ଆଇପିଏଲ ୨୦୨୧ଆରମ୍ଭରୁ ବି-ବା-ଦ-ରେ ସନରାଇଜର୍ସ ହାଇଦ୍ରାବାଦ, ବିଧାୟକ ଦେଲେ ଖୁଲମ ଖୋଲା ଧ-ମ-କ,ଜାଣନ୍ତୁ କଣ ରହିଛି କାରଣ

ଆଇପିଏଲ ୨୦୨୧ର ଆରମ୍ଭକୁ ବର୍ତ୍ତମାନ ଆଉ ଅଳ୍ପ ସମୟ ରହିଛି କିନ୍ତୁ ଏହା ପୂର୍ବରୁ ବି-ବା-ଦ ଆରମ୍ଭ ହୋଇଯାଇଛି। ନିଲାମି ପରେ ଦଳର ଚୟନକୁ ନେଇ ଆଇପିଏଲର ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦକୁ ସମାଲୋଚନାର ସାମ୍ନା କରିବାକୁ ପଡୁଅଛି। ହାଇଦ୍ରାବାଦ ସଅଳ ଫେବୃୟାରୀ ୧୮ରେ ଚେନ୍ନାଇରେ ହୋଇଥିବା ନିଲାମିରେ କେବଳ ତିନିଜଣ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଲା। କିନ୍ତୁ ଏହା ପରେ ହାଇଦ୍ରାବାଦର ନାମରେ ସୃଷ୍ଟି ହୋଇଥିବା ଏହି ଫ୍ରାଞ୍ଚାଇଜରେ ସ୍ଥାନୀୟ ଖେଳାଳିଙ୍କୁ ଅଣଦେଖାକୁ ନେଇ ପ୍ରଶ୍ନ ଉଠୁଅଛି।

ତେଲେଙ୍ଗାନା ରାଷ୍ଟ୍ର ସମିତିର ବିଧାୟକ ଓ ପୂର୍ବ ମନ୍ତ୍ରୀ ଦାମନ ନାଗେନ୍ଦ୍ର ସିଧାସଳଖ ଫ୍ରାଞ୍ଚାଇଜର ମାଲିକ ଓ ଦଳର ପ୍ରବନ୍ଧନଙ୍କୁ ଚେତାବନୀ ଦେଇଛନ୍ତି। ନାଗେନ୍ଦ୍ର ଦଳରେ ହାଇଦ୍ରାବାଦର କୌଣସି ସ୍ଥାନୀୟ ଖେଳାଳିଙ୍କୁ ଚୟନ ନ କରାଯିବା କାରଣରୁ ବିରୋଧ ପ୍ରଦର୍ଶନ କରିଛନ୍ତି।

ପୂର୍ବ ମନ୍ତ୍ରୀ ଏକ ସ୍ଥାନୀୟ ଖବରକାଗଜ ସହ କଥାବାର୍ତ୍ତା ହେଉଥିବା ସମୟରେ କହିଲେକି,”ସନରାଇଜର୍ସ ହାଇଦ୍ରାବାଦରେ କୌଣସି ସ୍ଥାନୀୟ ଖେଳାଳିଙ୍କୁ ଚୟନ କରାନଯିବା ଏକ ଦୁଃଖଦ ଘଟଣା ଅଟେ ଯେବେକି ଏଠାରେ ପ୍ରତିଭାର ଅଭାବ ନାହିଁ। ସନରାଇଜର୍ସ ହାଇଦ୍ରାବାଦକୁ ସହରର କୌଣସି ସ୍ଥାନୀୟ ଖେଳାଳିଙ୍କୁ ଚୟନ କରିବାକୁ ପଡିବ ନହେଲେ ନିଜର ନାମରୁ ହାଇଦ୍ରାବାଦ ହଟାଇବାକୁ ପଡିବ।”

ଟିଆରଏସର ବିଧାୟକ ଦଳର ପ୍ରବନ୍ଧନଙ୍କୁ ଚେତାବନୀ ଦେଇ କହିଲେକି ଯଦି ସ୍ଵାଡରେ ସହରର ଖେଳାଳିଙ୍କୁ ସାମିଲ କରାନଯିବ ତେବେ ଏଠାରେ ଏସଆରଏଚକୁ ମ୍ଯାଚ ଖେଳିବାକୁ ଦିଆଯିବ ନାହିଁ।

ଏହି ମାମଲାକୁ ନେଇ ନାଗେନ୍ଦ୍ରଙ୍କ ପୂର୍ବରୁ ଭାରତର ପୂର୍ବ ଅଧିନାୟକ ଓ ହାଇଦ୍ରାବାଦ କ୍ରିକେଟ ସଂଘର ଅଧକ୍ଷ ମହମ୍ମଦ ଅଜହରୁଦ୍ଧିନ ନିଜର ଟିପ୍ପଣୀ ରଖିସାରିଛନ୍ତି। ପୂର୍ବ କ୍ରିକେଟର ନିଲାମିଦିନ ଟୁଇଟ କରି ଏସଆରଏଚରେ କୌଣସି ସ୍ଥାନୀୟ ଖେଳାଳିଙ୍କୁ ସୁଯୋଗ ନ ଦିଆଯିବା ଉପରେ ପ୍ରଶ୍ନ କରିଥିଲେ। ସେ ଫ୍ରାଞ୍ଚାଇଜର ଟୁଇଟର ହ୍ୟାଣ୍ଡେଲକୁ ଟ୍ୟାଗ କରି ଲେଖିଲେକି,”ହାଇଦ୍ରାବାଦ ସନରାଇଜର୍ସ ଦଳରେ ହାଇଦ୍ରାବାଦର ଗୋଟିଏ ମଧ୍ୟ ଖେଳାଳିଙ୍କୁ ନ ଦେଖି ବହୁତ ନିରାଶ ହେଲା।”

ନିଲାମି ଓ ସନରାଇଜର୍ସ ହାଇଦ୍ରାବାଦର ୨୫ଜଣ ସଦସ୍ୟ ଦଳକୁ ଡେଭିଡ ୱାର୍ନରଙ୍କ ଅଧିନାୟକତ୍ଵରେ ଦଳକୁ ମଜବୁତ କରିଛନ୍ତି। ଗତଥର ପ୍ଲେଅଫ ପର୍ଯ୍ୟନ୍ତ ଯାତ୍ରାକୁ ଏସଆରଏଚ ଦଳ ବେଶୀ କିଛି ପରିବର୍ତ୍ତନ କରିନଥିଲା। ଏଥର ମଧ୍ୟ ତିନିଜଣ ଖେଳାଳିଙ୍କୁ ନିଜ ସହିତ ଯୋଡିଛନ୍ତି। ଯେଉଁଥିରୁ ଦୁଇଜଣ ଭାରତୀୟ ଓ ଜଣେ ଆଫଗାନିସ୍ଥାନର ଖେଳାଳି ଅଟନ୍ତି।

ବ୍ୟାଟ୍ସମ୍ୟାନ: ଡେଭିଡ ୱାର୍ନର(ଅଧିନାୟକ), କେନ ୱିଲିୟମସନ, ଜୋନି ବେୟାରଷ୍ଟୋ(ୱିକେଟକିପର), ମନୀଷ ପାଣ୍ଡେ, ଋଦ୍ଧିମାନ ସାହା(ୱିକେଟକିପର), ଶ୍ରୀବତ୍ସ ଗୋସ୍ଵାମୀ(ୱିକେଟକିପର), ପ୍ରିୟମ ଗର୍ଗ,ଅବବ୍ଦୁଲ ସମଦ, ବିରାଟ ସିଂ

ଅଲରାଉଣ୍ଡର: ମିଚେଲ ମାର୍ଶ, ଜେସନ ହୋଲ୍ଡର, ମହମ୍ମଦ ନବୀ, ବିଜୟ ଶଙ୍କର, ଅଭିଷେକ ଶର୍ମା, କେଦାର ଯାଦବ

ସ୍ପିନର: ରାଶିଦ ଖାନ, ଶାହବାଜ ନଦୀମ, ଜେ ସୁଚିତ, ମୁଜୀବ-ଉର-ରହମାନ

ଦୃତ ବୋଲର: ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା, ବାସିଲ ଥମ୍ପ୍ପୀ, ଟି ନରାଜନ, ଖଲିଲ ଅହମ୍ମଦ, ସିଦ୍ଦାର୍ଥ କୋଲ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *