ଲାଇଭ ମ୍ୟାଚରେ ମାଇକରେ କଥା ହେଉଥିଲେ। କମେଣ୍ଟଟର ଗେଲଙ୍କୁ ତାଙ୍କ ଅନ୍ଦାଜରେ ଗୁଗଲି କରିବାକୁ କହିଥିଲେ, ଗେଲ ବିଳମ୍ବ ନକରି କ୍ୟାମେରା ଦେଖି ଗୁଗଲି-ଗୁଗଲି କରି ନାଚୁଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ରାଜା ମଧ୍ୟ ଗେଲର ଏହି ଅନ୍ଦାଜ ଦେଖିବା ପରେ ହସିବା ଆରମ୍ଭ କରନ୍ତି।

ଗେଲ ୬୮ରନର ଇନିଙ୍ଗ୍ସ ଖେଳି ଏକ ଖାସ ରେକର୍ଡ କରିଦେଲେ। ଗେଲ ଦୁନିଆର ପ୍ରଥମ ଖେଳାଳି ହୋଇଗଲେ। ଯେଉଁଥିରେ ପ୍ରଥମ ୧୦ପୂର୍ଣ ସଦସ୍ୟ ଦେଶରେ ଖେଳାଯାଇଥିବା ଟି-୨୦ ମ୍ଯାଚରେ ୫୦ କିମ୍ବା ତା ଠାରୁ ଅଧିକ ରନର ଏକ ଇନିଙ୍ଗ୍ସ ଖେଳିଥିଲେ।

ଏହି ମ୍ୟାଚରେ କ୍ୱେଟା ଗ୍ଲାଡିଏଟର୍ସ ଦଳ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୬ୱିକେଟ୍ ପାଇଁ ୧୭୮ରନ କରିଥିଲା, ଏହା ପରେ ଲାହୋର କଲଣ୍ଡର୍ସ ଦଳ ୧୮.୨ ଓଭରରେ ୧ ୱିକେଟ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା। ଲାହୋର ପାଇଁ ଫଖର ଜମାନ ଚମତ୍କାର ବ୍ୟାଟିଂ କରି ୫୨ବଲରୁ ୮୨ରନ ସ୍କୋର କରିଥିଲେ।

ଫକର ୮ଟି ଚଉକା ଓ ୨ଟି ଛକା ଲଗାଇଥିଲେ। ଫକର ଜମାନଙ୍କ ବ୍ଯତୀତ ମହମ୍ମଦ ହାଫିଜ ୩୩ବଲରେ ୭୩ରନ କରି ନଟଆଉଟ ରହି ନିଜର ଦଳକୁ ଜିତାଇଥିଲେ। ଫକର ଜମାନ ମ୍ୟାନ ଅଫ ଦ ମ୍ଯାଚ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *